ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭାରତୀୟ ସମ୍ବିଧାନ ରାଷ୍ଟ୍ରର ମାର୍ଗଦର୍ଶିକା

ରାଉରକେଲା/ସମ୍ବିଧାନ ପ୍ରଣୟନ ସଭାର ବିଜ୍ଞ ପ୍ରଣମ୍ଯ ସଦସ୍ୟ ମାନଙ୍କ ପ୍ରାୟ ତିନି ବର୍ଷର ଚିନ୍ତନ ମନ୍ଥନ ଦ୍ବାରା ପ୍ରସ୍ତୁତ ଭାରତୀୟ ସମ୍ବିଧାନ ସମସ୍ତ ରାଜନୈତିକ ଦଳ ତଥା ଜନ ସାଧାରଣ ପାଇଁ ପ୍ରଗତିର ମାର୍ଗଦର୍ଶିକା ବୋଲି ମ୍ଯୁନିସିପାଲ ମହାବିଦ୍ୟାଳୟ, ରାଉରକେଲାରେ ଅନୁଷ୍ଠିତ ସମ୍ବିଧାନ ଦିବସ ପାଳନ ଅବସରରେ ବକ୍ତା ମାନେ ମତ ପ୍ରକାଶ କରିଥିଲେ । ଅଧ୍ୟକ୍ଷ ପରେଶ ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ୱ ଓ ଅଧ୍ଯାପିକା ଏମି କୁଜୁରଙ୍କ ସଂଯୋଜିତ କାର୍ଯ୍ୟକ୍ରମରେ ଅଧ୍ଯାପିକା ଡ଼ଃ ଦିବ୍ୟକାନ୍ତି ବିଲୁଙ୍ଗ ବିଷୟ ଉପସ୍ଥାପନା କରିଥିଲେ । ଅଧ୍ଯାପିକା ମହେଶ୍ବତା ମହାପାତ୍ର ସମ୍ବିଧାନର ଉଦ୍ଦ୍ଯେଶିକା ପାଠ କରିଥିବା ବେଳେ ଡ଼ଃ ପ୍ରକାଶ କର, ରାଜନୀତି ବିଜ୍ଞାନ ମୁଖ୍ୟ ବିଜୟଲକ୍ଷ୍ମୀ ଦେଓ ଓ ଅଧ୍ଯାପକ ଅର୍ଘ୍ଯରୁପ ବାନାର୍ଜି ସମ୍ବିଧାନର ଗଠନ ଓ ପାଳନର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ମୁଖ୍ୟ ବକ୍ତା ଭାବରେ ଡ଼ଃ ସନାତନ ପ୍ରଧାନ କହିଲେ ଯେ ରାଷ୍ଟର ଗୌରବମୟ ପ୍ରାଚୀନ ଇତିହାସ ଥିବା ସତ୍ବେ ଅନେକ ଶତାବ୍ଦୀର ପରାଧୀନତା ପରେ କଷ୍ଟଲବ୍ଧ ସ୍ବାଧୀନତା ପରେ ପବିତ୍ର ସମ୍ବିଧାନ ଆଧାରରେ ସମଗ୍ର ଭାରତବାସୀ ପରିଚାଳିତ ହୋଇ ରାଷ୍ଟର ସର୍ବାଙ୍ଗୀନ ବିକାଶ ପାଇଁ କଟୀବଦ୍ଧ ହେବାକୁ ପଢ଼ିବ । ସମ୍ବିଧାନ ସମ୍ବନ୍ଧୀୟ ବିଭିନ୍ନ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିବାରେ ସଂଯୁକ୍ତା ବେହେରା ଓ ନୀତୁ ସେଠ ସହଯୋଗ କରିଥିବା ବେଳେ ଅଧ୍ଯାପକ ଆକାଶ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ବିଜୟ ପାଢ଼ୀ ଓ ଦୀପ୍ତି ରଞ୍ଜନ ମହାନ୍ତି ସମେତ ବହୁ ଅଧ୍ଯାପକ, ଅଧ୍ଯାପିକା ଓ ଛାତ୍ରଛାତ୍ରୀମାନେ ଏହି ଉତ୍ସବରେ ଭାଗ ନେଇଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ବିଦ୍ଯୁତ ବିଲ ପୈଠରେ ବିଳମ୍ବ , ବସୁଧା ଜଳଯୋଗାଣ ବିଦ୍ଯୁତ କାଟ, ଜଳଯୋଗାଣ ଠପ୍

Sunil Chandra Nayak

ଅଳ୍ପ ପବନରେ ଉଡିଲା ନିର୍ମାଣାଧିନ ସ୍କୁଲର ଛାତ, ବିଦ୍ୟାଳୟ ସାମ୍ନାରେ ଗ୍ରାମବାସୀଙ୍କ ଉତ୍ତେଜନା

Sunil Chandra Nayak

ମହିମା ଗାଦିରେ ନବାର୍ନ ଖାଇ ନୂଆଖାଇ ପାଳନ କଲେ ସାଧୁ ସନ୍ଥ

Sunil Chandra Nayak

Leave a Comment

error: Content is protected !!