ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗଣେଶ ପୂଜା ଉପଲକ୍ଷେ ରଶ୍ମି ରଞ୍ଜିତା ମିଶ୍ର (ରୋଜି) ଙ୍କ ଗଳ୍ପ ଟିଉସନ ଦିଦି

ଟିଉସନ ଦିଦି

ରାତି ପାହିଲେ ରବିବାର । ସ୍କୁଲଛୁଟି ରହିବ। ଟିଉସନ ଦିଦି କିନ୍ତୁ ନଛୋଡବନ୍ଧା। ଅନ୍ୟ ଦିନ ଅପେକ୍ଷା ରବିବାରେ ବେଶି ସମୟ ପଢେଇବେ। ସବୁ ବିଷୟ ଟିକେ ଟିକେ ଆଲୋଚନା କରିବେ।ଗୁଡେଇ ତୁଡେଇ ବିଭିନ ପ୍ରଶ୍ନ ପଚାରିବେ । ଦେଶ ବିଦେଶର ଖବର ଶୁଣେଇବେ। କୋଉ ପିଲା ଉତ୍ତର ଦେଇ ନପାରିଲେ ଗୋରୁଗାଈ ପରି ପିଟିବେ। କାହାକୁ କହିବୁ ଯେ ଆମରି ବାପା, ମାଆମାନେ ତ ତାଙ୍କୁ ଅଭୟ ଦେଉଛନ୍ତି। ମୋ ବୋଉ ତ କହୁଛି, ଖାଲି ଆଖି ଦିଟାକୁ ଛାଡ଼ିଦେଇ ବାକି ଯୋଉଠିକି ବାଡ଼ଉଛ ବାଡ଼ । ସ୍କୁଲରୁ ମାଡ଼ ଉଠିଗଲାନି ଯେ… ପିଲାଗୁଡାଙ୍କର ମୁହଁ ବଢ଼େଇଦିଆଗଲା ।ଅବଶ୍ୟ ଦିଦିଙ୍କ ପାଖେ ଟିଉସନ କରୁଥିବା ପିଲା ଅଧିକ ନମ୍ୱର ରଖି ପରୀକ୍ଷାରେ ପାସ କରନ୍ତି।ପ୍ରାୟ ସବୁ ପିଲାଙ୍କ ଭିଡ଼ ଏହି ଦିଦିଙ୍କ ପାଖରେ। ହେଲେ, ଏତେ ମାଡ଼ କିଏ ଖାଇବ? ମାଡ଼ କଥା ମନେପଡିଲେ ଟିଉସନ ଆସିବାକୁ ମୋଟେ ମନହୁଏନି। ରବିବାର ପାଇଁ ଆଜିଠୁ ପ୍ରସ୍ତୁତି ଆରମ୍ଭ ହୋଇଯିବଣି।

ଏ ରବିବାର ଆସିଲେ ଘରେ ଯେ କେତେ କେତେ ବାହାନା କରିବାକୁ ପଡେ ତାହା କେବଳ ଆମଭଳି ଟିଉସନ ପଢ଼ୁଥିବା ପିଲାମାନେ ଜାଣନ୍ତି। ମାଆ ମାନେ ଘରୁ ପେଲିଠେଲି ପଠାନ୍ତି ବୋଲି ଆସୁ।ସେ ଦିଦିଙ୍କ ଉପରେ ଆମ ମା ମାନଙ୍କର ଅମଠୁ ବି ବେଶି ଭରସା।ସତେ ଯେମିତି ସେ ଏକା ଆମ ଦେଶର ମହାଜ୍ଞାନୀ,…ଆଉ ଆମେ ସମସ୍ତେ ଯେମିତି ବଡହେଲେ ଗୋଟେ ଗୋଟେ ମନ୍ତ୍ରୀ ହୋଇ ସବୁ ତାଡି ପକେଇବୁ। 

କାହିଁକି କେଜାଣି ମୋହନର ଆଜି ପାଠ ପଢିବାକୁ ମୋଟେ ମନ ନାହିଁ। ଘରୁ ଆସିବନି ବୋଲି ଭାବୁଥିଲା ହେଲେ,ତାର ମାଆ ରଖେଇ ଦେଲାନି ଜମା। ମନେମନେ ଭାବିଲା ଆଜି କିଛି ଗୋଟେ ଉପାୟ ପାଞ୍ଚି ନିଜେ ଖସିବାକୁ ପଡିବ ଆଉ ଅନ୍ୟ ସାଙ୍ଗମାନଙ୍କୁ ବି । 

