ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୋଷାକ ବିତରଣ ଉତ୍ସବ

ରାଉରକେଲା/ ପାନପୋଷ ସରକାରୀ ଉର୍ଦ୍ଦୁ ପ୍ରାଥମିକ ବିଦ୍ୟାଳୟରେ ନୂତନ ସରକାରୀ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଉର୍ବଶୀ ଦାଶ ଏବଂ ଶିକ୍ଷକ ଏମଡି ମୋହିବଙ୍କ ତତ୍ତ୍ୱାବଧାନରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ଆର ଭି କ୍ଲଷ୍ଟର ର ସିଆରସିସି ମନୋଜ କୁମାର ମିଶ୍ର ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ । ମୁଖ୍ୟ ଅତିଥିଙ୍କ କରକମଳରେ ପୋଷାକ ଗୁଡିକ ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ କରାଯାଇଥିଲାବେଳେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଖୁବ୍ ଆନନ୍ଦ ଓ ଉତ୍ସାହ ପରିଲକ୍ଷିତ ହୋଇଥିଲା । ବିଦ୍ୟାଳୟ କମିଟିର ସଭାପତି ଇଫତ୍ ପରବୀନ ଏବଂ ବହୁ ସଭ୍ୟ ସଭ୍ୟା ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଶେଷରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ

Related posts

ଖାସବାହାଲ ଠାରେ ବ୍ଲକ ସ୍ତରୀୟ ଯାଦବ ସମାଜ ବୈଠକ

Sunil Chandra Nayak

ଟେମରି ଗ୍ରାମ ପଂଚାୟତଠାରେ ମହାତ୍ମା ଗାନ୍ଧୀ ଜୟନ୍ତୀ ପାଳିତ 

Sunil Chandra Nayak

ମା’ ଚଣ୍ଡିମାତାଙ୍କ ସ୍ବାଗତ ଗେଟ୍ ର ଶୁଭ ପୂଜନ କଲେ ବିଧାୟକ

Sunil Chandra Nayak

Leave a Comment

error: Content is protected !!