ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶିବ ପୁରାଣରୁ ମିଳିଥାଏ ମୃତ୍ୟୁର ସଙ୍କେତ

ଶିବ ପୁରାଣରୁ ମିଳିଥାଏ ମୃତ୍ୟୁର ସଙ୍କେତ

ହିନ୍ଦୁ ଧର୍ମଗ୍ରନ୍ଥରେ ଭଗବାନ ଶିବଙ୍କୁ ମହାକାଳ କୁହାଯାଏ । ମହାକାଳର ଅର୍ଥ ହେଉଛି କାଳ ଅର୍ଥାତ୍ ମୃତ୍ୟୁ ଯାହାର ଅଧୀନ ଅଟେ । ଭଗବାନ ଶିବଙ୍କ ଜନ୍ମ ମୃତ୍ୟୁରୁ ମୁକ୍ତ ଅଟେ । ଭଗବାନ ଶିବ ଶଙ୍କରଙ୍କୁ ନେଇ ଅନେକ ଧର୍ମଗ୍ରନ୍ଥ ରହିଛି । କିନ୍ତୁ ଶିବପୁରାଣ ଏସବୁ ମଧ୍ୟରେ ସର୍ବୋତ୍ତମ । ଶିବପୁରାଣରେ ଭଗବାନ ଶିବଙ୍କ ସହ ଅନେକ ରହସ୍ୟମୟ କଥା ଜଡ଼ିତ ରହିଛି । ଏହି ପୁରାଣରେ ବ୍ଯକ୍ତିର ମୃତ୍ୟୁ ସୂଚନା ସମ୍ପର୍କରେ ଭଗବାନ ଶିବ ମାତା ପାର୍ବତୀଙ୍କୁ ଜଣାଇଛନ୍ତି । ପୁରାଣ ବର୍ଣ୍ଣନା ଅନୁସାରେ ଯେ କେହି ମୃତ୍ୟୁ ସମ୍ପର୍କରେ ସଙ୍କେତ ପାଇପାରିବେ : ଶିବପୁରାଣରେ ଭଗବାନ ଶିବ ମାତା ପାର୍ବତୀଙ୍କୁ କହିଛନ୍ତି ଯେ, ଯେଉଁ ମନୁଷ୍ୟ ମୁଣ୍ଡରେ କାଉ ଓ ଗିଧ ବସି ଯାଏ, ସେହି ବ୍ଯକ୍ତିର ମୃତ୍ୟୁ ୧ ମାସ ଭିତରେ ହୋଇଥାଏ । ଏହି ପୁରାଣରେ ଏହା ମଧ୍ୟ ଉଲ୍ଲେଖ ଅଛି ଯେ, ଯଦି କୌଣସି ବ୍ଯକ୍ତିକୁ ହଠାତ୍ କୌଣସି ନୀଳ ମାଛି ଘେରି ଯାଆନ୍ତି ସେହି ବ୍ଯକ୍ତିର ମୃତ୍ୟୁ ନିକଟ ହୋଇଥାଏ । ଏହି ପୁରାଣ ଅନୁସାରେ ଯେଉଁ ବ୍ଯକ୍ତିକୁ ଚନ୍ଦ୍ରମା ଏବଂ ସୂର୍ଯ୍ୟ ଆଖପାଖରେ ତେଜିୟାନ ଦେଖା ଯାଆନ୍ତି ସେ ମଧ୍ୟ ମୃତ୍ୟୁର ନିକଟବର୍ତ୍ତୀ ବୋଲି କୁହାଯାଏ । ଯେଉଁ ବ୍ଯକ୍ତିକୁ ନିଜର ଛାଇ- ଜଳ, ତେଲ, ଘିଅ ତଥା ଦର୍ପଣରେ ଦେଖାଯାଏ ନାହିଁ, ତା’ର ମୃତ୍ୟୁ ସନ୍ନିକଟ ବୋଲି ଧରାଯାଏ । ଯାହାଙ୍କୁ ତାରା ଓ ଚନ୍ଦ୍ରମା ଦୃଶ୍ୟମାନ ହୁଏ ନାହିଁ, ସେହି ବ୍ଯକ୍ତିଙ୍କ ମୃତ୍ୟୁ ମଧ୍ୟ ନିକଟବର୍ତ୍ତୀ ହୋଇଥାଏ ବୋଲି ଶିବପୁରାଣରେ ବର୍ଣ୍ଣନା କରାଯାଇଛି । ଯେଉଁ ବ୍ଯକ୍ତି ତ୍ରିଦୋଶରେ ପଡନ୍ତି ଅର୍ଥାତ୍ ବାତ, ପିତ ଏବଂ କଫ ଯାହାଙ୍କ ନାକରୁ ଵହିଥାଏ ତାଙ୍କର ଆୟୁ ୧୫ ଦିନରୁ ଅଧିକ ହୋଇ ନଥାଏ । ଯେଉଁ ବ୍ଯକ୍ତିଙ୍କୁ ଅଗ୍ନିର ପ୍ରକାଶ ଠିକ୍ ଭାବେ ଦେଖାଯାଏ ନାହିଁ ଓ ଅଗ୍ନିର ଚାରିପଟେ କଳା ଅନ୍ଧକାର ଦେଖାଯାଏ ଏହି ବ୍ଯକ୍ତିଙ୍କ ମୃତ୍ୟୁ ୬ ମାସ ମଧ୍ୟରେ ହୋଇଥାଏ । ଶିବପୁରାଣରୁ ଜଣାପଡେ ଆକାଶରେ ସପ୍ତଋଷିଙ୍କୁ ଦେଖି ପାରୁ ନ ଥିବା ବ୍ଯକ୍ତିର ମୃତ୍ୟୁ ମଧ ସନ୍ନିକଟ ହୋଇଥାଏ ।।

 

ସଂଗ୍ରାହକ – କବିକମଳ ନରେନ୍ଦ୍ର ପ୍ରସାଦ ବେହେରା,
ସମ୍ପାଦକ – ମୋ ଅନୁଷ୍ଠାନ, ଆଳଦା, ଖଇରା, ବାଲେଶ୍ବର

Related posts

ପିଇବା ପାଣି ସମସ୍ୟା କୁ ନେଇ ଧୋବେଇ ଗ୍ରାମବାସୀଙ୍କ ଦ୍ବାରା ରାସ୍ତା ଅବରୋଧ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

କୋକସରା ଠାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ଯୋଗଦେଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷ

Sunil Chandra Nayak

Leave a Comment

error: Content is protected !!