ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ସକାଳୁ ଉଠିଲେ ତୋ ନାମ ଧରୁଛି
        ଦିନଟି ରଖିବ ସୁଖ
ତୋତେ ଚାହିଁ ଦେଲେ ମନ ଖୁସି ହୁଏ
    ତୁମେ ମୋ କଳାଶ୍ରୀମୁଖ।
ତୁମ ମୁଖ ଚାହିଁ ଚାଲୁଅଛି ପଥ
   ଦିଅ ମୋତେ ଶୁଭ ବୁଧି
ମନ୍ଦ କଥା ସବୁ ମନୁ ଛାଡ଼ି ଯାଉ
    ହୃଦୟ ଆସୁ ପ୍ରଶାନ୍ତି।
ନାମକୁ ସ୍ମରଣ କରୁଛି ଜଣାଣ
   ଶୁଦ୍ଧ ଚିତ୍ତେ ମୋ ଭଜନ
ଜଗତ ହିତରେ ମୋ ଜୀବନ ଥାଉ
  ପ୍ରଭୁ ଘେନ ମୋ ପ୍ରଣାମ।
ଯେଉଁ ଦିନ ପ୍ରଭୁ ଦର୍ଶନ ନ କଲି
    ମନ ହୁଏ ବିଚଳିତ
ତୂଳସୀ ପତର ପାଦୁକା ପାଇଲେ
    ହୃଦୟ ଝରେ ଅମୃତ।
ଧୂପ ଦୀପ ଦେଇ ନିତି କରି ପୂଜା
      ସଦା କାଳେ ନାମ ଜପ
ଜପରେ ପାଇବି ଭକ୍ତିରେ ଭେଟିବି
   ପ୍ରଭୁ ଦୂର କର ପାପ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ କୃତୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧିତ

Sunil Chandra Nayak

ପ୍ରକୃତିର ସୁରକ୍ଷା ଦିଗରେ ଆଦିବାସୀଙ୍କ ଜ୍ଞାନ ପରମ୍ପରା ସମଗ୍ର ବିଶ୍ୱରେ ଅନୁକରଣୀୟ.

Sunil Chandra Nayak

ସସ୍ମିତେଶ ସାହୁ ଙ୍କ କବିତା ତୁମେ ଥରେ

Sunil Chandra Nayak

Leave a Comment

error: Content is protected !!