ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚନ୍ଦ୍ରକଳା ଦେବୀ ଙ୍କ କବିତା ରଥ ଯାତ

ରଥ ଯାତ

 

ଚନ୍ଦ୍ରକଳା ଦେବୀ

 

ଆଷାଢ଼ ଶୁକଳ ଦ୍ଵିତୀୟା ତିଥିରେ

ହୋଇଥାଏ ରଥଯାତ,

ପୁରୀ ବଡ଼ ଦାଣ୍ଡ ଉଛୁଳି ପଡଇ

ଦେଖି ମନ ପୁଲକିତ ||

 

ଇନ୍ଦ୍ରଦ୍ୟୁମ୍ନ ରାଣୀ ଗୁଣ୍ଡିଚାଙ୍କ ନାମେ

ହୋଇଛି ଗୁଣ୍ଡିଚା ଯାତ,

ଗୁଣ୍ଡିଚା ନାମର ଉଚ୍ଚାରଣ କଲେ

ନାଶ ଯାଏ ସର୍ବ ପାପ ||

 

ଠାକୁରଙ୍କ ରଥ କରି ଆରୋହଣ

ଉତ୍କଳର ଗଜପତି

ସ୍ବର୍ଣ୍ଣ ଖଡ଼ିକାରେ ଛେରା ଓ ପହଁରା

ଫୁଲ ଚନ୍ଦନ ସିଞ୍ଚନ୍ତି ||

 

ଧାଡି ପହଣ୍ଡିରେ ଚତୁର୍ଦ୍ଧା ମୂରତି

ହଲି ହଲି ଝୁଲି ଝୁଲି

ରଥ ଆରୋହଣ କରନ୍ତି ଠାକୁର

ଭକ୍ତଙ୍କ ସଙ୍ଗରେ ମିଳି ||

 

ତାଳଧ୍ଵଜ ରଥେ ବିଜେ ବଳଦେବ

ରଥରେ ଚଉଦ ଚକ,

ସାରଥି ମାତଳୀ ସମ୍ମୁଖରେ ଛନ୍ତି

ଆଗକୁ ଗଡ଼ଇ ରଥ ||

 

ମଝିରେ ସୁଭଦ୍ରା ଦେବଦଳନ ଯେ

ବାରଟି ଚକ ବିଶିଷ୍ଟ,

ପା6ର୍ଶ୍ଵ ସୁଦର୍ଶନ ସାରଥି ଅର୍ଜ୍ଜୁନ

ଦେଖିଣ ସରବେ ତୁଷ୍ଟ ||

 

ପଛରେ ଆସନ୍ତି କାଳିଆ ଠାକୁର

ନନ୍ଦିଘୋଷ ଯା’ର ରଥ,

ଷୋହଳ ଚକଯେ ଦାରୁକ ସାରଥି

ବାହୁଥାନ୍ତି ପରା ରଥ ||

 

ଖୋଳ କରତାଳ ଘଣ୍ଟ ଘଣ୍ଟି ନାଦ

ହରିବୋଲ ହୁଳହୁଳି,

ଲକ୍ଷ ଲକ୍ଷ ଭକ୍ତ ସମାଗମ ପୁଣି

ଆନନ୍ଦରେ କରତାଳି ||

 

ସଂକୀର୍ତ୍ତନ ଦଳ ହରେକୃଷ୍ଣ ନାମ

ଭଜନ୍ତି ଭାବ ବିହ୍ଵଳେ,

ଗୋଟିପୁଅ ନାଚ ମହାରୀର ନୃତ୍ୟ

ପ୍ରଭୁଙ୍କ ନିମନ୍ତେ ଭଲେ ||

 

ସତ୍ୟେ ନାରାୟଣ ତ୍ରେତୟାରେ ରାମ

ଦ୍ୱାପରରେ କଳାକାହ୍ନା,

କଳିଯୁଗେ ସେତ ଜଗତର ନାଥ

ରଥ ଯାତ ପତ୍ନୀ ବିନା ||

 

ମାନବ ଜାତିକୁ ଦିଗ ଦର୍ଶନ ଦିଏ

ଭାଇର ଭଉଣୀ ପ୍ରାଣ

ଭାଇ ଭଉଣୀର ସଂପର୍କ ନିବିଡ଼

ରଥ ଯାତ ତା’ପ୍ରମାଣ ||

ବନ୍ଧୁଗାଁ,କୋରାପୁଟ

Related posts

ଅବସର ପ୍ରାପ୍ତ କର୍ମଚାରୀଙ୍କ ନୂତନ କର୍ମକର୍ତ୍ତା ଗଠିତ

Sunil Chandra Nayak

ସରଧାପୁର ରେ ଗାନ୍ଧୀ ଜୟନ୍ତୀ ପାଳିତ

Sunil Chandra Nayak

ଲେଡି ବ୍ଲାକମେଲର ଅର୍ଚ୍ଚନା ମାମଲା..କାହା ରିମୋଟ ରେ ତଦନ୍ତକୁ ଦିଗହରା କରାଯାଉଛି କି ?

Sunil Chandra Nayak

Leave a Comment

error: Content is protected !!