ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭାରତର ପ୍ରଧାନ ମନ୍ତ୍ରୀ ଙ୍କ ହର ଘର ତ୍ରିରଙ୍ଗା ପତାକା ବିକ୍ରୟ କାର୍ଜ୍ୟକ୍ରମର ଶୁଭାରମ୍ଭ

ନବରଙ୍ଗପୁର(ମନିସ) ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ କୁ ସଫଳ କରାଇ ସଭିଙ୍କ ମନରେ ରାଷ୍ଟ୍ରୀୟ ଏକତା ଅଖଣ୍ଡତା ଓ ରାଷ୍ଟ୍ରୀୟତା ଭାବ ଜାଗୃତ କରିବା ର ପ୍ରୟାସ କୁ ରୂପ ଦେବା ନିମନ୍ତେ ଦଳ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ନିଜ ନିଜ ସାମର୍ଥ୍ୟ ଅନୁସାରେ ଭାଗିଦାର ହେବା ଦେଖା ଯାଉଛି।ଏଥି ନିମନ୍ତେ ସ୍ଥାନୀୟ ଡାକଘରେ ୨୫ ଟଙ୍କାରେ ରାଷ୍ଟ୍ରୀୟ ପତକା ଯୋଗାଇ ଦେବା ନିମନ୍ତେ ପୂର୍ବ ପ୍ରସ୍ତୁତି ହୋଇ ସାରିଛି।ଆଜି ଶ୍ରୀ ଗୌରୀଶଙ୍କର ମାଝୀ ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଓ ନବରଙ୍ଗପୁର ବିଜେପି ଜିଲ୍ଲା ସଭାପତି ଶ୍ରୀ ଜଗଦୀଶ ବିଷୋୟୀ ବିଦ୍ଧିବଦ୍ଧ ଭାବେ ନବରଙ୍ଗପୁର ମୂଖ୍ୟ ଡାକଘର ପୋଷ୍ଟ ମାଷ୍ଟର ଶ୍ରୀ ଶ୍ରୀରାମ ପଟ୍ଟନାୟକ, ପ୍ରଭାତ ମହାପାତ୍ରଙ୍କ ଠାରୁ ପତାକା କ୍ରୟ କରି ପତାକା ବିକ୍ରୟ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମ ରେ ଅନ୍ୟାନ୍ୟ ତ୍ରିରଙ୍ଗା ପ୍ରେମୀ ମାନେ ଉପସ୍ଥିତ ଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସୀହା ନିୟୁଜ୍।

Related posts

ସତଭାବନା ଲାକ୍ଷେଘର ସମାଜ ର ସାଧାରଣ ସମ୍ପାଦକଙ୍କ ଅକାଳ ବିୟୋଗ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ନୂଆଖାଇ ଜୁହାର

Sunil Chandra Nayak

ଉମେରଗ୍ରାମ ରେ ମହାଭାରତ ମହାଯଜ୍ଞ ର ଭୂମି ପୂଜନ ଉତ୍ସବ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!