        ମୋହନର ମନେ ପଡ଼ିଲା ଦିଦିଙ୍କୁ କୋଉବିଷୟରେ କିଛି କଥା ପଚାରିଲେ ସେ ଏତେ ବ୍ୟାଖ୍ୟା କରନ୍ତି ଯେ, ଟିଉସନ ସମୟ ଗଡିଯାଏ ହେଲେ କଥା ସରେନି। ବାସ୍ ଏଇତ ମଉକା।ଆଉ ଦୁଇ ଦିନ ପରେ ଗଣେଶ ପୂଜା ଏକଥା ଟିକେ ପଚାରିବି, ଦିଦି ବୁଝେଇବାରେ ସମୟ ଯିବ ଆଉ ନଜାଣିଥିବା କଥା ଜାଣିବା ସାଙ୍ଗକୁ ମାଡ଼ ଠାରୁ ମୁକ୍ତି ବି ମିଳିବ। ହଁ ହଁ କାଲିର ଟିଉସନ ରେ ନିଶ୍ଚେ ଏହିକଥା ଉଠେଇବି ମନେମନେ ଭାବୁଥିଲା ମୋହନ।ଦିଦି ଜାଣିପକେଇଲେ ସେ ଟିକେ ଅନ୍ୟମନସ୍କ ଅଛି ବୋଲି। ସତରେ, କି ବୁଦ୍ଧି ତାଙ୍କୁ ଭଗବାନ ଦେଇଛନ୍ତି କେଜାଣି, କିଏ କଣ ଭାବୁଛି ପୁରା ନହେଲେ ବି, କିଛି କିଛି ଅନୁମାନ କରିଦିଅନ୍ତି ସେ। ପଚାରିଲେ କିରେ ମୋହନ କଣ ଭାବୁଛୁ କିରେ? ଗଣେଶ ପୂଜା ବିଷୟରେ ଆଜିଠୁ ଭାବୁଛୁ କି? ଭୟରେ ହଁ ଟିଏ ବାହାରିଗଲା ପାଟିରୁ।ପୁଣି ପିଲାଙ୍କୁ ଚାହିଁ, ଆଛା ପିଲାମାନେ ଗଣେଶ ପୂଜା ଆଉ ଦୁଇ ଦିନ ରହିଲା ,ତୁମପାଇଁ ନୂଆ ପୋଷାକ କିଣା ହେଲାଣି କି ନାହିଁ। ସବୁ ପିଲା ଏକ ସ୍ୱରରେ କହି ଉଠିଲେ ହଁ’…ଅ…ଅ….ଦିଦି। ବୋଧହୁଏ ଏତେବଡ଼ ପାଟି ଅନ୍ୟ କୌଣସି ପ୍ରଶ୍ନର ଉତ୍ତର ଦେଲାବେଳେ ସୁଭିନି। ଦିଦି ପୁଣି ପଚାରିଲେ,

“ଆଛା କହିଲ ଗଣେଷଙ୍କ ବାହାନ କିଏ?” ପିଲାଏ ଖୁସିରେ ଆହୁରି ବଡ଼ପାଟି କରି କହିଲେ …ମୂଷା। ଦିଦି ପୁଣି ପ୍ରଶ୍ନକଲେ “ତାଙ୍କ ଶରୀର ତ ଦେଖିବାକୁ ଅନ୍ୟ ଦେବତା ବା ମନୁଷ୍ୟଙ୍କ ପରି ହେଲେ, ମୁଣ୍ଡଟି ହାତୀର ମୁଣ୍ଡ କାହିଁକି ?”

