ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦୀର୍ଘ  ୩୦ ବର୍ଷ କାଳ ବାସନ୍ଦ ଜୀବନ ଯାପନ କରୁଛନ୍ତି କଦମା ମାଝୀ

ଥୁଆମୂଳ ରାମପୁର:୧/୭-ମ.ନି.ସ:- ସାମାଜିକ ପ୍ରାଣି ଭାବରେ ମନୁଷ୍ୟକୁ ବଞ୍ଚିବା ନିହାତି ଜରୁରୀ ରହିଅଛି। ସମାଜ ବିନା ମନୁଷ୍ୟ ବଞ୍ଚିବା କେତେ ଯେ,କାଠି କରପାଠ ଯିଏ ଅଙ୍ଗେ ନିଭେଇଛି ସେହିଁ ବୁଝିପାରିବ।ଅନ୍ଯପକ୍ଷରେ ମନୁଷ୍ୟର ଧନ ଯୌବନ ମାନସମ୍ମାନ,ପଦପଦବୀରେ ଥିଲେ ତାକୁ ସମାଜ କେତେ ଯେ ଆଦର କରିଥିଏ। କିନ୍ତୁ ଯେତେ ବେଳେ ଏହି ଜୀବନରୁ ମନୁଷ୍ୟ ବାଦ ପଡେ ସେତେ ବେଳେ ସମାଜ ତାକୁ ଅଳିଆଗଦାରେ ଫୋପାଡ଼ି ଦେଲା ଭଳି ବାହାରେ ଫୋପାଡ଼ି ଦେଇଆସେ। ସମାଜରେ ଅନେକ ବ୍ଯକ୍ତିଙ୍କର ଏହି ଭଳି ଜୀବନ ଯାପନ କରୁଥିବା ନଜିର ରହିଛି। ଅଧିକାଂଶ ସମୟରେ ମନୁଷ୍ୟ ମାରାତ୍ମକ ରୋଗ ଗ୍ରସ୍ତ ହୋଇପଡେ ସେହି ସମୟରେ ଗାଁ ସମାଜ ତାକୁ ବାସନ୍ଦ କରିବା ଭଳି ଦୁଃଖଦ ଓ ଅଭାବନୀୟ ଘଟଣା କେତେ ଯେ ହୃଦୟ ବିଦାରକ ହୋଇଥାଇପାରେ। ବିଶେଷ କରି ସମାଜରେ ଥିବା କେତେକ ବ୍ଯକ୍ତିଙ୍କ ସଚେତନତାର ଅଭାବ ଓ ଅନ୍ଧବିଶ୍ୱାସ ଆଜିବି ଅନେକ ସ୍ଥାନରେ ରହିଅଛି। ଯାହାଫଳରେ କୁଷ୍ଠ ରୋଗୀଙ୍କୁ ଗାଁରୁ ବାସନ୍ଦ କରାଯାଉଛି।ଏହା ଦିନକ ପାଇଁ ନୁହେଁ କି ଦୁଇ ଦିନ ପାଇଁ ନୁହେଁ ଦୀର୍ଘ ୩୦ ବର୍ଷ କାଳ ବାସନ୍ଦ ଜୀବନଯାପନ କରୁଥିବା ଜଣେ ବୁଦ୍ଧଙ୍କ ଜୀବନ ଶୈଳୀ କୁ ନେଇ ଏଠାରେ ଉପସ୍ଥାପନା କରାଯାଇଛି। ଯାହାକି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ତଳଝାପି ଗ୍ରାମର କଦମା ମାଝୀ ତାଙ୍କୁ କୁଷ୍ଠ ରୋଗ ଗ୍ରାସିଥିବାରୁ ଗାଁରୁ ୧ କିଲୋମିଟର ଦୂରରେ ଏକ ଝାଟିମାଟି କୁଡିଆରେ ୩୦ ବର୍ଷ ପୂର୍ବରୁ ସେ ବାସନ୍ଦ ଜୀବନ ଯାପନ କରୁଛନ୍ତି। କଦମା