ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ଦୁଆରୁ

     ଦୁଆରୁ 

ଖାଲି ହାତେ ଚାଲିଗଲେ 
            ତୁମରି ଦୁଆରୁ
କି ଯଶ ରହିବ କୁହ 
           ଆହେ ମହାମେରୁ
ଦାତା ପଣ  ତୁମରତ 
          ସରିବ ଏଠାରୁ
ଖାଲି ହାତେ ଚାଲିଗଲେ………….୧ 
ଏତେ ବଡ଼ ସଂସାରର 
            ମାଲିକ ହୋଇଛ
କିକଥା ମାଗିବି କୁହ 
            ଦୁଆରୁ ଠେଲୁଛ
ଆଶା କିଛି ନାହିଁ ମୋର
            ତୁମରି ପାଖରୁ
ଖାଲି ହାତେ ଚାଲିଗଲେ………….୨ 
ଧନ ଲୋଡ଼ା ନାହିଁ ମୋର 
           ମାନ ଲୋଡା ନାହିଁ
ତବ ଶ୍ରୀଚରଣରେ ଆଜି 
             କହୁଛି ଗୋସାଇଁ
କ୍ଷମା ଦିଅ କ୍ଷମା ନିଧି 
              ମାୟା ଜଞ୍ଜାଳରୁ
ଖାଲି ହାତେ ଚାଲିଗଲେ 
            ତୁମରି ଦୁଆରୁ……….୩

ସତ୍ୟରଞ୍ଜନ ସ୍ୱାଇଁ

ଅବଦଲପୁର, ଯାଜପୁର

Related posts

ଅପରାଜିତା ପରିଡା ଙ୍କ କବିତା ଦୀପାବଳି

Sunil Chandra Nayak

ପ୍ରେମଲତା ଙ୍କ କବିତା ଦୀପାବଳୀ

Sunil Chandra Nayak

ମାହେଶ୍ଵରୀ ଗୋଶାଳାରେ ପବିତ୍ର ଗୋଷ୍ଠl ଅଷ୍ଟମୀ ଉତ୍ସବ ପାଳିତ

Sunil Chandra Nayak

Leave a Comment

error: Content is protected !!