ପିଲାଙ୍କ ଭିତରେ ଜାଣିବାକୁ କୌତୁହଳ ବଢ଼ିଲା। ମୋହନକୁ ଛାଡି ସବୁ ପିଲା ବଡ଼ ପାଟିରେ କହି ଉଠିଲେ ଏ ବିଷୟରେ ଟିକେ ବୁଝେଇ କୁହନ୍ତୁ ଦିଦି।ହଉ ହଉ ଆଜି ଆଉ କିଛି ପଢ଼ିବାନାହିଁ, କେବଳ ପୂଜା ବିଷୟରେ ମୁ କହିବି ଆଉ ତୁମେ ବହି ଖାତା ବସ୍ତାନୀରେ ରଖି ସ୍ଥିର ହୋଇ ବସ ।ମୋହନ ମନେ ମନେ ବିରକ୍ତ ହେଉଥାଏ,ଦିଦି ତ ଆଜି ଗପ ଶୁଣେଇଦେବେ କାଲି ଯୋଉ ମାଡ଼କୁ ସେଇ ମାଡ଼।ଏ ବୋକା ପିଲାଗୁଡାକ ହଁ କରୁଥିଲେ କାହିଁକି? ହଉ ଦେଖିବା କାଲି କ’ଣ ହଉଛି…..। 

ଦିଦି ଆରମ୍ଭ କଲେ ଗଣେଷ ପୂଜା ର ବ୍ୟାଖ୍ୟା ଭିତରେ ଗଣେଷଙ୍କ ଜନ୍ମ,ପାର୍ବତୀଙ୍କ ଧ୍ୟାନ, ରୁଦ୍ରଙ୍କ ତପ ଭଗ୍ନ , ରୁଦ୍ରଙ୍କ ଦ୍ୱାରା ଗଣେଷଙ୍କ ଶିର ଛେଦନ ଏବଂପାର୍ବତୀଙ୍କ କ୍ରନ୍ଦନ ପରେ ଗଜ ମସ୍ତକ କାଟିଆଣି କିପରି ପୁତ୍ରକୁ ଜୀଵଦାନ ତଥା ସେହିଦିନୁ ଗଣେଷ ଗଜାନନ ହେବା କଥା।

ମୋହନ ସେମିତି ଚୁପ ବସିଥାଏ।ମନରେ ତାର ସରାଗ ନାହିଁ। ଦିଦି ପୁଣି ତାକୁ ଲକ୍ଷକରି କହିଲେ ” କିରେ ମୋହନ ତୋ ପାଟିରେ ଗଣେଷଙ୍କର ସେ ଅଧକେଜିଆ ଲଡୁଟା ପଶିଯାଇଛି କିରେ, ମୁହଁକୁ ଫୁଲେଇ ଏମିତି କଣ ବସିରହିଛୁ।ଆସିଲାବେଳୁ ଦେଖୁଛି ତୁ ଗୋଟେ କୋଉ ଚିନ୍ତାରେ ଥିଲାଭଳି ଲାଗୁଛୁ ” । ମୋହନ ଟିକେ ଭାବିଲା ଏଇଟା ହିଁ ପ୍ରକୃତ ସମୟ ମୁଁ ଯଦି କିଛି ମୂଳରୁ ପଚାରିଦେବି ଦିଦି ପୁଣି ପଛକଥା ବଖାଣି ବସିବେ ଆଉ ୟା, ଭିତରେ ସମୟ ସରିଯିବ। ବାକି କଥା କାଲି କହିବି କହି ଟିଉସନ ଛୁଟି କରିଦେବେ ଆଉ କାଲି ଆସୁଆସୁ ପଚାରିଦେବି। ଏହା ଭାବି କହିଲା, ଦିଦି ଗୋଟେ କଥା ମୁଁ ସେତେବେଳୁ ଭାବୁଛି ଯେ ବୁଝିପାରୁନି। ଶିବ ତାଙ୍କ ପୁଅକୁ ଚିହ୍ନିପାରିଲେନି କେମିତି..? ପୁଣି ବାପା ହୋଇ ନିଜ ପୁଅର ମୁଣ୍ଡ କାଟିଲେ କେମିତି ? ମୁଁ ତ ଏଇ କଥା ବୁଝିପାରୁନି।ଆଛା ତୁ ଏତିକି ବୁଝୁନୁ,  

ହଉ ମୁଁ କହୁଛି ଶୁଣୁ।ଏହା ସମ୍ପୂର୍ଣ୍ଣ ପୌରାଣିକ ଗାଥା। ଏହାର ବିସ୍ତୃତ ବିବରଣୀ ଜାଣିବାକୁ ହେଲେ ଆମକୁ ପ୍ରଥମେ ଏହି ପୌରାଣିକ ଗାଥା ଅବଲୋକନ କରିବାକୁ ପଡିବ।

