ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ପାଷାଣ

      ପାଷାଣ

କାହାପାଇଁ ତୁମେ ପାଷାଣ ହୋଇଲ

ଗୁପତେ ବସିଛ ଏକା

କେଉଁ ଅପରାଧ କରିଅଛୁ ଆମେ

ଦିଅନାହିଁ ଥରେ ଦେଖା 

କାହାପାଇଁ ତୁମେ………………୧ 

 

ଗୁପ୍ତ ଲୀଳା ତୁମ କେମିତି ବୁଝିବୁ

ବୁଝାଇ କହିବ  କିଏ

ଅପଢା ପାଠକୁ କିଏ ପଢ଼ାଇବ 

ଜ୍ଞାନ ଦାତା ହେବ ସିଏ

ଚାରି ଦିଗ ଆଜି ଅନ୍ଧକାର ଦିଶେ

ତୁମ ବିନା ଏଠି ଏକା

କାହାପାଇଁ ତୁମେ………………୨ 

 

କି ବିଚାର ତୁମେ କରିଲ ଏଠାରେ

କାହାକୁ କହିଲ ନାହିଁ

ନିଜକୁ ତୁମେ ଯେ ଦୂରେଇ ତ ନେଲ

ଦୁଃଖରେ ରହିଚି ଚାହିଁ

ଏମିତିକା ଭକ୍ତ ପାଖରେ ରହିବି

ଏହିକି ଭାଗ୍ୟରେ ଲେଖା !

କାହାପାଇଁ ତୁମେ ପାଷାଣ ହୋଇଲ

ଗୁପତେ ବସିଛ ଏକା………….୩

ସତ୍ୟରଞ୍ଜନ ସ୍ୱାଇଁ

ଅବଦଲପୁର, ଯାଜପୁର

 

Related posts

ଇନ୍ଦ୍ରାବତୀ ସରସ୍ୱତୀ ବିଦ୍ୟା ମନ୍ଦିର ରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା

Sunil Chandra Nayak

ତୃପ୍ତି ରାଣୀ ପାତ୍ର ଙ୍କ କବିତା ତୁମେ ଗଢିଛଏ ସୁନାର ସଂସାର

Sunil Chandra Nayak

ଅଳ୍ପ ପବନରେ ଉଡିଲା ନିର୍ମାଣାଧିନ ସ୍କୁଲର ଛାତ, ବିଦ୍ୟାଳୟ ସାମ୍ନାରେ ଗ୍ରାମବାସୀଙ୍କ ଉତ୍ତେଜନା

Sunil Chandra Nayak

Leave a Comment

error: Content is protected !!