ଡାବୁଗାଁ, ୧୯/୯ – ନବରଙ୍ଗପୁର ଜିଲା ଡାବୁଗାଁଥାନା ପୋଲିସ ଜଣେ ନାବାଳିକା କୁ ସୋମବାର ଉଦ୍ଧାର କରିଛି | ସୂଚନାଯୋଗ୍ୟ:- ଡାବୁଗାଁ ଥାନା ଅଧୀନ ରାବଣାଗୁଡା ଗ୍ରାମର ପରଶୁରାମ ପୂଜାରୀଙ୍କ ୧୪ ବର୍ଷର ନାବାଳିକା ୨୮.୮.୨୧ ତାରିଖ ଦିନ ସନ୍ଧ୍ୟାରେ ଝିଅ ଘରେ ନଥିବା ଦେଖି ପରିବାର ଲୋକେ ବିଭିନ୍ନ ଆଡେ ଖୋଜାଖୋଜି କରିଥିଲେ କିନ୍ତୁ ଝିଅକୁ ପାଇ ନଥିଲେ | ପରେ ଜାଣିବାକୁ ପାଇଥିଲେ ଯେ ଝିଅ ସହ କୋଡିଗାଁ ଥାନା ଅଧୀନ ଫାପୁଣି ଗ୍ରାମର ଦିବାକର ହରିଜନ ନାମକ ଯୁବକ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା | ଉକ୍ତ ଯୁବକ ତାଙ୍କ ନାବାଳିକା ଝିଅକୁ ନେଇ କେଉଁ ଆଡେ ଚାଲି ଯାଇଛି | ଏନେଇ ୩୧.୮.୨୧ ଦିନ ନାବାଳିକାର ପିତା ପରଶୁରାମ ପୂଜାରୀ ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଥାନା କେସ ନଂ ୧୩୬/୨୧ ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିଲା | ସେହି ଦିନ ଠାରୁ ଦୁହେଁ ଫେରାର ଥିଲେ | ରବିବାର ଡାବୁଗାଁ ପୋଲିସ ଖବର ପାଇଥିଲା ଯେ ଫେରାର ୨ ଜଣ ଫେରି କୋଡିଗାଁ ଥାନା ଅଧୀନ ଯୁବକର ନିଜ ଘର ଫାପୁଣି ଗ୍ରାମରେ ଅଛନ୍ତି | ସୋମବାର ଡାବୁଗାଁ ଥାନା ଆଇଆଇସି ପ୍ରମୋଦ କୁମାର ନାୟକ, ସବଇନିସ୍ପେକ୍ଟର ମେନକା ଶା, ଏଏସଆଇ ଶିଶିର କାନ୍ତ ଘୋଷ ଓ ବିଜୟ କୁମାର ସାହୁ ଯୁବକର ଘରେ ଚଢାଉ କରି ନାବାଳିକାକୁ ଉଦ୍ଧାର କରି ଆଣିଥିଲେ | ଯୁବକ ଦିବାକର ହରିଜନକୁ ଅଟକ ରଖାଯାଇଛି | ଉକ୍ତ ନାବାଳିକାକୁ ଡାବୁଗାଁ ସ୍ୱଳ୍ପ କାଳୀନ ଆବାସ ଗୃହରେ ରଖାଯାଇଛି |
ପ୍ରଜ୍ଞାରଞ୍ଜନ ପରିଡା, ଡାବୁଗାଁ