କୋକସରା,୧୯/୯- ( ମ ନି ସ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଘାଟି ମୁଣ୍ଡରେ ପୁଜା ପାଉଥିବା ଆରାଧ୍ୟ ଦେବତା ପ୍ରଭୂ ବୁଢାରଜ ଦେବଙ୍କ ପ୍ରସିଦ୍ଧ ବାର୍ଷିକ ଦଶ୍ରା ନିମନ୍ତେ ମନ୍ଦିର ପ୍ରଙ୍ଗଣରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଫକିର ମୋହନ ପୁଝାରୀଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ହୋଇଥିଲା । ଆସନ୍ତା ଅକ୍ଟୋବର ମାସ ୧୫ ତାରିଖ ଶନିବାର ଦିନ ପ୍ରଭୂ ବୁଢାରଜା ଦେବଙ୍କ ବାର୍ଷିକ ଦଶ୍ରା ଅନୁଷ୍ଠିତ ହେବାକୁ ଥିବାବେଳେ ଦଶ୍ରା ପୂଜା କିପରି ଭାବରେ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା ହେବ ସେନେଇ ଆଲୋଚନା ହୋଇଥିଲା । ଏଥି ସହ ପରିଚାଳନା ପାଇଁ ୧୫ ଜଣିଆ ନୂତନ କମିଟି ଗଠନ କରାଯାଇଥିଲା । ଏଥିରେ ସଭାପତି ଭାବେ କୁମୁଦ ଚନ୍ଦ୍ର ପୁଝାରୀ, ସମ୍ପାଦକ ନକୁଲ ବାଣୁଆ, ଉପସଭାପତି ତିଲୋତ୍ତମା ନାଏକ, ସହ ସମ୍ପାଦକ ସନ୍ତୋଷ ମାଝୀ ଓ କୋଷାଧ୍ୟକ୍ଷ ଭାବରେ ଯୀତେନ୍ଦ୍ର ପଣ୍ଡା, ସଭ୍ୟ ମନୋରଞ୍ଜନ ବାଣୁଆ, ନିତ୍ୟା ମାଝୀ, ଟିକିଚନ୍ଦ୍ର ଧଙ୍ଗଡାମାଝୀ, କେଶବ ବେଣୁପାଣି, ଭାସ୍କର ରାଓ, ମହେଶ୍ୱର ପୁଝାରୀ, ତ୍ରିନାଥ ପ୍ରସନ୍ନ ରାୟ, ବିଘ୍ନେଶ୍ୱର ନାଏକ, ଫକିର ମାଝୀ, ଦୟାନିଧି ନାଏକ ପ୍ରମୁଖ ରହିଛନ୍ତି ।
previous post
next post