ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାହାଦୁରପଦର ହାଇସ୍କୁଲ ରେ ମୁଁ ବି ଜିତିବି କାର୍ଯ୍ୟକ୍ରମ

ଉତ୍କେଲା,୨୧/୦୯, (ମ ନି ସ ), କେସିଙ୍ଗା ବ୍ଲକ ଅନ୍ତର୍ଗତ ବାହାଦୁର ପଦର ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି ଯୁବ ସମାଜସେବୀ ଶ୍ରୀ ମହିପାଳ ପୋଡ଼ ଙ୍କ ଅଧ୍ୟକ୍ଷତାରେ  ମୁଁ ବି ଜିତିବି  କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଦ୍ୟାଳୟର ୬ଷ୍ଠ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ହୋଇଥିଲା । ଏଥିରେ ବିଦ୍ୟାଳୟର ସହଶିକ୍ଷକ ଶ୍ରୀଯୁକ୍ତ ଯୁଗେଶ୍ବର ବାଗ, ଶ୍ରୀଯୁକ୍ତ ମଦନ ଦାସ, ଶ୍ରୀଯୁକ୍ତ ନୀଳମଣି ସିଂ, ଶ୍ରୀମତୀ ରଶ୍ମିତା ଭୋଇ ମୂଖ୍ୟ ଅତିଥି ଭାବେ ଯୋଗଦେଇଥିଲେ , ରାଧାରଚଣ ନିହାଲ୍ , ଶିକ୍ଷୟିତ୍ରୀ ଦେବକୀ ମାଝୀ,ସହଯୋଗ କରିଥିଲେ ଓ ଅବନୀ ରଞ୍ଜନ ପ୍ରଧାନ କାର୍ଯ୍ୟ ପରିଚାଳନା କରିଥିଲେ। ପ୍ରତିଯୋଗିତାରେ ବିଜୟୀ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ 

Related posts

ଶିକ୍ଷା ବିଭାଗ ର ବିକଳ ଚିତ୍ର : ବିଦ୍ୟାଳୟ ଗୃହ ନିର୍ମାଣ ସାତ ବର୍ଷ ହେଲା ଅଧପନ୍ତରିଆ : ଝୁପୁଡି କୁଡ଼ିଆରେ ଚାଲିଛି ଶିକ୍ଷାଦାନ

Sunil Chandra Nayak

ରାସ୍ତା କଡ଼ରୁ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର , ହତ୍ୟା ସନ୍ଦେହ 

Sunil Chandra Nayak

ତୀର୍ଯ୍ୟକ

Sunil Chandra Nayak

Leave a Comment

error: Content is protected !!