ଡାବୁଗାଁ, ୧୫/୮ ଲଘୁଚାପ ଜନିତ ବର୍ଷା ର ପ୍ରଭାବରୁ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ମହକୁମା ସ୍ଥିତ ଭେଲୁଆଗୁଡା ଗ୍ରାମର ପରଶୁରାମ ହରିଜନ ଙ୍କ ଘରେ ରବିବାର ରାତ୍ରରେ ନିଜର ସ୍ତ୍ରୀସୁନା ହରିଜନ ଓ ୨ ବର୍ଷର ଶିଶୁ ପୁତ୍ର ସିବା ହରିଜନ ଙ୍କ ସହ ସୋଇଥିବା ସମୟରେ ରାତ୍ରି ପ୍ରାୟ ୩ ଘ. ସମୟରେ ବର୍ଷା ରେ ଭୁଶୁଡି ଯାଇଥିଲା । ଡ୍ରେନ ସୁବିଧା ନଥିବାରୁ ଘର ଚାରିପଟେ ବର୍ଷା ପାଣି ଜମି ରହିଛି | ପାଣି ନିଷ୍କାସନ ହେଉଥିବା କଲର୍ଭଟ ଟି ପୋତି ହୋଇଯାଇଛି ଯାହା ଫଳରେ ବର୍ଷା ଜଳ ଜମି ହୋଇ ରହିଛି | ଯାହାଦ୍ୱାରା ଉକ୍ତ ସ୍ଥାନରେ ଥିବା ପରଶୁରାମ ଙ୍କ ଘର ଚାରିପଟେ ପାଣି ଜମା ହୋଇ ଘର କ୍ଷତି ହୋଇଛି | ସେ ପୂର୍ବରୁ ପଞ୍ଚାୟତ, ବ୍ଲକ କାର୍ଯ୍ୟ|ଳୟରେ ରେ ପକ୍କା ଘର ପାଇଁ ବାରମ୍ବାର ଦରଖାସ୍ତ ଦେଇଥିଲେ ମଧ୍ୟ ତାଙ୍କୁ ଆଜିପର୍ଯ୍ୟନ୍ତ ଘର ଖଣ୍ଡିଏ ମିଳିନାହିଁ | ଘର ଭାଙ୍ଗି ଯାଇଥିଲେ ମଧ୍ୟ ତାଙ୍କୁ ସୋମବାର ସନ୍ଧ୍ୟା ଶୁଦ୍ଧା ଜରି ପାଲ ତ ଦୁରର କଥା ତହସିଲ ପ୍ରଶାସନ ପକ୍ଷରୁ କୌଣସି ଅଧିକାରୀ ପହଞ୍ଚି ନାହଁ|ନ୍ତି | ଗରିବ ପରଶୁରାମ ଙ୍କୁ ଶୀଘ୍ର ପ୍ରଶାସନ ପକ୍ଷରୁ ସହାୟତା ପ୍ରଦାନ କଲେ ସେ ଉପକୃତ ହେବେ |
ପ୍ରଜ୍ଞାରଞ୍ଜନ ପରିଡା, ଡାବୁଗାଁ