ମାଝୀ ଏବେ ନିଃସହାୟ, ସମାଜ ତାଙ୍କୁ ଗାଁରୁ ବିତାଡ଼ିତ କରିଦେଇଛି ଏବେ ଅଲୋଡ଼ା ମନୁଷ୍ୟ ଭାବରେ ଜୀବନ ବିତାଉଛନ୍ତି। ପାଖରେ କେହି ନାହାଁନ୍ତି ଲୋକଶୂନ୍ଯ ଆଗଭଳି ଲୋକଙ୍କ କୋଳାହଳ ଶୁଭୁନାହିଁ, କେବଳ ସେହି ଜଙ୍ଗଲର ହିଂସ୍ର ଜୀବଜନ୍ତୁ ହୋଇ ଥାଇପାରନ୍ତି କଦମା ମାଝୀଙ୍କ ଅତି ଆପଣାର, ଖରାବର୍ଷା ଶୀତକାକର ଅମାପ ଅନ୍ଧାର ଭିତରେ ଦିନକାଟୁଛନ୍ତି। କି ଦୁଃଖଦ ଯନ୍ତ୍ରଣା ସାଙ୍ଗକୁ କୁଷ୍ଠ ବ୍ଯାଧିର ଯନ୍ତ୍ରଣା ଏକା ମନୁଷ୍ୟ କିଭଳି ଭାବରେ ଜୀବନ ଅତିବାହିତ କରୁଛନ୍ତି।ତାହା ଭଗବାନଙ୍କୁ ହିଁ ଜଣାଥିବ। ବିଜ୍ଞାନ ର ଅଗ୍ରଗତି ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ମନୁଷ୍ୟ ଧିରେଧିରେ ଅନ୍ଧବିଶ୍ୱାସ କୁ ନେଇ ଜଣେ ମନୁଷ୍ୟ କୁ ଏତେ ବଡ ଦଣ୍ଡର ବ୍ୟବସ୍ଥା କରିବା ଉଚିତ୍ ନୁହେଁ ବୋଲି ପ୍ରାୟ ସମୟରେ ଆଲୋଚନା ର ବିଷୟ ପାଲଟିଛି। ତେବେ ବର୍ତ୍ତମାନର ଶିକ୍ଷିତ ସମାଜ, ସମାଜର ପ୍ରତିଷ୍ଠିତ ମନୁଷ୍ୟ ଏଦିଗରେ କାହିଁକି ସଚେତ ନୁହଁନ୍ତି। କଦମ ମାଝୀ ଭଳି କେତେ ଯେ ମନୁଷ୍ୟ ଏଭଳି ବାସନ୍ଦ ଜୀବନଯାପନ କରୁନଥିବେ ତାହା କହି ହେବନାହିଁ। ଅକାଳରେ କଦମା ମାଝୀ ଭଳି ଅନେକ ନିରୀହ ମନୁଷ୍ୟ ସମାଜରେ ଅଲୋଡ଼ା ଜୀବନ ନେଇ ବଞ୍ଚିଥିବେ। ଏଦିଗରେ ସମାଜ,ସରକାର ଓ ଗାଁର ଭଦ୍ରବ୍ୟକ୍ତି ଓ ଅନ୍ଯମାନଙ୍କର କଣ କର୍ତ୍ତବ୍ୟ ନାହିଁ କି। କାହିଁକି ସମାଜର ଭଦ୍ରବ୍ୟକ୍ତି ଏଭଳି ଅନ୍ଧବିଶ୍ୱାସ କୁ ପ୍ରସୟ ଦେଉଛନ୍ତି। ସମାଜସେବୀ ଓ ସ୍ବେଚ୍ଛାସେବୀ ମାନେ ଏଠାରେ କାହିଁକି ତାଙ୍କର କର୍ତ୍ତବ୍ୟ ପାଳନ କରୁନାହାନ୍ତି। କୃଷ୍ଣ ରୋଗ ନିରାକରଣ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ କଦମା ମାଝି କିଭଳି ଚିହ୍ନଟ ହୋଇପାରିଲେ ନାହିଁଁ ଏପରି