ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମନୋଜ ରଥ ରଚିତ  ” ଅବାଞ୍ଛିତ କୁରୁକ୍ଷେତ୍ର” ଏକାଡେମୀ ପୁସ୍ତକ ” ନାଟକ ସମଗ୍ର ” ରେ ସ୍ଥାନିତ l

ଭବାନୀ ପାଟଣା -: ମ ନି ସ   -:କଳାହାଣ୍ଡି ମାଟି ର ନାଟ୍ୟକାର ମନୋଜ ରଥ ଙ୍କ ରଚିତ ବହୁ ଚର୍ଚ୍ଚିତ ନାଟକ ,” ଅବାଞ୍ଛିତ କୁରୁକ୍ଷେତ୍ର” ବର୍ତ୍ତମାନ ଓଡ଼ିଶା ସଙ୍ଗୀତ ନାଟକ ଆକାଦେମି ଦ୍ୱାରା ପ୍ରକାଶିତ ” ନାଟକ ସମଗ୍ର ” ପୁସ୍ତକ ରେ ସ୍ଥାନ ପାଇଛି l ଏହି ପୁସ୍ତକ ରେ ସ୍ଥାନିତ ହେଇ ଗୌରବ ଅର୍ଜନ କରିଥିବା ଅନ୍ୟ ଚାରି ଜଣ ନାଟ୍ୟକାର ହେଲେ ସମ୍ବଲପୁର ର ଆଶିଷ ସୋନାର, ନୟାଗଡ ର ଶରତ ଆଚାର୍ଯ୍ୟ, ବେଲପାହାଡ ର ସୁବାଷ ପ୍ରଧାନ ଓ ଢେ଼ଙ୍କାନାଳ ର ଦିନେଶ ଦାସ l ସମସ୍ତଙ୍କୁ ନିକଟରେ ସମାପ୍ତ ହେଇଥିବା ପୂର୍ବରଙ୍ଗ ନାଟକ ପର୍ବ ରେ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ସମ୍ବର୍ଦ୍ଧିତ କରା ଯାଇଥିଲା l  ଏ ନାଟକ ଟି କଳାହାଣ୍ଡି କଳାକାର ସଂଘ, ଭବାନୀ ପାଟଣା ର ବ୍ୟାନର ରେ EZCC, କଲିକତା, ରବୀନ୍ଦ୍ର ମଣ୍ଡପ, ଭୁବନେଶ୍ୱର ଏବଂ ବ୍ରହ୍ମପୁର ସହର ରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେ଼ମୀ ଏବଂ ଓଡ଼ିଶା ସରକାର ଙ୍କ ସଂସ୍କୃତି ବିଭାଗ ତରଫ ରୁ ବେଶ୍ ସଫଳତା ର ସହିତ ମଞ୍ଚସ୍ଥ ହେଇଥିଲା l ପୁନଶ୍ଚ, ସ୍ବସ୍ତି ଝଙ୍କାର , ରାଉରକେଲା ରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ନାଟକ ପ୍ରତିଯୋଗିତା ରେ ପ୍ରବୋଧ ରଥ ଙ୍କ ନିର୍ଦ୍ଦେଶନା ରେ ପାଞ୍ଚ ଟି ପୁରସ୍କାର ଲାଭ କରିଥିଲା lମୌଳିକ ଓଡିଆ ନାଟକ ର ପ୍ରୋଛାହନ ପାଇଁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ର ଏଇ ପଦକ୍ଷେପ କୁ ବିଭିନ୍ନ ମହଲ ରେ ସ୍ବାଗତ କରା ଯାଉଚି l ନାଟକ ର ଅଭୂତପୂର୍ବ ସଫଳତା ପାଇଁ ଯଉ ମାନଙ୍କ ଅକ୍ଲାନ୍ତ ପରିଶ୍ରମ ଓ ମଗ୍ନତା ସାମିଲ ଥିଲା : ପ୍ରବୋଧ ରଥ , ସୁଧୀର ରଥ , ଶୁଭେନ୍ଦୁ ମହାପାତ୍ର, ଦେଵୀ ପ୍ରସାଦ ରଥ, ଦିବଂଗତ ସିତାଂଶୁ ମହାପାତ୍ର , ଦିବଂଗତ ଭାନୁ ପ୍ରକାଶ ରଥ, ତ୍ରିବିକ୍ରମ ଷଡ଼ଙ୍ଗୀ, ସପନ ରଥ, ଅର୍ପିତା ନନ୍ଦ ଓ ସଙ୍ଗୀତଜ୍ଞ ଶଶାଙ୍କ ଶେଖର ମହାପାତ୍ର l

Related posts

ଢେ଼ଙ୍କାନାଳ ରେ ବାଜି ରାଉତ ଫୁଟବଲ୍ କପ୍ ମ୍ୟାଚ୍ ଉଦ୍ଘାଟିତ

Sunil Chandra Nayak

ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ରାଇଙ୍ଗପୁର ନଗର ରେ ବିଜୟା ଦଶମୀ ଉତ୍ସବ ପାଳିତ

Sunil Chandra Nayak

କାଙ୍ଗାଳି ଚରଣ ସେଠୀ ଙ୍କ କବିତା ଭାବାନ୍ତର

Sunil Chandra Nayak

Leave a Comment

error: Content is protected !!