ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଉରକେଲା – କବି ସୁଶାନ୍ତ କୁମାର ନାୟକଙ୍କ ଭିନ୍ନ ଏକ ପୃଥିବୀ ଲୋକାର୍ପିତ

ରାଉରକେଲା/ କବି ସୁଶାନ୍ତ କୁମାର ନାୟକଙ୍କ ଦ୍ବିତୀୟ କବିତା ସଂକଳନ ପୁସ୍ତକ ‘ ଭିନ୍ନ ଏକ ପୃଥିବୀ ‘ଆଜି ଧାମରା ସଂଘ ଠାରେ ଲୋକାର୍ପିତ ହୋଇଯାଇଛି। କବି ଶ୍ରୀ ନାୟକଙ୍କ ଆବାହକତ୍ବ ଓ ଅଙ୍ଗୁରବାଳା ପରିଡାଙ୍କ ସଂଯୋଜନା ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ସଭାମୁଖ୍ୟ ଭାବେ ପ୍ରଶାନ୍ତ କୁମାର ବେହେରା, ମୁଖ୍ୟଅତିଥି ଭାବେ ପ୍ରାକ୍ତନ ପ୍ରଶାସକ ମହେନ୍ଦ୍ର କୁମାର ପଟ୍ଟନାୟକ, ବରେଣ୍ୟ ଅତିଥି ଭାବେ ସ୍ତମ୍ଭକାର ଭୁପେନ ମହାପାତ୍ର, ମୁଖ୍ୟବକ୍ତା ଭାବେ ରାଜୀବ ପାଣି ଓ ସମ୍ମାନିତ ଅତିଥି ଭାବେ ଶଶଧର ପଣ୍ଡା ପ୍ରମୁଖ ପୁସ୍ତକଟିକୁ ଉନ୍ମୋଚନ କରିବା ସହ ବକ୍ତବ୍ଯ ରଖିଥିଲେ। ମୁଖ୍ୟବକ୍ତା ଶ୍ରୀ ପାଣି ପୁସ୍ତକକୁ ସମୀକ୍ଷା କରିଥିବା ବେଳେ ଅତିଥି ମାନେ ତାଙ୍କ ବକ୍ତବ୍ଯରେ କହିଲେ ଯେ କବି ହେଉଛନ୍ତି ଦ୍ବିତୀୟ ଇଶ୍ବର ଓ କ୍ରାନ୍ତଦର୍ଶୀ । ସାହିତ୍ୟ ସୃଷ୍ଟି କଲାବେଳେ କବିଙ୍କୁ ସାବଧାନତା ସହ ବିଭିନ୍ନ ଦିଗକୁ ତର୍ଜମା କରି ସାହିତ୍ୟ ସୃଷ୍ଟି କରନ୍ତୁ। ଯାହା ସମାଜକୁ କିଛି ବାର୍ତ୍ତା ଦେବ। ପ୍ରାରମ୍ଭରେ ଗୁରୁ ଜ୍ୟୋତିର୍ମୟ ଆଚାର୍ଯ୍ୟ ସ୍ବାଗତ ସଂଗୀତ ଗାନ କରିଥିବା ବେଳେ ପୁସ୍ତକର ପ୍ରକାଶିକା ମୀନତି ରାଉତ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଏହି ଅବସରରେ ଡା ଗୀତାଞ୍ଜଳୀ ପତ୍ରୀ,ମୀନକେତନ ପଶାୟତ, ବିଜୟ ସାହୁ, ଗୌରାଙ୍ଗ ଦାସ,ନିରୁପମା ପତି, ରଶ୍ମି ସାହୁ, ଡଃ ସୁବାସ ଚନ୍ଦ୍ର ଲେଙ୍କା, ରୀତାରାଣୀ ମହାପାତ୍ର,ଜ୍ୟୋସ୍ନା କୁମାରୀ ନାଏକ, ହରିହର ବେହେରା, ନୃସିଂହ ଚରଣ ବିଶ୍ବାଳ ପ୍ରମୁଖ କବିତା ପାଠ କରିଥିବାବେଳେ ସୁନିଲ୍ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ସହରର ବହୁ ଜଣାଶୁଣା କବି,ସାହିତ୍ୟିକ, ପ୍ରାବନ୍ଧିକ ଯୋଗଦେଇ ଥିଲେ।

ରାଉଲକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ଶରତ ସକାଳ

Sunil Chandra Nayak

ମଣ୍ଡି ସମସ୍ୟାନେଇ ଧରମବନ୍ଧା ଅଞ୍ଚଳଚାଷିଙ୍କ ଦ୍ବାରା ଜିଲ୍ଲା ଯୋଗାଣ କାର୍ଯ୍ୟାଳୟ ଘେରାଓ

ରୁପ୍ରାରୋଡ ସରସ୍ୱତୀ ଶିଶୁ ମନ୍ଦିରର ପରିଚାଳନା କମିଟି ଗଠିତ

Sunil Chandra Nayak

Leave a Comment

error: Content is protected !!