ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡି ରେ ଟାଟା ଇଲେକ୍ଟ୍ରୋନିକ୍ସ ପ୍ରାଇଭେଟ୍ କମ୍ପାନୀର ଏସ୍ ସି/ ଏସ୍ ଟି ଛାତ୍ରୀ ମାନଙ୍କ ପାଇଁ ବୃହତ୍ ନିଯୁକ୍ତି ମେଳା

ଭବାନୀପାଟଣା: ( ମ ନି ସ)  ତା ୧୯.୯.୨୦୨୨ ଟାଟା ଇଲେକ୍ଟ୍ରୋନିକ୍ସ ପ୍ରାଇଭେଟ୍ ଲିମିଟେଡ ତରଫରୁ ତାମିଲନାଡୁର ହୋସୁର ଠାରେ ଥିବା ପ୍ଲାଣ୍ଟ ପାଇଁ ଏକ ବୃହତ୍ ନିଯୁକ୍ତି ମେଳା ସ୍ଥାନୀୟ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ଭବାନୀପାଟଣା ଠାରେ ଆସନ୍ତା ୨୪.୯.୨୦୨୨ ତାରିଖ ଦିନ ସକାଳ ୧୦.୦୦ ଘ ସମୟରେ ଅନୁଷ୍ଠିତ ହେବା। ଏଥିପାଇଁ ଜିଲ୍ଲା ପ୍ରଶାସନ,କଳାହାଣ୍ଡି ତରଫରୁ ସ୍ଥାନୀୟ ଓସ୍ୱାନ୍ ସେଣ୍ଟର ଠାରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ଅଧିକାରୀ ତଥା ସମସ୍ତ ବି ଡି ଓ ମାନଙ୍କୁ ନେଇ ଭର୍ଚୁଆଲ୍ ମାଧ୍ୟମରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏଥିପାଇଁ କେବଳ ୩୦.୯.୨୦୨୨ ସୁଦ୍ଧା ୧୮ ରୁ ୨୦ ବର୍ଷ ବୟସ ପ୍ରାପ୍ତ ହୋଇଥିବା ଅନୁସୂଚିତ ଜାତି ଓ ଜନଜାତି ବର୍ଗର କେବଳ ଛାତ୍ରୀମାନେ ଯେଉଁମାନେ କି ୨୦୨୧ କିମ୍ବା ୨୦୨୨ ମସିହା ରେ +୨ ( ଯେ କୌଣସି କଳା, ବାଣିଜ୍ୟ,ବିଜ୍ଞାନ ବିଭାଗ) ପରୀକ୍ଷା ରେ ଉତିର୍ଣ୍ଣ ହୋଇଥିବେ,ସେମାନେ କମ୍ପାନୀ ତରଫ ରୁ ଆୟୋଜିତ ପରୀକ୍ଷାରେ ଭାଗ ନେଇପାରିବେ । ପ୍ରାଥିନୀ ଙ୍କ ଓଜନ ୪୩ ରୁ ୬୫ କେଜି ଏବଂ ଉଚ୍ଚତା ୧୫୦ ସି ଏମ ହୋଇଥିବେ।ପ୍ରାଥିନି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ହୋସୂର୍ ଠାରେ ୧୨ ଦିନିଆ ତାଲିମ ନେଇ ଡାଟା ଏଣ୍ଟ୍ରି ଅପରେଟର ରୂପେ ମାସିକ ୧୫୦୦୦ ଟଙ୍କା ଦରମାରେ ନିଯୁକ୍ତି ପାଇବେ ।ସେମାନଙ୍କ ଖାଇବା ,ରହିବା ଓ ସମସ୍ତ ସୁବିଧା କମ୍ପାନୀ ପକ୍ଷରୁ କରାଯାଉଛି।ବି ଡି ଓ ମାନଙ୍କୁ ନିଜ ବ୍ଲକରେ ପଢୁଥିବା ଇଛୁକ ଛାତ୍ରୀମାନଙ୍କୁ ବସ ରେ ଆଣି ୨୪.୯.୨୦୨୨ ରିଖ ଦିନ ପରୀକ୍ଷା କେନ୍ଦ୍ରରେ ଉପସ୍ଥିତ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଆଇ ଟି ଆଇ ଭବାନୀପାଟଣା ଠାରେ ଏଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଉଛି।ପ୍ରକାଶ ଥାଉକି ଓଡ଼ିଶା ର ୪ ଟି ଜିଲ୍ଲା ସୁନ୍ଦରଗଡ଼ ,କୋରାପୁଟ,ମୟୂରଭଞ୍ଜ ଓ କଳାହାଣ୍ଡି ଜିଲ୍ଲାରେ ଟାଟା ଇଲେକ୍ଟ୍ରୋନିକ୍ସ ପାର୍ଥି ଚୟନ କରିବ।କଳାହାଣ୍ଡି ଜିଲ୍ଲା ରୁ ୨୦୦ ଜଣଙ୍କୁ ଚୟନ କରିବ। ପ୍ରସ୍ତୁତି ବୈଠକ ରେ ଜିଲ୍ଲା ଉନ୍ନୟନ ଅଧିକାରୀ, ଜିଲ୍ଲାପରିଷଦ ଶ୍ରୀ ସୁଶାନ୍ତ କୁମାର ପଟେଲ,ଉପ ଜିଲ୍ଲାପାଳ,ଧର୍ମଗଡ ଶ୍ରୀ ସଚିନ ପାୱାର, ଡି ଏସ୍ ଡବ୍ଲୁ ଓ ଜ୍ୟୋସ୍ନା ରାଣୀ ପାତ୍ର,ପି ଏ,ଆଇ ଟି ଡି ଏ ଶ୍ରୀ ବିରଂଚି ନାରାୟଣ ଦରୱାନ, ଡି ଡବ୍ଲୁ ଓ ଶ୍ରୀ ଅରବିନ୍ଦ ରାୟ, ଡି ଆଇ ପି ଆର ଓ ଶ୍ରୀ ମନୋଜ କୁମାର ବେହେରା, ଡି ପି ଏମ, ଓ ଏଲ୍ ଏମ ଶ୍ରୀ ପ୍ରଶାନ୍ତ ମିଶ୍ର, ଆର ଟି ଓ ଶ୍ରୀନିବାସ ସିର୍କା , ଇ ଓ ମ୍ୟୁନିସିପାଲଟି ଶ୍ରୀ ବଳୟ ଦେହୁରୀ, ଏ ପି ଡି ଶ୍ରୀ ବିମ୍ବାଧର ସାହୁ, ଜିଲ୍ଲା କର୍ମ ନିୟୋଜନ ଅଧିକାରୀ ଶ୍ରୀ ଅଜିତ କୁମାର ଉତ୍ତରାୟ ଉପସ୍ଥିତ ଥିଲେ।

Related posts

ଉମାକାନ୍ତ ଦାସ ଙ୍କ କବିତା ମାଆ ବିରଜାଙ୍କ ବିଶେଷ ପାର୍ବଣ

Sunil Chandra Nayak

ବିକଶିତ ଓଡ଼ିଶାରେ ନିଜର ସ୍ଥିତି ସୁଦୃଢ଼ କର

Sunil Chandra Nayak

ଜେଇଇ-ମେନ୍‌ରେ ଶତ ପ୍ରତିଶତ ମାର୍କ ରଖିଲେ ୧୪ ଛାତ୍ରଛାତ୍ରୀ

Sunil Chandra Nayak

Leave a Comment

error: Content is protected !!