  ଏକଦା ମଙ୍ଗଳମୟ ଭଗବାନ ଶିବ ମାତା ପାର୍ବତୀଙ୍କୁ ଗୁପ୍ତମନ୍ତ୍ର ଦୀକ୍ଷା ଦେଉଥିବା ବେଳେ ପାର୍ଶ୍ୱ ବୃକ୍ଷଡାଳରେ ଏକ ଶୁକ ପକ୍ଷୀ (ଶୁଆ) ବସି ଶୁଣୁଥିଲା। ତ୍ରିଲୋଚନଙ୍କ ଦୃଷ୍ଟି ସେହି ପକ୍ଷୀ ଉପରେ ପଡନ୍ତେ, ପକ୍ଷୀଟି ଭୟଭୀତ ହୋଇ ଉଡିଯାଇ ୠଷି ବ୍ୟାସଦେବଙ୍କ ପତ୍ନୀଙ୍କ ଗର୍ଭରେ ଶରଣ ପଶିଲା । ନିଜ ପତ୍ନୀଙ୍କୁ ଦେଉଥିବା ମନ୍ତ୍ର ଶୁଣିଥିବା ଶୁକ ପକ୍ଷୀକୁ ଫେରାଇବା ପାଇଁ ଶିବ ୠଷି ପତ୍ନୀଙ୍କୁ କହିଲେ।ମାତ୍ର ଶରଣାଗତକୁ ସୁରକ୍ଷା ଦେବାର କଥା ଦେଇ ସତ୍ୟାଭଗ୍ନ ହେବେନାହିଁ ବୋଲି ଦେବ ଦେବ ମହାଦେବଙ୍କୁ ଫେରିଯିବାକୁ କହିଲେ ଋଷିପତ୍ନୀ। ମହା କ୍ରୋଧି ତ୍ରିଲୋଚନଙ୍କ କ୍ରୋଧାଗ୍ନି ଦ୍ୱିଗୁଣିତ ହେଲା। ସେ ସଙ୍ଗେ ସଙ୍ଗେ ତ୍ରିଶୂଳ ଉଠାଇ ଋଷିପତ୍ନୀଙ୍କ ଗର୍ଭକୁ ଲକ୍ଷଭେଦ କରିବାକୁ ଉଦ୍ୟତ ହେବା ସମୟରେ ମହର୍ଷି ବ୍ୟାସ ଆସି ସମ୍ମୁଖରେ ଉପସ୍ଥିତ ହେଲେ ଏବଂ ଶିବ ସେ ସ୍ଥାନ ପରିତ୍ୟାଗ ପୂର୍ବକ ନିଜ ଆସ୍ଥାନ କୈଳାଶ ପର୍ବତକୁ ପ୍ରତ୍ୟାବର୍ତ୍ତନ କଲେ । ଦେବ ଦେବ ମହାଦେବଙ୍କ କୋପ ମୂର୍ତ୍ତି ଦେଖି ଗୌରୀ ତାହାର କାରଣ ପଚାରନ୍ତେ, କୈଳାଶପତି ଗୋଟି ଗୋଟି କରି ସବୁକଥା କହିଲେ ଏବଂ ବ୍ୟାସ ମୁନିଙ୍କ ପାଇଁ ଶୁକ ପକ୍ଷୀ ସହିତ ସେ ଉଦ୍ଧତ ନାରୀ ବି ରକ୍ଷା ପାଇଗଲା। ଏକଥା ଶୁଣି ମା ପାର୍ବତୀ କିଛିକ୍ଷଣ ପାଇଁ ସ୍ଥାଣୁ ପାଲଟିଗଲେ । ପରେ ପୂର୍ବାବସ୍ଥାକୁ ଫେରିଆସି କହିଲେ,ପ୍ରଭୁ ସେ ଦୁହେଁ ରକ୍ଷା ପାଇନାହାଁନ୍ତି ଯେ,ଆପଣ ଦୁଇ ଦୁଇଟି ପାପରୁ ରକ୍ଷା ପାଇଯାଇଛନ୍ତି। କ୍ରୋଧ ବଶିଭୂତ ହୋଇ ନାରୀ ହତ୍ୟା ଏବଂ ଶିଶୁ ହତ୍ୟା ଭଳି ଦୁଇଟି ଜଘନ୍ୟ ପାପରୁ ବ୍ୟାସଦେବ ଆପଣଙ୍କୁ ନିବୃତ କରିଛନ୍ତି। କାଳେ କାଳେ ଆପଣଙ୍କ କ୍ରୋଧ ପ୍ରଶମିତ ହେଲାନାହିଁ। ଏତିକି କଥା ତୁଣ୍ଡରୁ ସରିଛି କି ନାହିଁ, କ୍ରୋଧାନଳରେ ଜର୍ଜରିତ ଶଙ୍କର ଉଚ୍ଚ ଗଳାରେ ମାଆ ଭବାନୀଙ୍କୁ ଭର୍ଛନା କରି କହିଲେ…., “ମୁଁ ଆଜିଠାରୁ ତୁମ ମୁଖ ଦେଖିବାକୁ ଚାହୁଁନି । ଯେତେ ଶୀଘ୍ର ପାରୁଛ କୈଳାଶ ପରିତ୍ୟାଗ କର। ତୁମ ପ୍ରତି ମୋର ଥିବା ସ୍ନେହ,ଶ୍ରଦ୍ଧାକୁ ତୁମେ ଉପଲବ୍ଧି ନକରି ମୋତେ କ୍ରୋଧି ସମ୍ବୋଧନକରି ନିଜେ ନିଜର ଦାମ୍ପତ୍ୟ ଜୀବନକୁ ଧୂଳିସାତ କଲ ଶିବାନୀ।”

