ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଣ୍ଟାଗାଁ ଡକାୟତି ମାମଲା :ଚୋରି ହୋଇଥିବା ମୋବାଇଲ ଖଣ୍ଡା ଓ ଅପରାଧ ରେ ବ୍ୟବହୃତ ଗାଡି ସହ ଚାରି ଗିରଫ ଓ କୋର୍ଟ ଚାଲାଣ

 ତେନ୍ତୁଳିଖୁଣ୍ଟି -୫/୧୧/୨୨ — ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ପୋଲିସ ଆଜି ଚାରି ଜଣ ଙ୍କୁ କୋର୍ଟ ଚାଲାଣ କରିଛି। ଚାରି ଜଣଙ୍କ ଠାରୁ ଦୁଇ ଟି ଖଣ୍ଡା , ଚୋରୀ ହୋଇଥିବା 5ARedmi ମୋବାଇଲ ଓ ଅପରାଧ ରେ ବ୍ୟବହୃତ ଓ ଡି 30 ବି 0687 ଗାଡି ଜବତ କରିଛି। ଅପରାଧୀ ମାନେ ତିନି ଜଣ ତେନ୍ତୁଳିଖୁଣ୍ଟି ଥାନା ଅଞ୍ଚଳ ର ହୋଇଥିବା ବେଳେ ଜଣେ ଡାବୁଗାଁ ଥାନା ଅଞ୍ଚଳ ର। କେଶ ନମ୍ବର 194 ରେ 450/395 ଓ ଆର ଡବ୍ଲୁ ସେକ୍ସନ 25 ଆର୍ମସ ଆକ୍ଟ ରେ ମୋକଦ୍ଦମା ରୁଜୁ ହୋଇଛି। ଅପରାଧୀ ମାନେ ହେଲେ କାମତା ର ନୂତନ ନାୟକ ,ବନ୍ଧଗୁଡା ର ମଣ୍ଟୁ ବାଘ ,କାମ ତାର ମନ୍ଦାର ହରିଜନ ଓ ଡାାବୁଗାଁ ଥାନା ର ଖଳିଗୁଡା ର ଦୀପକ କୁମାର ହୀରଣ। ଏମାନଙ୍କୁ କଣ୍ଟା ଗାଁ ଡକାୟତି ମାମଲାରେ ସନ୍ଦେହ ରେ ଧରିଥିଲା ବେଳେ ଡକାୟତି ମାମଲା ର ତଦନ୍ତ ଚାଲିଛି ।ଅଇ ଆଇ ସି ଟଙ୍କଗିରି ଭୋଇ ଘଟଣା ର ତଦନ୍ତ କରୁଛନ୍ତି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜର ଶତବାର୍ଷିକୀ ଉତ୍ସବ ଓ ଚଣ୍ଡୀ ସମଲାଇଙ୍କ ନବ ନିର୍ମିତ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ 

Sunil Chandra Nayak

ବାପ ମାଆ ଛେଉଣ୍ଡ ରୋଗାକ୍ରାନ୍ତ ପୁଅର ଚିକିତ୍ସା ଲାଗି ଜିଲ୍ଲାପାଳଙ୍କୁ ଆକୁଳ ନିବେଦନ 

Sunil Chandra Nayak

ବାବା ସାହେବଙ୍କ ୧୩୨ତମ ଜନ୍ମ ଜୟନ୍ତୀ ପାଳନ

Sunil Chandra Nayak

Leave a Comment

error: Content is protected !!