ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚୋର,ଡକାୟତ ଭୟ ,ସୁରକ୍ଷା ପାଇଁ ମୋଟେର ଫାଣ୍ଡିରେ ଦାବିପତ୍ର ଦେଲେ ଘୁମେରଗୁଡା ମାଝୀପଡା ଗ୍ରାମବାସୀ 

କୋକସରା,୪/୮- ( ମ ନି ସ ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ବିଭିନ୍ନ ଗ୍ରାମରେ ଚୋର, ଡକାୟତ ଅଜଣା ସନ୍ଦିଗ୍ଧ ବ୍ୟକ୍ତିଙ୍କ ଉତ୍ପାତ ନେଇ ବିଭିନ୍ନ ଗ୍ରାମରୁ ଖବର ଆସୁଥିବା ବେଳେ ଲୋକଙ୍କ ଆଖିରୁ ନିଦ ହଜିଯାଇଛି । ଅନ୍ୟପଟେ ପ୍ରତିଦିନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଥିବା ଚୋରି, ଡାକାୟତି, ପିଲାଚୋର ସନ୍ଦିଗ୍ଧ ବ୍ୟକ୍ତି ମାନଙ୍କ ଗାଁ ଗାଁ ରେ ବୁଲୁଥିବା ଗୁଜବ କାରଣରୁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତ। ପ୍ରତି ଗ୍ରାମାଞ୍ଚଳରେ ଅଜଣା ଭୟରେ ରାତି କାଟୁଛନ୍ତି ଗ୍ରାମବାସୀ। ପ୍ରତି ଗାଁ ଗଣ୍ଡା ରେ ଯୁବକ ଓ ଗ୍ରାମବାସୀ ମାନେ ଠେଙ୍ଗା ବାଡ଼ି ଧରି ରାତି ରାତି ଅନିଦ୍ରା ରହି ଗାଁରେ ପହରା ଦେଉଛନ୍ତି। ତେବେ କୋକସରା ଓ ଆମପାଣି ପୋଲିସ ପକ୍ଷରୁ ମଧ୍ୟ ପେଟ୍ରୋଲିଂ ଜାରି ରହିଛି । ତେବେ ପୁଲିସ କର୍ମଚାରୀ ଅଭାବ କାରଣରୁ ସମସ୍ତ ଅଞ୍ଚଳ କୁ ପୁଲିସ ପେଟ୍ରୋଲିଂ ଦେବାରେ ଅକ୍ଷମତା ଦେଖିବାକୁ ମିକିଛି। ଯାହାକୁ ନେଇ ବର୍ତ୍ତମାନ ପରିସ୍ଥିତିରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ଏହାକୁ ନେଇ ଗୁରବାର ମୋଟେର ଫାଣ୍ଡି ଅଧୀନ ରେ ଥିବା ଘୁମେରଗୁଡା ମାଝୀପଡା ଗ୍ରାମର ଚିତ୍ତରଞ୍ଜନ ମାଝୀ, ପ୍ରଦ୍ୟୁମ୍ନ ମାଝୀ, ମହାଦେବ ବାଗ, ବାଳ ମୁକୁନ୍ଦ ସିଂ, ମଧୁ ଧଙ୍ଗଡା ମାଝୀ, ଯଥାମଣି ଦୁର୍ଗା, ଗୋପବନ୍ଧୁ ସିଂ, ସଞ୍ଜୟ ସିଂ, ଆଦିତ୍ୟ ହଂସ, ରମେଶ ସିଂ, ନିଳାମ୍ବର ଚଣ୍ଡି, ରମେଶ କୁମାର ପଣ୍ଡା, ମୋହନ ବାଗ, ରାଜେନ୍ଦ୍ର ସିଂ, ପଦୁ ଗହୀର, ଦୟାନିଧି ସିଂ, ସୁଜିତ କୁମାର ସିଂ, ପବିତ୍ର ଚଣ୍ଡି, କ୍ଷୀରସିନ୍ଧୁ ହଂସ, ପିତାମ୍ବର ବିଶି ସମେତ ଶତାଧିକ ମହିଳା ପୁରୁଷ ମାନେ ମୋଟେର ଫାଣ୍ଡିରେ ପହଞ୍ଚି ନିଜ ଗ୍ରାମକୁ ଚୋର ଡକାୟତଙ୍କ ଠାରୁ ଧନ ଜୀବନକୁ ସୁରକ୍ଷା ସହ କଡାକଡି ପୁଲିସ ପେଟ୍ରୋଲିଂ କରିବା ପାଇଁ ଲିଖିତ ଦାବିପତ୍ର ମୋଟେର ଫାଣ୍ଡି ଅଧିକାରୀ ମନୋରଞ୍ଜନ ଆଚାର୍ଯ୍ୟଙ୍କୁ ଦେଇଥିବା ଜଣାପଡିଛି। ଜିଲ୍ଲା ପୁଲିସ ପ୍ରଶାସନ ଏ ଦିଗରେ ତ୍ୱରିତ ପଦକ୍ଷେପ ନେଇ ଅଜଣା ଭୟରେ ରାତି କାଟୁଥିବା ଜନସାଧାରଣଙ୍କୁ ସୁରକ୍ଷା ଦେବାସହ ପେଟ୍ରୋଲିଂ କଡାକଡି କରିବାକୁ କୋକସରା ବ୍ଲକର ବିଭିନ୍ନ ଅଞ୍ଚଳରୁ ଦାବି ହୋଇଛି। ଏନେଇ ଧର୍ମଗଡ ଉପଖଣ୍ଡ ପୁଲିସ ଅଧିକାରୀ ଧିରଜ କୁମାର ଚୋପଦାର ଙ୍କ ପ୍ରତିକ୍ରିୟା ନେବାରୁ ପୁଲିସ ପ୍ରଶାସନ ପକ୍ଷରୁ ପେଟ୍ରୋଲିଂ ପାଇଁ ବିଭିନ୍ନ ଥାନା ଅଧୀନରେ ଥିବା ଗ୍ରାମ ଗୁଡିକରେ ବିଭିନ୍ନ ଟିମ କରି ପେଟ୍ରୋଲିଂ କରାଯାଉଛି।ପୁଲିସ ଅଧିକାରୀ ଙ୍କ ମୋବାଇଲ ନମ୍ବର ଦିଆଯାଇଛି, କୌଣସି ସନ୍ଦିଗ୍ଧ ଙ୍କ ଖବର ପାଇଲେ ତୁରନ୍ତ ଜଣାଇବାକୁ ସଚେତନ କରାଯାଇଛି ବୋଲି କହିଥିଲେ ।

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ଧର୍ମରାଜ ଯୁଧିଷ୍ଠିର କ’ଣ ପାଇଁ ପଶ୍ଚାତାପ କଲେ

Sunil Chandra Nayak

ଆଶାକର୍ମୀ ମାନଙ୍କୁ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ତାଲିମ

Sunil Chandra Nayak

Leave a Comment

error: Content is protected !!