  ଶୈଳପୁତ୍ରୀ ବୁଝାଇବାକୁ ଯେତେ ଚେଷ୍ଟା କଲେ ବି ରୁଦ୍ରଙ୍କ କୋପ ଶାନ୍ତ ହେଲାନାହିଁ। ଶେଷରେ “କିଂ କର୍ତ୍ତବ୍ୟ ବିମୁଢ” ହୋଇ ବିରସ ବଦନରେ ବସିଥିବା ବେଳେ ନରଦଙ୍କ ବୀଣା ସ୍ଵନ କର୍ଣ୍ଣରେ ବାଜିଲା। ମା ପାର୍ବତୀ ଚିନ୍ତା କଲେ ଏହି ନାରଦ ହିଁ ଯୋଗସୂତ୍ରଧାରୀ ହୋଇ ପଶୁପତିନାଥଙ୍କୁ ବୁଝାଇପାରିବେ ।ତେଣୁ ମନ ମଧ୍ୟରେ ନାରଦଙ୍କ ସ୍ମରଣ କରନ୍ତେ ନାରଦ ମହର୍ଷି ଉପସ୍ଥିତ ହେଲେ। ଗୋଟି ଗୋଟି କରି ସବୁ ବୃତ୍ତାନ୍ତ ଶୁଣିବାପରେ ନାରଦଙ୍କର ମନେ ପଡିଗଲା ଶିବଙ୍କ କ୍ରୋଧାଗ୍ନିର ଶିକାର ହୋଇ ପାଉଁଶ ହୋଇଯାଇଥିବା କମଦେବଙ୍କ କଥା।ତାଙ୍କ ପତ୍ନୀ ରତିଦେବୀ ପାଖରେ ଥିଲେ ବୋଲି ତାଙ୍କ ତପ ତଥା ଅନୁନୟ ଅନୁରୋଧ ଫଳରେ ପୁନଶ୍ଚ ସ୍ୱ-ଶରୀର ପରିବର୍ତ୍ତେ କନ୍ଦର୍ପ ଅନାଙ୍ଗରୁପେ ବିଦ୍ୟମାନ ହେବାର ବରପ୍ରାପ୍ତ ହେଲେ । ଏଣୁ ମାତାଙ୍କ କଥା ମାନି କୋପୀ ତ୍ରିଲୋଚନଙ୍କୁ ବୁଝାଇବାର ଧୃଷ୍ଟତା କଲେ ତୃତୀୟ ନୟନର ଶିକାର ହେବାକୁ ପଡିପାରେ।ମୁଁ ତ ସଂସାରତ୍ୟାଗୀ ଯୋଗୀ।ମୋ ପଛରେ କିଏ ଅଛି ଯେ……. ତପକରି ପୁନଶ୍ଚ ଜୀବନ ଭିକ୍ଷା କରିବ। ନା…. ବାବା ….ନା … ଏ କ୍ଷେତ୍ରରେ ଯିଏ ଦୋଷୀ ସିଏ କ୍ଷମା ଯାଚନା କରିବା ବିଧେୟ। ଏପରି ଚିନ୍ତାକରି ମାତା ଗୌରୀଙ୍କୁ ପରାମର୍ଶ ଦେଲେ ଯେ…, ହର ହେଉଛନ୍ତି ଭୋଳନାଥ ।ସେ କେବେ କୋପେ ଜର୍ଜରିତ ହୋଇ ତ କେବେ ତପେ ସନ୍ତୁଷ୍ଟ ହୋଇ ବର ପ୍ରଦାନ କରିଆସିଛନ୍ତି। ତେଣୁ,” ଆପଣଙ୍କୁ ନିଜ ଅଙ୍ଗରେ ହଳଦୀ,କୁକୁମ ଲଗାଇ ଶୁଦ୍ଧସ୍ନାନକରି ତପସ୍ୟା କରିବାକୁ ପଡିବ।”

