ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରୀକ୍ଷିରାମ ମେହେର ଙ୍କ କବିତା ସଂଘର୍ଷ

ସଂଘର୍ଷ 

ମନର ବିଶ୍ୱାସରେ ଆତ୍ମ ବିଶ୍ୱାସ ବଢି ଥାଏ
ବାରମ୍ବାର ଅସଫଳତାରେ ସଫଳତା ମିଳି ଥାଏ।୧।
ଚେଷ୍ଟା କରିବା ଲୋକ କେବେ ହାରେ ନାହିଁ
ଲହଡିକୁ ଡରିଲେ ନୌକା ପାରି ହୁଏ ନାହିଁ।୨।
ପୁମ୍ପୁଡି ଟିଏ ଜେତେବେଳେ ଖୁଦ ନେଉ ଥାଏ
କାନ୍ଥ ଉପରେ ବାରମ୍ବାର ଶହେ ଥର ଖସୁ ଥାଏ।୩।
ଶେଷରେ ତାହାର କର୍ମ ବେକାର ଯାଏ ନାହିଁ
ଚେଷ୍ଟା କରିବା ଲୋକ କେବେ ହାରେ ନାହିଁ।୪।
ପୋଖରୀରେ ବଗୁଳି ଅନବରତ ବୁଡୁ ଥାଏ
ସତ ଚେଷ୍ଟା କରି କେବେ ହାର ମାନି ନ ଥାଏ।୫।
ମିଳେ ନାହିଁ ସହଜେ ମୋତି ଗଭିର ପାଣିରେ,
ଉତ୍ସାହ ମିଳେ ବାରମ୍ବାର ହଇରାଣ ହେବାରେ।୬।
ମୁଷ୍ଟି ତାହାର ସବୁବେଳେ ଖାଲି ରୁହେ ନାହିଁ
ଚେଷ୍ଟା କରିବା ଲୋକ କେବେ ହାରେ ନାହିଁ।୭।
ଅସଫଳତାକୁ ସାମ୍ନା କରିବା,ତାକୁ ସ୍ୱୀକାର କର,
କୋଉଠି ତ୍ରୁଟି ରହିଗଲା ତାକୁ ପୁଣି ତର୍ଜମା କର।୮।
ଯେଉଁ ପ୍ରଯ୍ୟନ୍ତ ସଫଳତା ନାହିଁ, ନିଦ ହଜେଇ ଦିଅ
ସଂଘର୍ଷ ପଡ଼ିଆରେ ସଂଗ୍ରାମ ଛାଡି କେବେ ନ ଯାଅ।୯।
ପରିଶ୍ରମ ବିନା କେବେ ପ୍ରଶଂସା ମିଳେ ନାହିଁ,
ଚେଷ୍ଟା କରିବା ଲୋକ କେବେ ହାରେ ନାହିଁ।୧୦।

ରୀକ୍ଷିରାମ ମେହେର, 

ସାନପୋଡ଼ାଗୁଡା
କୋକସରା, କଳାହାଣ୍ଡି,
(ମୁଖ୍ୟ ସମ୍ପାଦକ/ପ୍ରତିଷ୍ଠାତା)
ସୃଷ୍ଟି ଓ ସ୍ରଷ୍ଟା ସାହିତ୍ୟ ସଂସଦ

,

Related posts

ଲକ୍ଷ୍ମୀ ପୂଜାରେ ଖେଚୁଡି ବଣ୍ଟନ

Sunil Chandra Nayak

ଶ୍ରୀମନ୍ଦିର ସୁରକ୍ଷା ପ୍ରତ୍ୟେକ ଓଡିଆଙ୍କ ଦାବୀ ନେଇ ବିଜେପି ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ ଏବଂ ଦାବୀ ପତ୍ର ପ୍ରଦାନ 

ଉପଖଣ୍ଡ ସାମ୍ବାଦିକ ତରଫରୁ ସାମ୍ବାଦିକ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!