ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜଗାଇରେ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଜନ୍ମ ଜୟନ୍ତୀ ପାଳିତ

ବାଲେଶ୍ଵର,୦୭/୭/୨୨ -ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ୧୨୧ ତମ ଜନ୍ମ ଜୟନ୍ତୀ ଅବସରରେ ରାଜ୍ୟ ଓବିସି ମୋର୍ଚ୍ଚାର ଉପ-ସଭାପତି ତଥା ବାଲିଆପାଳର ବିଜେପି ନେତା ଶିବଶଙ୍କର ପ୍ରଧାନଙ୍କ ଜଗାଇ ସ୍ଥିତ ବାସଭବନରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ମାନେ ଶ୍ୟମାପ୍ରସାଦ ମୁଖାର୍ଜୀଙ୍କ ସିଦ୍ଧାନ୍ତକୁ ଆଲୋଚନା କରିବା ସହିତ କାର୍ଯ୍ୟକର୍ତ୍ତାଙ୍କୁ ଅସହିଷ୍ଣୁତା, ଈର୍ଷା, ଦ୍ୱେଷ ଓ ପ୍ରତିପକ୍ଷକୁ ଘୃଣା କରିବାର ଏକ ଭୟଙ୍କର ସଂକୀର୍ଣ୍ଣ ଗୌରବବୋଧର ରାଜନୀତିକୁ ପରିହାର କରିବାର ଶପଥ ନେବା ଏଵଂ ଡକ୍ଟର ମୁଖାର୍ଜୀଙ୍କର ଵୈଚାରିକ ଚିନ୍ତାଧାରାକୁ ବୌଦ୍ଧିକ ପୃଷ୍ଠଭୂମି ଭାବରେ ନେଇ ସମାଜର ସାମୂହିକ ବିକାଶ ଓ କଲ୍ୟାଣ କରିବା ପାଇଁ ଆହ୍ବାନ ଦେଇଥିଲେ । ଯଦି ବିଷାକି ରାଜନୀତିକୁ କାର୍ଯ୍ୟକର୍ତ୍ତା ମାନେ ନିଜର ପୁଞ୍ଜି ଭାବେ ଗ୍ରହଣ କରିବେ, ତାହାଲେ ଲୋକ ରାଜନୀତିକୁ ବାଜନୀତିର ଆଖ୍ୟା ଦେବେ। ଶ୍ୟମାପ୍ରସାଦ ମୁଖାର୍ଜୀ ଭଳି ନେତା ନଥିଲେ ଗଣତନ୍ତ୍ର ହୁଏତ କେବେଠୁ ରଣତନ୍ତ୍ରରେ ପରିଣତ ହୋଇ ସାରନ୍ତାଣି । ତେଣୁ ଆଜିର ପୁଣ୍ୟ ତିଥିରେ ଶ୍ୟାମପ୍ରସାଦ ମୁର୍ଖାଜୀଙ୍କୁ ପଢ଼ିବା ଏବଂ ତାଙ୍କ ବିଚାରକୁ ସମାଜର ପ୍ରତ୍ୟେକ ସ୍ତରରେ ରାଜନୈତିକ ଭୂମି ଦେଇ ଭାରତକୁ ଯଶଶ୍ଵୀ କରିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ବିଶ୍ଵାସର ସମ୍ଭ ହେବା ଏବଂ ରାଜନୈତିକ ସଂକୀର୍ଣ୍ଣତା ରୂପୀ ଅନ୍ଧାରରୁ ନିଜକୁ ମୁକ୍ତ କରିବାର ଶପଥ ନେଇଥିଲେ । ଏଥିରେ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ମୁଖ୍ୟ ବକ୍ତା ଉତ୍ତର ଓଡିଶା ମିଡ଼ିଆ ସଂଯୁଜକ ସତ୍ୟଜିତ ମିଶ୍ର, ଆଇନଜୀବି ବିଜୟ ପାଣିଗ୍ରାହୀ, ଦେବାନନ୍ଦ ପିଳା, ବାଲିଆପାଳ ମଣ୍ଡଳ ସଭାପତି ମୁରଲୀଧର ସାହୁ, ଖାପରାପଦା ମଣ୍ଡଳ ସଭାପତି ଲଷ୍ମୀଧର ପ୍ରଧାନ, ଅଦୌତ୍ୟ ବାଗ, ସୁଶୀଲ ସି, ଭୁର୍ଗୁରାମ ବିଶ୍ୱାଳ, ରତ୍ନାକର କୁହ୍ଲାରୀ, ମନ୍ମଥ ପାତ୍ର, ଜୟନ୍ତ ଦାସ, ସରୋଜ କର, କମାଲଲୋଚନ ଭୂୟାଁ, ରୁଦ୍ର କର, ପ୍ରମଥ ନାୟକ, କାହ୍ନୁ ଚରଣ ନାୟକ, ଡାକୁଲ ଘୁଡଇ, ଶାନ୍ତନୁ କର, ଯଯାତି ଦାସ, କ୍ଷିତୀଶ ରାଉତ, ଗୋବିନ୍ଦ ଦାସ, ତିଲୋଚନ କାମିଳା, ଉମାକାନ୍ତ ବେହେରା, ନିମାଇଁ ଚରଣ ଦାସ, ସାମ୍ବାଦିକ ପ୍ରଭାତ କୁମାର ଦାସ, ରାଜକିଶୋର ପାତ୍ର ଓ ସୁବାସ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

କଳାହାଣ୍ଡି ଜିଲ୍ଲା ରେ ପୁଣି ମାତିଲେ ମାଓବାଦି..ପୁଲିସ୍ ଇନ୍‌ଫର୍ମର ସନ୍ଦେହରେ ଜଣଙ୍କୁ ଘରୁ ଉଠାଇ ନେଇ ମାରିଦେଲେ ନକ୍ସଲ

Sunil Chandra Nayak

ସରକାରୀ ପ୍ରାଥମିକ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ ରେ ଜାତୀୟ ବିଜ୍ଞାନ ଦିବସ

Sunil Chandra Nayak

ବାଲେଶ୍ବର – ପିଞ୍ଛାବଣିଆ ଗୁରୁକୁଳ ଆଶ୍ରମ ପାଇଲା ପ୍ରକୃତି ମିତ୍ର ପୁରସ୍କାର-୨୦୨୨

Leave a Comment

error: Content is protected !!