ଅନେକ ପ୍ରଶ୍ନ ଭିତରେ ଛନ୍ଦି ହେବାକୁ ପଡୁଛି। ପ୍ରଶାସନ ପକ୍ଷରୁ ଏହି ବ୍ଯକ୍ତିଙ୍କୁ ଉଦ୍ଧାର କରିବା ଭଳି କିଛି କର୍ତ୍ତବ୍ୟ ଅଛି କି ନାହିଁ, ଏହା ହିଁ ସମ୍ବେଦନଶୀଳ ବିଷୟ ହୋଇପଡିଛି। କଦମ ମାଝୀ ୩୦ ବର୍ଷ କାଳ ବାସନ୍ଦ ରହିଛନ୍ତି। ଅନ୍ତତଃ କଦମା ମାଝୀ ଙ୍କୁ ସରକାରଙ୍କ ପକ୍ଷରୁ ଘରଖଣ୍ତେ ତୋ ଯୋଗାଇ ଦେବାପାଇଁ ବ୍ଯବସ୍ଥା କରିବା ଉଚିତ୍ ଥିଲା, ଚେଇଁ ଶୋଇଛି କି ପ୍ରଶାସନ, କେବଳ ଖାଦ୍ଯ ସୁରକ୍ଷା ଯୋଜନାରୁ ୫ କିଲୋଗ୍ରାମ ଚାଉଳ, ସାମାଜିକ ସୁରକ୍ଷା ଯୋଜନାରୁ ମାସକୁ ୫୦୦ ଶହ ଟଙ୍କା ହିଁ ସାହାଭରସା ତାଛଡା ଅନ୍ଯ କିଛି ବ୍ଯବସ୍ଥା ନାହିଁ ,ଗୋଟିଏ ଓଳି ଖାଇଲେ ଆଉ ଗୋଟିଏ ଓଳି ଉପାସରେ ରହିବାକୁ ପଡେ। କଦମା ମାଝୀ କି ଯନ୍ତ୍ରଣା ଜୀବନ କାଟୁଛନ୍ତି ଧନ୍ୟବାଦ ଏହି ମନୁଷ୍ୟ ସମାଜର ମୁରବି ମାନଙ୍କୁ, କେବଳ ସେମାନେ ବାଃହାସ୍ପଟ ମାରିବା ପାଇଁ ଦୂରନ୍ଦର । ପ୍ରକୃତରେ କହିବାକୁ ଗଲେ ସେମାନେ ମିଛମିଛିଆ ସମାଜସେବୀ ବୋଲାଉଛନ୍ତି। ତେଣୁ ଏହି କଦମା ମାଝୀଙ୍କୁ ପ୍ରଶାସନ ପକ୍ଷରୁ ଆବାସ ଯୋଜନାରେ ସାମିଲ କରିବା ସହିତ ଜରୁରୀକାଳୀନ ସେବା ଯୋଗାଇ ଦେବା ନେଇ ଦାବି ହେଉଛି।

ଥୁଆମୂଳ ରାମପୁର ରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଖଡମବେଡା ପଞ୍ଚାୟତର ଅଧିକାଂଶ ଗ୍ରାମ ଡିଜିଟାଲ ହେବାରୁ ବଂଚିତ ନେଇ ସମିତି ସଭ୍ଯାଙ୍କ ବିଡ଼ିଓଙ୍କ ଦ୍ଵାରା ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

Sunil Chandra Nayak

ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

ଶ୍ରଦ୍ଧା ଅନୁଷ୍ଠାନରେ ବିଶ୍ବ ସ୍ବପରାୟଣତା ସଚେତନତା ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!