ନାରଦଙ୍କ ପରାମର୍ଶ ନେଇ ହିମଗିରି ସୁତା ତଟିନୀ ତୀରେ ଏକ ପଥର ଚଟାଣରେ ବସି ଶ୍ରୀଅଙ୍ଗରେ ହଳଦୀ ,କୁକୁମ ଲଗାଉ ଲଗାଉ ଅଜାଣତେ କେତେବେଳେ ଯେ ଏକ ପିତୁଳା ଗଢି ସାରିଥିଲେ ତାଙ୍କର ଜ୍ଞାତ ନାହିଁ। ହଠାତ ପ୍ରକୃତିସ୍ଥ ହୋଇ ମନ ମଧ୍ୟରେ ଚିନ୍ତା କଲେ ଏ ପିତୁଳା ଯଦି ଜୀଵଦାନ ପାଇପାରନ୍ତା ତେବେ ଏକାନ୍ତ ଭାବର ଅନ୍ତ ଘଟନ୍ତା। ତେଣୁ, ନାରାୟଣ,ପରଂବ୍ରହ୍ମ ବିଷ୍ଣୁଙ୍କୁ ସ୍ମରଣ କଲେ।ବିଷ୍ଣୁ ପ୍ରକଟ ହୋଇ ପିତୁଳାକୁ ଜୀଵଦାନ ଦେଲେ। ସର୍ବ ବୁଦ୍ଧି ସିଦ୍ଧି ଦାତା ହୁଅ ବୋଲି ଆଶୀର୍ବାଦ କଲେ। ମାତା ପାର୍ବତୀ ନିଜର ମାନସ ପୁତ୍ର କୁ ଗୁମ୍ଫା ଦ୍ୱାରେ ଜଗାଇ ଭିତରକୁ କାହାକୁ ପ୍ରବେଶ କରାଇଦେବୁନାହିଁ କହି ଶୁଦ୍ଧ ସ୍ନାନ ପୂର୍ବକ ଗୁମ୍ଫା ଗହ୍ୱରରେ ଧ୍ୟାନ ମଗ୍ନ ହେଲେ। ମାତୃଭକ୍ତ ପରି ଶିଶୁ ଗଣେଷ ଦ୍ୱାରରକ୍ଷୀ ହୋଇ ଜାଗ୍ରତ ରହିଛନ୍ତି। 

ଏହି ସମୟରେ କୈଳାଶପତିଙ୍କ କାନରେ ପାର୍ବତୀଙ୍କ “ଓଁ ନମୋ ଶିବାୟ “ମନ୍ତ୍ର ଉଚ୍ଚାରଣ ଧ୍ୱନି ଗୁଞ୍ଜରିତ ହେଲା। ମହାଜତି ପଶୁପତିନାଥଙ୍କ ଆସନ ଟଳମଳ ହୋଇ ଧ୍ୟାନଭଗ୍ନ ହେଲା।ଭୋଳାନାଥଙ୍କ ମନେ ପଡ଼ିଗଲା ଗିରିନନ୍ଦିନୀ ପାର୍ବତୀଙ୍କ କଥା।

