ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜାମଜୋର ରେ ଯୁବକ ଜଣକ ଫାଶି ଲଗାଇ ଆତ୍ମହତ୍ୟା

ଉତ୍କେଲା,୧୯/୦୯, ମ ନି ସ,  କେସିଙ୍ଗା ଥାନା ଦେଓଗାଁ ପଞ୍ଚାୟତ ଅଧିନସ୍ତ ଜାମଜୋର ଗାଁ ର ବିଦ୍ୟାଧର ଶବର ଙ୍କ ମଝିଆ ପୁଅ ନେତ୍ରା ଶବର (୨୮) ସୋମବାର ସକାଳ ୧୧ ଟାରେ ନିଜ ଘରେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଘଟଣା ଉତ୍କେଲା ଫାଣ୍ଡି ରେ ଅଭିଯୋଗ ବିଦ୍ୟାଧର ଶବର କରିଥିଲେ। ଉତ୍କେଲା ଫାଣ୍ଡି ଅଧିକାରୀ ପ୍ରେମରାଜ କଅଁର ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ କରୁଥିବା ବେଳେ ପାରିବାରିକ ଘରୋଇ ସ୍ବାମୀ ସ୍ତ୍ରୀ ମଧ୍ୟରେ କଳହ ହୋଇ ଏପରି ଘଟଣା ହୋଇଛି ବୋଲି ଲୋକ ଲୋଚନରେ ଚର୍ଚ୍ଚା ହେଉଛି। ନେତ୍ରା ଶବର ଜଗନ୍ନାଥ ପୁର ରୁ ଛଅ ମାସ ତଲେ ବାହା ହୋଇଥିଲେ। ବାହା ହେବା ପରଠୁ ଦୁହେଁ ସ୍ବାମୀ ସ୍ତ୍ରୀ ମଧ୍ୟରେ ସଦାବେଲେ ବଚସା ହେଉଥିବା ର ଶୁଣିବାକୁ ମିଳୁଛି। ଶବ ବ୍ୟବଛ୍ଛେଦ ପରେ ପରିବାର ଲୋକଙ୍କୁ ପୋଲିସ ହସ୍ତାନ୍ତର କରିଥିବା ଜଣାପଡିଛି।

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ

Related posts

ମାଳପୁରା ଗ୍ରାମ ରେ ମହାଲକ୍ଷ୍ମୀ ଙ୍କ ୭ମ ବାର୍ଷିକ ପୂଜା ଉତ୍ସବ ଅନୁଷ୍ଠିତ

Sunil Chandra Nayak

କଂଗ୍ରେସ ଅଧକ୍ଷ ପାର୍ଥି ପ୍ରଭାତ ଦାଶ ଙ୍କ ପ୍ରଚାର ଧୂଆଁଧାର

Sunil Chandra Nayak

ରାଜ୍ୟରେ ୨ଟି ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନିଷ୍ପତ୍ତିକୁ ହାଇକୋର୍ଟ ବାର୍ ଆସୋସିଏସନ୍ ର ବିରୋଧ

Leave a Comment

error: Content is protected !!