ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମିନତି ଙ୍କ କବିତା ଶଙ୍ଖା ସିନ୍ଦୂର

ଶଙ୍ଖା ସିନ୍ଦୂର

ସିନ୍ଦୂର ଟୋପେ 
ନାଲି ଶଙ୍ଖା ଦି ପଟରେ 
ସଜେଇଦେଲେ ,
ଶିଳା ସାଜେ ସାନବୀ,
ପିତୁଳା ହୁଏ ପୂଜ୍ୟ,
ମାଟି ସାଜେ ମହିୟସୀ,
ଦାରୁ ସାଜେ ମାତା.. ଦେବୀ।
କହିବା ବାହୁଲ୍ୟ !
କେହି କେବେ ଆସ୍ଥାନରୁ
ଉତୁରି ଆସେନି କତି
ବୁଝେନି ସୁଖ ଦୁଃଖ
ପଚାରେନି ମନକଥା କିଛି।
ଆରାଧନା, ନିରାଜନା
ସ୍ତୁତି ଗାନ ସମର୍ପଣ ରେ
ଉଛୁଳେ ଚୌହଦୀ
ଭୂମି ରୁ ଭୁମା ,
ବନ୍ଦନା ବିନ୍ଦୁ ରୁ ବଳୟ ଛୁଇଁ 
ଆର ପାର ହୁଏ
ଝରେନା ବିଭୁତି ,
ବୁଝି ହୁଏନା ଝରେ ଆଶିଷ
କି ଅଭିଶାପ 
ଅଶିତ ହର୍ଷିତ, ପୁଲକିତ ଉତ୍ସ୍ୱାସିତ
ହୁଏ ହୃଦୟ, ଓଠ ପାଟି ଆଖି ଦେଇ ଝରି ଯାଏ ଖୁସି,
ଯିଏ ସଦୈବ ସମର୍ପିତ
ଜଳୁଥାଏ ଅଘୋରି ପୁଜାର ବତୀ ସଦୃଶ ଘମାଘୋଟ ଅନ୍ଧାରରେ
 ଆଲୋକ ଦେଇ ମିଞ୍ଜି ମିଞ୍ଜି 
ବିନା ଇନ୍ଧନ ରେ ଯାଏ ଲିଭି।
ଅଲିଅଳୀ ହୋଇ ବଢେ,
ପରଗୋତ୍ରି ବୋଲି 
ସିନ୍ଦୁର ଟୋପେ ଶଙ୍ଖା ଦିପଟ ରେ
ବାପ ଏରୁଣ୍ଡୀ ଡେଇଁ ଆସେ ଯେ,
ବନ୍ଧା ପଡେ ଜୀବନ,
 ଦେବୀ ହୋଇ ପାରେ ନା 
ଶିଳା ସାଜେ ଅବା ଶିଳା ତଳର 
ଜୀବନ ବଞ୍ଚେ।
ବାପା ମାଙ୍କର ସଖୀ କଣ୍ଢେଇ
ସାଜି ଯାଏ ପାଦ ର ପାଂଡୋଇ
ଅଳୀ ଅର୍ଦ୍ଦଳୀ ବଳି ପଡେ
ନବ ଜାତକ ଠୁ ଜରା ଯନ୍ତ୍ରଣା ରେ,
ଆହା! ପଦଟେ କେବେ କି ମିଳେ?
 ଜୀବନ ଯାକ କଷ୍ଟ ହିଁ କଷ୍ଟ ବରେ।
ମୋତି ର ମହଲ ସ୍ୱପ୍ନର
ହୁଏ ମାଟି ମଗ୍ନ,
ଇନ୍ଦ୍ରଧନୁ ରଙ୍ଗ ମଖା
ଇପ୍ସିତ ଭବିଷ୍ୟତ 
ଜୀବନ ଯନ୍ତ୍ରଣା ରେ
ଝଡ ଝଞ୍ଜାରେ 
ଝାପ୍ସା ଦିଶେ,
ତଥାପି ସିମନ୍ତିନୀ ସାଜି ହସେ,
ତୁଳସୀ ଚଉରା ମୂଳେ
ପରିବାରର ହିତ ମନାସେ,
ଆରତୀ ଅର୍ଘ୍ୟ ବନ୍ଦାପନା ଥାଳୀ ଧରି
ପାଷାଣ ପ୍ରତିମା କୁ
ଶଙ୍ଖା ସିନ୍ଦୂର ରେ ସଜେଇ
ସଂତୃତ୍ପ୍ତି ବରଷେ.
ଆତ୍ମୀୟଙ୍କୁ ପରୁଆ କରି
ଅଧିକ ରୁ ଅଧିକ ପରିବାରକୁ ବୁଝେ,
ଅନ୍ତର ତଳଟା ଶୂନ୍ୟତା ଆଉ
ହାହାକାର ରେ ସିଝେ,
କିଏ ଜାଣେ ଶଙ୍ଖା ସିନ୍ଦୂର ର ଅବା
କେଉଁ ପୁରୁଣା ପାପ ର ଋଣ ସୁଝେ
ଛ’ ଖଣ୍ଡି ରେ ବୁହା ହେବା ଯାଏ ଯୁଝେ.

ମିନତି

ବାରିପଦା

Related posts

ବିଦ୍ୟାଧର ମହାନ୍ତ ଙ୍କ କବିତା – ସୁମନ

Sunil Chandra Nayak

ନବୀନ ପାଇଲେ ଜୀବନବ୍ୟାପୀ ସାଧନା ସମ୍ମାନ…ଉଲ୍ଲେଖନୀୟ ନେତୃତ୍ୱ ପାଇଁ ସମ୍ମାନୀତ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Sunil Chandra Nayak

ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ରୁପ୍ରାର ନୂତନ ପରିଚାଳନା କମିଟି ଗଠନ

Sunil Chandra Nayak

Leave a Comment

error: Content is protected !!