ମହାଦେବୀ ପାର୍ବତୀଙ୍କୁ ଖୋଜିବାକୁ ପ୍ରଥମେ ନନ୍ଦୀ , ଭୃଙ୍ଗୀଙ୍କୁ ପ୍ରେରଣ କଲେ।ନନ୍ଦୀ, ଭୃଙ୍ଗୀ ଖୋଜି ଖୋଜି ସେହି ଗୁମ୍ଫା ନିକଟରେ ପହଞ୍ଚି ଦେଖିଲେ ଗୋଟିଏ ବାଳକ ଗୁମ୍ଫା ଦ୍ୱାରେ ପହରା ଦେଉଛି ଏବଂ ଗୁମ୍ଫା ଭିତରୁ ଓଁ ନମୋ ଶିବାୟ ଶବ୍ଦ ପ୍ରତିଧ୍ବନିତ ହେଉଛି। ଏଇଠି ହିଁ ଆମ ମାତା ରହିଛନ୍ତି। ଏ ବାଳକକୁ ଠେଲି ଭିତରକୁ ଯାଇ ମାତାଙ୍କୁ ଫେରେଇନେବାକୁ ଇଛା କରି ବାଳକ ଦ୍ୱାରା ପରାସ୍ତ ହୋଇ ଫେରିଗଲେ ଏବଂ ରୁଦ୍ରଙ୍କ ଆଗେ ସମସ୍ତ ବୃତାନ୍ତ ବର୍ଣ୍ଣନା କଲାପରେ ରୁଦ୍ର ରୁଦ୍ରାବତାର ଧାରଣ କରି ବାଳକ ନିକଟରେ ପହଁଚିଲେ।ଏବଂ ନିର୍ଦେଶ ଦେଲେ ଦ୍ୱାର ଛାଡିବାକୁ। ମାତାଙ୍କ ଅନୁମତି ବିନା କାହାକୁ ଦ୍ୱାର ଛାଡି ଭିତରେ ପ୍ରବେଶ କରିବାକୁ ଦେବେନି ବୋଲି ଗଣେଷ ନିର୍ଭୀକ ଭାବେ ଉତ୍ତର ଦେଲେ।ଏଥିରେ ଶିବ କ୍ରୋଧାନ୍ୱିତ ହୋଇ ତ୍ରିଶୂଳ ଉଠାଇଲେ । ସାମାନ୍ୟ ଜଷ୍ଟି ଖଣ୍ଡିକ ସାହାଯ୍ୟରେ ଗଣେଷ ମଧ୍ୟ ପ୍ରସ୍ତୁତ ହେଲେ। ଉଭୟଙ୍କ ମଧ୍ୟରେ ଲଢେ଼ଇ ହେଲା।ଶିବ ସାମାନ୍ୟ ବାଳକଠାରୁ ପରାଜିତ ହୋଇ ବିଷ୍ଣୁଙ୍କୁ ସ୍ମରଣ କଲେ।ବିଷ୍ଣୁ ଜଗତେଶ୍ୱରଙ୍କ ହାର ସହିନପାରି ତ୍ରିଶୂଳରେ ଅପୂର୍ବ ଶକ୍ତି ଭରିଦେଲେ ଯାହାଦ୍ୱାରା ଶମ୍ଭୁନାଥ ପୁନଶ୍ଚ ଲଢେଇ କରି ଶେଷରେ ତ୍ରିଶୂଳାଘାତରେ ଶିଶୁ ଗଣେଶଙ୍କ ମୁଣ୍ଡ କାଟିଦେଲେ।ମାଆ ବୋଲି ଉଚ୍ଚଶ୍ୱରେ ଡାକ ଦେଇ ଶିଶୁଟି ଟଳିପଡିବା କଥା ଧ୍ୟାନମଗ୍ନା ଶିବାନୀ ଜାଣିପାରି ବାହାରକୁ ଆସିଲେ ।ପୁତ୍ରର ଏ ଦୁର୍ଦ୍ଦଶା ଦେଖି ଗୌରୀ ରୁଦ୍ରଙ୍କୁ ଭର୍ଛନା କଲେ। ଗଣେଷ ତାଙ୍କର ଅଙ୍ଗ ମଳୁଖରୁ ଜାତ ମାନସ ପୁତ୍ର ବୋଲି ଚିହ୍ନାଇଲେ।ଏବଂ ତାକୁ ପୁନଶ୍ଚ ଜୀଵଦାନ ଦେବାକୁ ଅନୁରୋଧ କଲେ। ପତ୍ନୀର ଆର୍ତ୍ତନାଦ ଅସହ୍ୟବୋଧ ହେଲା ଏବଂ ସଙ୍ଗେ ସଙ୍ଗେ ଧ୍ୟାନ ବଳେ ଜାଣିଲେ ଯେ, ଉତ୍ତରକୁ ମୁଣ୍ଡ କରି ସୋଇଥିବା ପ୍ରାଣୀର ମୁଣ୍ଡ କାଟିଆଣି ଗଣେଷ ଗଣ୍ଡିରେ ଯୋଡ଼ାଗଲେ ସେ ଜୀବିତ ହେବ। ତେଣୁ, ନନ୍ଦୀ,ଭୃଙ୍ଗୀଙ୍କୁ ଆଦେଶ ଦେଲେ ତୁରନ୍ତ ଯାଇ ଖୋଜିଆଣ । ନନ୍ଦୀ ଭୃଙ୍ଗୀ ଦେଖିଲେ ଗୋଟିଏ ଶୁଭ୍ର ମାଈ ହାତୀର ନବଜାତ ଶିଶୁ ଉତ୍ତରକୁ ମୁଣ୍ଡ କରି ଶୋଇଛି।ପରମପିତାଙ୍କ ନିର୍ଦେଶକ୍ରମେ ସେ ଛୁଆ ହାତୀର ମୁଣ୍ଡ ନେଇ ଗଣେଶଙ୍କ ଗଣ୍ଡିରେ ଯୋଗ କରାଗଲା ଏବଂ ନିଦରୁ ଉଠିଲା ପରି ଗଣେଷ ଉଠି ବସିଲେ।

