ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଳାସିନୀ ପୃଷ୍ଟି ଙ୍କ କବିତା ପ୍ରେମ

     ପ୍ରେମ 

ତୁମେ ହିଁ ତ ମୋର ପ୍ରଥମ ଗୋଲାପ
ତୁମେ ହିଁ ତ ମୋର ପ୍ରେମ
କୋଟି ଗୋଲାପ ବି ତୁମ ସମ ନୁହେଁ
ମୋ ପ୍ରାଣ ପରମ ବ୍ରହ୍ମ
ତୁମରି ଓଠରେ ପାଇଛି ଗୋଲାପ
ପାଇଛି ବି ତାର ବାସ୍ନା
ପ୍ରାଣ ମୋ ସମର୍ପି ତୁମରି ପାଦରେ
ପରିପୂର୍ଣ୍ଣ ମୋର ଆତ୍ମା
ପ୍ରେମ ମନ୍ଦିରରେ ପୂଜାରିଣୀ ସାଜି
ସଜାଡି ସଂଜ ଆଳତୀ
ଶୁଭ ସକାଳରୁ ଶୁଭସନ୍ଧ୍ୟା ହୁଏ କରୁଥାଇ ମୁଁ ଆରତୀ
ପ୍ରେମ ସତ୍ତା ଶବ୍ଦ ତୁମରି ଭାବରେ
ରାଧା ମୀରା ପାଇଥିଲେ
କଳ୍ପନା ବିଳାସ ତେଜ୍ୟା କରିଦେଇ
ତୁମ ପ୍ରେମେ ହଜିଗଲେ
ଅତୁଟ ବନ୍ଧନ ପ୍ରୀତିର ସନ୍ଧାନେ
ଭାବେ ହୋଇ ଥିଲେ ବାନ୍ଧି
ପ୍ରକୃତ ପ୍ରେମର ସନ୍ଧାନ ମିଳଇ ଥରେ ହେଲେ ଭାବେ ଛନ୍ଦି
ତୁମେହିଁ କଳ୍ପନା ତୁମେ ହିଁ ସଂଳାପ
ତୁମେ ମୋ ସଜ ଗୋଲାପ
ତୁମେ ମୋର ପ୍ରୀତି ସାଥି ଜୀବନର
ତୁମେ ମୋର ବାର୍ତ୍ତାଳାପ
ମୋ ପ୍ରେମ ବାନ୍ଧବ ମୋ ହୃଦୟ ଧନ
ଆସ ମୋ ପ୍ରାଣ ଦେବତା
ଭାବେ ମଜ୍ଜିଗଲେ ପାଇଯିବି ମୁହିଁ
ପ୍ରକୃତ ପ୍ରେମର ସତ୍ତା
ପ୍ରକୃତ ପ୍ରେମର ସତ୍ତା ll

ବିଳାସିନୀ ପୃଷ୍ଟି

ଭୁବନ, ଢେଙ୍କାନାଳ

Related posts

ଜୁନାଗଡ଼ ଠାରେ ଜିଲ୍ଲା ସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଯାପିତ

Sunil Chandra Nayak

ଥୁଆମୂଳ ରାମପୁର ବ୍ଲକ ପୁରୁଣାଗୁମା କ୍ଲଷ୍ଟର ର ସୁରଭି ୨୦୨୨ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଭାରତର ୧୦ ଲକ୍ଷ ଆଶା କର୍ମୀ ସମ୍ମାନିତ

Leave a Comment

error: Content is protected !!