ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ସକାଳୁ ଉଠିଲେ ତୋ ନାମ ଧରୁଛି
        ଦିନଟି ରଖିବ ସୁଖ
ତୋତେ ଚାହିଁ ଦେଲେ ମନ ଖୁସି ହୁଏ
    ତୁମେ ମୋ କଳାଶ୍ରୀମୁଖ।
ତୁମ ମୁଖ ଚାହିଁ ଚାଲୁଅଛି ପଥ
   ଦିଅ ମୋତେ ଶୁଭ ବୁଧି
ମନ୍ଦ କଥା ସବୁ ମନୁ ଛାଡ଼ି ଯାଉ
    ହୃଦୟ ଆସୁ ପ୍ରଶାନ୍ତି।
ନାମକୁ ସ୍ମରଣ କରୁଛି ଜଣାଣ
   ଶୁଦ୍ଧ ଚିତ୍ତେ ମୋ ଭଜନ
ଜଗତ ହିତରେ ମୋ ଜୀବନ ଥାଉ
  ପ୍ରଭୁ ଘେନ ମୋ ପ୍ରଣାମ।
ଯେଉଁ ଦିନ ପ୍ରଭୁ ଦର୍ଶନ ନ କଲି
    ମନ ହୁଏ ବିଚଳିତ
ତୂଳସୀ ପତର ପାଦୁକା ପାଇଲେ
    ହୃଦୟ ଝରେ ଅମୃତ।
ଧୂପ ଦୀପ ଦେଇ ନିତି କରି ପୂଜା
      ସଦା କାଳେ ନାମ ଜପ
ଜପରେ ପାଇବି ଭକ୍ତିରେ ଭେଟିବି
   ପ୍ରଭୁ ଦୂର କର ପାପ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ପ୍ରଶାନ୍ତ କୁମାର ନାଥ ଙ୍କ କବିତା ପଣା ସଂକ୍ରାନ୍ତି

Sunil Chandra Nayak

ରୀତା ଅପରlଜିତା ମହାନ୍ତି ଙ୍କ କବିତା ତୁମେ ଆସିଛ ମୌସୁମୀ 

Sunil Chandra Nayak

ଜ୍ୟୋତ୍ସ୍ନା ରାଣୀ ଦେବୀ ଙ୍କ କବିତା ପରିଣାମ

Leave a Comment

error: Content is protected !!