ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କେନ୍ଦ୍ରୀୟ ବିଦ୍ୟାଳୟ କନ୍ଧମାଳ ରେ ତବଲା ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଫୁଲବାଣୀ -: ଆଜି କେନ୍ଦ୍ରୀୟ ବିଦ୍ୟାଳୟ କନ୍ଧମାଳ ଠାରେ ତବଲା ପ୍ରଶିକ୍ଷଣ ନିମିତ୍ତ ଏକ ବିଶେଷ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଦିଲ୍ଲୀର ଏକ ଏନଜିଓ ରୁଟ ଟୁ ରୁଟ ଏବଂ କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ ଆନୁକୁଲ୍ୟରେ ଏହି କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବିହାର ରାଜଧାନୀ ପାଟଣା ର ବିଶିଷ୍ଟ ତବଲା ବାଦକ ଗୁରୁ ନନ୍ଦନ କୁମାର ଠାକୁର ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ତବଲା ବାଦନ କୌଶଳ ଶିକ୍ଷା ଦେଇଥିଲେ । କନ୍ଧମାଳ କେନ୍ଦ୍ରୀୟ ବିଦ୍ୟାଳୟ ର ଅଧ୍ୟକ୍ଷ ନାହାର ସିଂ ମୀନା ଛାତ୍ର ଛାତ୍ରୀ ମାନେ ତବଲା ବାଦନ ମନ ଲଗାଇ ଆଗ୍ରହ ର ସହ ଶିଖିବା ନିମନ୍ତେ ଉତ୍ସାହିତ କରିଥିଲେ। ଛାତ୍ରଛାତ୍ରୀ ମାନେ ତବଲା ବଜାଇବା କୌଶଳ ଶିଖିବା ସଙ୍ଗେ ସଙ୍ଗେ ମନୋରଞ୍ଜନ କରିଥିଲେ । ବିଦ୍ୟାଳୟ ର ସଙ୍ଗୀତ ଶିକ୍ଷକ ନରେନ୍ଦ୍ର କୁମାର ବର୍ମା କାର୍ଯ୍ୟକ୍ରମ ଟିକୁ ସୂଚାରୁ ରୂପେ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ମହାପାତ୍ର ଆୟୋଜିତ କାର୍ଯ୍ୟକ୍ରମ ରେ ସ୍ୱାଗତ ଭାଷଣ ଦେଇଥିବା ବେଳେ କାର୍ଯ୍ୟକ୍ରମ ର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ

Related posts

ଫରଚୁନ କାର୍ ଦୁର୍ଘଟଣା ରେ ଜଣେ ମୃତ ତିନି ଗୁରୁତର

Sunil Chandra Nayak

କବିତା – ମୁଁ କଣ ଏତେ ଖରାପ

Sunil Chandra Nayak

ଅବିନାଶ ମହାପାତ୍ର ଙ୍କ କବିତା ଏଇତ ଜୀବନ ଖେଳ 

Sunil Chandra Nayak

Leave a Comment

error: Content is protected !!