Uncategorizedଶ୍ଯାମା ପ୍ରସାଦ୍ ବୋଷ୍ ଙ୍କ କବିତା ସିନ୍ଦୁରା by Sunil Chandra NayakAugust 24, 2022081 Share0 ସିନ୍ଦୁରା ଶ୍ଯାମା ପ୍ରସାଦ୍ ବୋଷ୍ ସିନ୍ଦୁରା ଫାଟିଲା ପୂର୍ବ ଆକାଶରେ ପ୍ରଭାତୀ ସଙ୍ଗୀତ ଗାଇ ଜୀବ ଜଗତ ଟି ଚଞ୍ଚଳ ହୋଇଲା ଶୁଭ ସକାଳ କୁ ପାଇ । ସୁପ୍ତ ଚେତନା ଟି ଜାଗ୍ରତ ହୋଇଲା ଅନ୍ଧାର ଦୂରେଇ ଦେଇ ନିସ୍ତବ୍ଧ ଏ ଧରା ମୁଖରିତ ହେଲା କେତେ କଳରବ ହେଇ । ଅଶୁଭ ଅନ୍ଧାର ବିଦାୟ ନେଲାଣି ମେଲାଣୀ ବାରତା ପାଇ ଶୁଭ ଆଲୋକରେ ସିନ୍ଦୁରା ଫାଟିଲା ପୂରୁବ ଆକାଶେ ଥାଇ । ମଧୁ ମକ୍ଷିକାର ଗୁଣୁ ଗୁଣୁ ଗୀତେ ସୁପ୍ତ ଧରଣୀ ଟା ଚେଇଁ କି ସୁନ୍ଦର ଶୋଭା ପ୍ରକାଶି ଉଠିଲା ସିନ୍ଦୁର ମସ୍ତକେ ନାଇ । ଆକାଶ ମଥାନେ ସତେ ପ୍ରକୃତିର ସିନ୍ଦୁର ର ଶୋଭା ନେଇ ସିନ୍ଦୁରା ଫାଟିଲା ନବ ବଧୂ ପରି ଶୋଭା ପ୍ରକାଶିଲା ସେଇ । ପକ୍ଷୀର କୁଜନେ ଚଳ ଚଞ୍ଚଳିତ ପ୍ରଭାତି ସ୍ବାଗତ ଗାଇ ପୂରୁବ ଆକାଶେ ମୁରୁଜ କୁ ବୁଣି ସୂରୁଜ ଆସିଲେ ଉଇଁ । ବେଦ ଓଁକାର ରେ ଓଁକାରିତ ହେଲା ଶୁଭ ଶଙ୍ଖ ବାଜୁଥାଇ ଘଣ୍ଟ ଘଣ୍ଟା ଧ୍ବନି ମୁଖରିତ ହେଲା ଆଧ୍ଯାତ୍ମ୍ଯ ଭାବନା ଛାଇ । ନବ ପ୍ରଭାତର ନବୀନ ବାରତା ପ୍ରତି ହୃଦୟ କୁ ଛୁଇଁ ନବ ଚେତନାର ସିନ୍ଦୁରା ଫାଟିଲା ପବିତ୍ର ହୋଇଲା ଭୂଇଁ । ଶ୍ଯାମା ପ୍ରସାଦ୍ ବୋଷ୍ ବେଗୁନିଁଆ , ମଲ୍ଲୀକ୍ ସାହି ଗୋପ୍ , ପୁରୀ