ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୟ କୁମାର ମିଶ୍ର ଙ୍କ କବିତା ପ୍ରେମ ବେପାର

ପ୍ରେମ ବେପାର

ଜୟ କୁମାର ମିଶ୍ର 

ସଉଦା ପରିବା, ସରି କିଣା ବିକା 
ହୁଏ ପ୍ରେମ ବିକା କିଣା, 
ଗରାଖଙ୍କ ଧନ, ଆୟ ଅରଜନ 
ସହ ଗୁପୁତେ ବୁଝାବଣା ll
ଦୋକାନ ବଜାର, ନଥାଏ ତାହାର
ଲୁଚା ଚୋରା କିଣା ବିକା, 
ପୀରତି ଗଙ୍ଗାରେ, ପରିମଳ ବାରେ 
ସମୟ କରିଛି ଫିକା ll
ନାହିଁ ପଵିତ୍ରତା, ନାହିଁ ପୂଣ୍ୟତା 
ନାହିଁଟି ସରାଗ ପ୍ରୀତି, 
ଧନ ଦେଖି ମନ, ହୁଅଇ ଉଛନ୍ନ
ଏଡିଦେଇ ସୀମା ସ୍ଥିତି ll
ମନଯାଏ ଉଡି, ଗରାଖକୁ ଭିଡି 
ମତି, ରତି ବାଢିଦିଏ, 
ବୟସ ସମ୍ପର୍କ, ସମ୍ମାନର ଶିଖ 
ମାଟିରେଟି ଲୋଟିଯାଏ ll
କରି ସହବାସ, କରଇ ବେହୋସ 
କରେ ମତୁଆଲା ଭାରି , 
ସବୁ ଟାଣପଣ, ଖାଇ ଯାଏ ଘୁଣ 
ଜ୍ଞାନୀ ମୁନୀ ଯାଏ, ହାରି ll
ହୁଅନ୍ତି କେ ବାଇ, ନିଜତ୍ବ ହରାଇ 
ଦାଣ୍ଡରେ ଭିକାରୀ ହୁଏ, 
ବୃତ୍ତି, ଭିତ୍ତି,ରୀତି, ହାରି, ଗତି ମତି 
ଯମର ପୁରକୁ ଯାଏ ll
ଘରବୁଡା ନୀତି, ଆଧୁନିକ ପ୍ରୀତି 
ଧରମ ଛଡା, ଏ ଚିନ୍ତା, 
ସାମୟିକ ସୁଖ, ଦିଏ ଘୋର ଦୁଃଖ 
ବୟସ ଅମରମତ୍ତା ll
ରୋଜଗାର ପୁଅ, ବିତ୍ତଶାଳୀ ଝିଅ 
ସବୁଠି ସରାଗ ପାଏ, 
କଲେ ଦିଆ ନିଆ, ବଢ଼େ ମୋହ ମାୟା 
ଛଳନା ନାଟକ ହୁଏ ll
ପ୍ରେମ ଅନୁରାଗ, ବଚନ ସରାଗ 
ଲାଭ ଲୋଭ ପାଶେ ବସା  
ଦରିଦ୍ର କାଙ୍ଗାଳ, ଅଭାବୀର କୋଳ 
ଶୂନ୍ୟତାରେ ନାହିଁ ଆଶା ll
ପ୍ରେମର ସଉଦା, କରିଦିଏ ପଦା 
ବିବେକ ମହତ, ମାନ, 
ମଣିଷ ପଣିଆ, ସରି ସାରି ଦିଏ 
କ୍ରେତା ହୁଏ ହୀନିମାନ ll
ଗୁଡ଼ ଦେଖି ଜନ୍ଦା, ପିମ୍ପୁଡିଙ୍କ ଧନ୍ଦା 
ରୀତିମତ ଲାଗି ଥାଏ, 
ତୁଚ୍ଛା ଖପରାକୁ, କିଏ ବା ପଚାରେ 
ଏକା ଏକା ହୋଇ ରୁହେ ll
ପ୍ରେମ ଗୁଡ଼ ଖାଇ, ସର୍ବସ୍ୱ ହରାଇ 
ଜନ୍ଦାଙ୍କର କୋଳାକୋଳି, 
ଅତି ବେଶି ହେଲେ, ଗେମାକସନ ପାଇ
ପ୍ରାଣ ହlରି ପଡେ ବଳି ll
କଞ୍ଚା ସାମଗ୍ରୀରେ, ମନ ଘର ଧରେ 
ପାଚିଗଲେ ହତାଦର, 
ଅଯୋଗ୍ୟ ଅସାର, ନପାଏ ଆଦର 
ମାନ୍ଦା ହୁଏ ତା ବେପାର ll

ଜୟ କୁମାର ମିଶ୍ର, ଗ୍ରାମ-ବୁଦୁରା 

ଡାକ-ଗୋରିବନ୍ଧା, ମାଧ୍ଯମ-କାଶୀନଗର
 ଜିଲ୍ଲା-ଗଜପତି ଓଡିଶା, 761206

Related posts

ବେସରକାରୀ ଜମିରେ ସରକାରୀ କାର୍ଯ୍ୟ କେତେ ଯୁକ୍ତିଯୁକ୍ତ, ତଦନ୍ତ ପାଇଁ ଦାବି

Sunil Chandra Nayak

ରାଜୀବ ଲୋଚନ ପାଣିଗ୍ରାହୀ ଙ୍କ କବିତା – ତଥାପି ତୁମେ ଓ ମୁଁ

Sunil Chandra Nayak

ବନ୍ୟ ଜନ୍ତୁ ସପ୍ତାହ 2022 ପାଳିତ 

Sunil Chandra Nayak

Leave a Comment

error: Content is protected !!