ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାହିତ୍ୟ ଏକାଡେମୀ ପକ୍ଷରୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସ୍ୱାଧୀନତାର କବିତା ପାଠ

ନୂଆପଡା: ଅମୃତ ମହୋତ୍ସବ ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସ୍ୱରଚିତ ଦେଶାତ୍ମବୋଧକ କବିତା ପାଠ ଖଡ଼ିଆଳ ଠାରେ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ରାଜା ଆର୍ତ୍ତତ୍ରାଣ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଓଡ଼ିଶା ସାହିତ୍ୟ ଏକାଡେମୀର ନୂଆପଡ଼ା ଜିଲ୍ଲା ସଦସ୍ଯା ଡକ୍ଟର ସୁରେଶ୍ୱରୀ ବାଘ ଅଧ୍ଯକ୍ଷତା କରିଥିବା ବେଳେ କବି ଗୌରାଙ୍ଗ କୁମାର ସାହୁ କବିତା ପାଠୋତ୍ସବକୁ ସଂଯୋଜନା କରିଥିଲେ। ପ୍ରାରମ୍ଭରେ କବୟିତ୍ରୀ ମନୋରମା ରଥ ସ୍ୱାଗତ ସମ୍ଭାଷଣ ଓ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ କବି ପବିତ୍ର ମୋହନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। କବି ରୁଦ୍ର ମାଧବ ବାରିକ, ଅଶ୍ୱିନୀ କୁମାର ପାଢ଼ୀ , ନିକିତା ମହାଉତି ଓ ରମାକାନ୍ତ ସିଂହ ସାହାଣୀ ଅତିଥି ମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। କବି ସନାତନ ମହାନ୍ତି ଓ ଗାୟକ ଶିରୋମଣି ଅର୍ଜୁନ ଛତ୍ରିଆ ମା’ ସରସ୍ବତୀଙ୍କ ବନ୍ଦନା ଗାନ କରିଥିଲେ। ଠିକ ସେହିପରି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଗାଳ୍ପିକ ମାୟାଧର ସରାଫଙ୍କ ଅଧ୍ଯକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଶିଷ୍ଟ କବୟିତ୍ରୀ ଡକ୍ଟର ଗୀତାଶ୍ରୀ ପ୍ରିୟମ୍ବଦା କବିତା ପଠୋତ୍ସୋବକୁ ସଂଯୋଜନା କରିଥିଲେ। କବି ଅଶୋକ କୁମାର ବେହେରା ସ୍ୱାଗତ ସମ୍ଭାଷଣ ଓ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ କବି ଆଦିତ୍ୟ ନାରାୟଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। କବି ବଳଭଦ୍ର ମହାନ୍ତି ମେଜର୍ ଡକ୍ଟର ରାମଚନ୍ଦ୍ର ମିଶ୍ର , ଯମୁନା ରଣା ଓ ସଂଯୁକ୍ତା ଅଦା ଅତିଥି ମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଉଭୟ କାର୍ଯ୍ୟକ୍ରମରେ କୋଡ଼ିଏ ଜଣ ଲେଖାଏଁ କବି ଓ କବୟିତ୍ରୀ କବିତା ପାଠ କରିଥିଲେ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଲାଠିଯାତ୍ରା ଓ ଲାଖବିନ୍ଧା ସହ ଶେଷ ହେଲା ବୁଢାରଜାଙ୍କ ବାର୍ଷିକ ଦଶରା

Sunil Chandra Nayak

ଢେଙ୍କାନାଳ ପଲ୍ଲିଶ୍ରୀ ମେଳାରେ ଷ୍ଟେଟ୍ ବ୍ୟାଙ୍କ୍ ମୋବାଇଲ ଏଟିଏମ

Sunil Chandra Nayak

ବାଲେଶ୍ବର – ଝଡତୋଫାନରେ ଗଛପଡି ରାସ୍ତା ଅବରୋଧ, ଭାଙ୍ଗିଲା ଘର

Sunil Chandra Nayak

Leave a Comment

error: Content is protected !!