ଶିବ ପୁରାଣରୁ ମିଳିଥାଏ ମୃତ୍ୟୁର ସଙ୍କେତ
ହିନ୍ଦୁ ଧର୍ମଗ୍ରନ୍ଥରେ ଭଗବାନ ଶିବଙ୍କୁ ମହାକାଳ କୁହାଯାଏ । ମହାକାଳର ଅର୍ଥ ହେଉଛି କାଳ ଅର୍ଥାତ୍ ମୃତ୍ୟୁ ଯାହାର ଅଧୀନ ଅଟେ । ଭଗବାନ ଶିବଙ୍କ ଜନ୍ମ ମୃତ୍ୟୁରୁ ମୁକ୍ତ ଅଟେ । ଭଗବାନ ଶିବ ଶଙ୍କରଙ୍କୁ ନେଇ ଅନେକ ଧର୍ମଗ୍ରନ୍ଥ ରହିଛି । କିନ୍ତୁ ଶିବପୁରାଣ ଏସବୁ ମଧ୍ୟରେ ସର୍ବୋତ୍ତମ । ଶିବପୁରାଣରେ ଭଗବାନ ଶିବଙ୍କ ସହ ଅନେକ ରହସ୍ୟମୟ କଥା ଜଡ଼ିତ ରହିଛି । ଏହି ପୁରାଣରେ ବ୍ଯକ୍ତିର ମୃତ୍ୟୁ ସୂଚନା ସମ୍ପର୍କରେ ଭଗବାନ ଶିବ ମାତା ପାର୍ବତୀଙ୍କୁ ଜଣାଇଛନ୍ତି । ପୁରାଣ ବର୍ଣ୍ଣନା ଅନୁସାରେ ଯେ କେହି ମୃତ୍ୟୁ ସମ୍ପର୍କରେ ସଙ୍କେତ ପାଇପାରିବେ : ଶିବପୁରାଣରେ ଭଗବାନ ଶିବ ମାତା ପାର୍ବତୀଙ୍କୁ କହିଛନ୍ତି ଯେ, ଯେଉଁ ମନୁଷ୍ୟ ମୁଣ୍ଡରେ କାଉ ଓ ଗିଧ ବସି ଯାଏ, ସେହି ବ୍ଯକ୍ତିର ମୃତ୍ୟୁ ୧ ମାସ ଭିତରେ ହୋଇଥାଏ । ଏହି ପୁରାଣରେ ଏହା ମଧ୍ୟ ଉଲ୍ଲେଖ ଅଛି ଯେ, ଯଦି କୌଣସି ବ୍ଯକ୍ତିକୁ ହଠାତ୍ କୌଣସି ନୀଳ ମାଛି ଘେରି ଯାଆନ୍ତି ସେହି ବ୍ଯକ୍ତିର ମୃତ୍ୟୁ ନିକଟ ହୋଇଥାଏ । ଏହି ପୁରାଣ ଅନୁସାରେ ଯେଉଁ ବ୍ଯକ୍ତିକୁ ଚନ୍ଦ୍ରମା ଏବଂ ସୂର୍ଯ୍ୟ ଆଖପାଖରେ ତେଜିୟାନ ଦେଖା ଯାଆନ୍ତି ସେ ମଧ୍ୟ ମୃତ୍ୟୁର ନିକଟବର୍ତ୍ତୀ ବୋଲି କୁହାଯାଏ । ଯେଉଁ ବ୍ଯକ୍ତିକୁ ନିଜର ଛାଇ- ଜଳ, ତେଲ, ଘିଅ ତଥା ଦର୍ପଣରେ ଦେଖାଯାଏ ନାହିଁ, ତା’ର ମୃତ୍ୟୁ ସନ୍ନିକଟ ବୋଲି ଧରାଯାଏ । ଯାହାଙ୍କୁ ତାରା ଓ ଚନ୍ଦ୍ରମା ଦୃଶ୍ୟମାନ ହୁଏ ନାହିଁ, ସେହି ବ୍ଯକ୍ତିଙ୍କ ମୃତ୍ୟୁ ମଧ୍ୟ ନିକଟବର୍ତ୍ତୀ ହୋଇଥାଏ ବୋଲି ଶିବପୁରାଣରେ ବର୍ଣ୍ଣନା କରାଯାଇଛି । ଯେଉଁ ବ୍ଯକ୍ତି ତ୍ରିଦୋଶରେ ପଡନ୍ତି ଅର୍ଥାତ୍ ବାତ, ପିତ ଏବଂ କଫ ଯାହାଙ୍କ ନାକରୁ ଵହିଥାଏ ତାଙ୍କର ଆୟୁ ୧୫ ଦିନରୁ ଅଧିକ ହୋଇ ନଥାଏ । ଯେଉଁ ବ୍ଯକ୍ତିଙ୍କୁ ଅଗ୍ନିର ପ୍ରକାଶ ଠିକ୍ ଭାବେ ଦେଖାଯାଏ ନାହିଁ ଓ ଅଗ୍ନିର ଚାରିପଟେ କଳା ଅନ୍ଧକାର ଦେଖାଯାଏ ଏହି ବ୍ଯକ୍ତିଙ୍କ ମୃତ୍ୟୁ ୬ ମାସ ମଧ୍ୟରେ ହୋଇଥାଏ । ଶିବପୁରାଣରୁ ଜଣାପଡେ ଆକାଶରେ ସପ୍ତଋଷିଙ୍କୁ ଦେଖି ପାରୁ ନ ଥିବା ବ୍ଯକ୍ତିର ମୃତ୍ୟୁ ମଧ ସନ୍ନିକଟ ହୋଇଥାଏ ।।