ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପରିଚୟ ଓ ଜନନାଟ୍ୟ ମଂଚର ମିଳିତ ଆନୁକୂଲ୍ୟରେ ଜଗନ ମୋହନ ଲାଲାଙ୍କ ଜୟନ୍ତୀ ପାଳିତ

ରାଉରକେଲା/ ଇସ୍ପାତ ନଗରୀର ନାଟ୍ଯାନୁଷ୍ଠାନ ପରିଚୟ ଓ ଜନନାଟ୍ୟ ମଂଚର ମିଳିତ ଆନୁକୂଲ୍ୟରେ ପ୍ରଥମ ଓଡିଆ ନାଟକର ସ୍ରଷ୍ଟା ନାଟ୍ଯକାର ଜଗନ ମୋହନ ଲାଲା ଜୟନ୍ତୀ ସେକ୍ଟର ୫ ସ୍ଥିତ କଲଚରାଲ ଏକାଡ଼େମୀ ଠାରେ ପାଳିତ ହୋଇଯାଇଛି। ପରିଚୟ ର ପଞ୍ଚାନନ ମହାପାତ୍ରଙ୍କ ସଭାପତିତ୍ବ ତଥା ସଂଯୋଜନା ଓ ସଂପାଦକ ପଞ୍ଚାନନ ପାତ୍ରଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡଃ ସମର ମୁଦାଲି, ସମ୍ମାନିତ ଅତିଥି ଭାବେ ସ୍ତମ୍ଭକାର ଭୂପେନ ମହାପାତ୍ର ଓ ଡଃ ସୁମନ ଦତ୍ତ ଓ ମଂଚର ସଂପାଦକ ନାଟ୍ଯକାର ଆର୍ତ୍ତତ୍ରାଣ ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ଆଲୋଚ୍ୟ ବିଷୟ ” ଗଣଚେତନାରେ ନାଟ୍ଯକାରଙ୍କ ଭୂମିକା ” ସଂପର୍କରେ ଆଲୋଚନା କରିଥିଲେ । ଅତିଥି ମାନେ ନାଟ୍ଯକାର ଲାଲାଙ୍କ ଜୀବନୀ ଓ କୃତି ସଂପର୍କରେ ଆଲୋଚନା କରି କହିଲେ ଯେ ଜଗନ ଥିଲେ ଓଡିଆ ନାଟକ ଜଗତର ପ୍ରବାଦ ପୁରୁଷ । ୧୮୭୭ମସିହାରେ ତାଙ୍କ ରଚିତ ନାଟକ ‘ବାବାଜି’ର ଉନ୍ମେଷ ଘଟିଥିଲା । ଏହା ପରେ ସତୀ, ପ୍ରିତି ଓ ବୃଦ୍ଧ ବିବାହ ଓଡିଆ ସାହିତ୍ୟ ଜଗତ ପାଇଁ ଗର୍ବ ଓ ଗୌରବର ବିଷୟ ଥିଲା । ଏହା ସହ କଟକ ପ୍ରିଣ୍ଟିଂ କମ୍ପାନୀ ପ୍ରତିଷ୍ଠା କରିବାରେ ତାଙ୍କର ଗୁରୁତ୍ବପୂର୍ଣ ଅବଦାନ ଥିଲା । ମୁଖ୍ୟବକ୍ତା ଶ୍ରୀ ମହାପାତ୍ର ତାଙ୍କ ବକ୍ତବ୍ଯ ରେ କହିଲେ ଯେ ଜଗନ ଥିଲେ ଗଣଚେତନାର ବାର୍ତ୍ତାବହ, ସଂସ୍କାରବାଦୀ ଓ ବାଲ୍ୟ ବିବାହ ବିରୋଧୀ ତଥା ଲୀଳା ସୁଆଙ୍ଗର ଧାରାଭାଙ୍ଗି ଆଧୁନିକ ସାମାଜିକ ନାଟକର ସ୍ରଷ୍ଟା । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଡାକ୍ତର କୃପାସିନ୍ଧୁ ନାୟକ, ଅଭିରାମ ପ୍ରଧାନ, ଶରତ ଦାସ,ଶୁଭଶ୍ରୀ ଦାଶ, ଲୀନା ବିଶ୍ବାଳ, ଗୌତମ ମହାନନ୍ଦ, ଜନ୍ମେଞ୍ଜୟ ମହାନ୍ତି, ନିହାର ରଂଜନ ମିଶ୍ର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ସର୍ବଶ୍ରୀ ପ୍ରତାପ କୁମାର ପଣ୍ଡା, ସଂଜୀବ କୁମାର ଭୋଇ, ସୁଶାନ୍ତ କୁମାର ନାୟକ, ତ୍ରିଲୋଚନ ସ୍ବାଇଁ, କୁଞ୍ଜବିହାରୀ ରାଉତ ପ୍ରମୁଖ ନାଟ୍ଯ ସଂପର୍କରେ କବିତା ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡା ବସନ୍ତ କୁମାର ଦାସ, ସ୍ମାରକ ଅନୁରାଗ ବାରିକ, ସିନ୍ଦେଶ୍ବର ମିଶ୍ର, ଅମିତ ଚୌଧୁରୀ,ପୂଜା ସେନାପତି,ଲକ୍ଷ୍ମୀ ନାରାୟଣ ପ୍ରଧାନ, ସୁମନ୍ତ ଉପାଧ୍ୟାୟ,ପ୍ରଫୁଲ୍ଲ ଚନ୍ଦ୍ର ସେଠୀ,ରଞ୍ଜିତ ବୋଷ,ଗୌତମ ଦାସ,ଅମୂଲ୍ୟ ଚରଣ ବରାଳ,ସୂର୍ଯ୍ୟକାନ୍ତ ସାହୁ,ଗଙ୍ଗାଧର ରାଉତ, ଶଶି କୁମାର, ନରେନ ଦାସ, ସୌରଭ ମହାନନ୍ଦ, ଅମୂଲ୍ୟ ବିଶୋଇ, ଶରତ ଚନ୍ଦ୍ର ପଣ୍ଡା, ରାନୁ ମହାପାତ୍ର, ସାଇଫିନ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଶେଷରେ ପଞ୍ଚାନନ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଶ୍ରୀଅରବିନ୍ଦଙ୍କ ପବିତ୍ର ଶ୍ରୀତନୁ ପ୍ରତିଷ୍ଠାର ୩୪ ତମ ବାର୍ଷିକୋତ୍ସବ ପାଳିତ

Sunil Chandra Nayak

ମସିହା ର ପ୍ରତିନିଧି ପ୍ରହଲ୍ଲାଦ ମୁଦୁଲି ତାଳଚେର ରେ ହେଲେ ସମ୍ମାନିତ

Sunil Chandra Nayak

ରାଇରଙ୍ଗପୁର ବିଦ୍ୟୁତ୍ ଡିଭିଜନ ର ମିଟର ରିଡର ମାନଙ୍କର ପାୱାର ଏମ୍ପ୍ଲୟୀଜ ୟୁନିଅନ୍ ରେ ମିଶ୍ରଣ।

Sunil Chandra Nayak

Leave a Comment

error: Content is protected !!