ପିତା,ପୁତ୍ରଙ୍କ ମିଳନ ହେଲା।

ଶିବ,ବିଷ୍ଣୁ ଏବଂ ପାର୍ବତୀଙ୍କ ଆଶୀର୍ବାଦରୁ ଗଣେଷ ସର୍ବାଗ୍ରେ ସର୍ବତ୍ର ପୂଜିତ ହୋଇପାରିଲେ। ବିଶେଷ କରି ଶିକ୍ଷାନୁଷ୍ଠାନମାନଙ୍କରେ ତାଙ୍କୁ ପୂଜନ କରି କୋମଳମତି ଶିଶୁମାନେ ବୁଦ୍ଧି, ସିଦ୍ଧି ପ୍ରାପ୍ତ ହୁଅନ୍ତି।

 ଏବେ ତ ଜାଣିପାରିଲ ଶିବ ମୁଣ୍ଡ କାଟିବା ପୂର୍ବରୁ ଗଣେଷ ପାର୍ବତୀଙ୍କ ପୁତ୍ର ବୋଲି ଜାଣିନଥିଲେ ବୋଲି । ହଉ ରାତି ଅଧିକ ହେଲାଣି କଥାରେ କଥାରେ ବହୁ ସମୟ ବିତିଗଲାଣି ଏବେ ନିଜ ନିଜ ଘରକୁ ଯାଅ।କାଲି ସକାଳେ ସମସ୍ତେ ବିନା ବହି ବସ୍ତାନୀରେ ଆସିବ ଏଠି ମେଢ଼ ସାଜସଜ୍ଜା କରିବା ଏବଂ ପୂଜାଦିନ ପ୍ରଥମେ ଏଇଠି ପୂଜା ସାରି ବିଦ୍ୟାଳୟକୁ ଯିବା।ଏବେ ଦୁଇଦିନ ଟିଉସନ ବନ୍ଦ। ମୋହନ ସମେତ ସବୁ ପିଲାଙ୍କ ଖୁସି କହିଲେ ନସରେ। ସବୁ ପିଲା ଏକ ସ୍ୱରରେ କହିଲେ ଦିଦି ତୁମେ କେତେ ଭଲ।ତୁମ ପାଖକୁ ଆମେ ଟିଉସନ ହବାକୁ ଆସୁଛୁ ବୋଲି କେତେ ନୂଆ ନୂଆ କଥା ଜାଣିପାରୁଛୁ।

ରଶ୍ମି ରଞ୍ଜିତା ମିଶ୍ର (ରୋଜି)

ବ୍ରାହ୍ମଣ କୁଶଡିହ, ବାଲୁଗାଁ,ଖୋର୍ଦ୍ଧା

Related posts

ସହିଦ ଦିବସ ପାଳିତ

Sunil Chandra Nayak

କୋକସରା ବ୍ଲକର ବିଭିନ୍ନ ସ୍ଥାନରେ ଅହିଂସା ରଥକୁ ଭବ୍ୟ ସମ୍ବର୍ଦ୍ଧନା

Sunil Chandra Nayak

ତିର୍ଯ୍ୟକ୍

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort