ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲୋକାର୍ପିତ ହୋଇଛି ନବୀକୃତ ସେଂଟ୍ରାଲ ଭିଷ୍ଟା ଆଭିନ୍ୟୁ , ଦେଶ ଉଦ୍ଦେଶ୍ୟରେ ସମର୍ପିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ଲୋକାର୍ପିତ ହେଲା ନବୀକୃତ ସେଂଟ୍ରାଲ ଭିଷ୍ଟା ଆଭିନ୍ୟୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଉଦଘାଟନ କରିଛନ୍ତି । ଏହାସହ ପ୍ରଧାନମନ୍ତ୍ରୀ ଦିଲ୍ଲୀର ଏହି ଐତିହାସିକ ମାର୍ଗ ରାଜପଥର ନାଁ ବଦଳାଇ କର୍ତବ୍ୟପଥ ରଖିଛନ୍ତି । ସ୍ୱାଧୀନତା ପୂର୍ବରୁ ଏହି ମାର୍ଗର ନାଁ କିଙ୍ଗସୱେ ଥିଲା, କିନ୍ତୁ ପରେ ଏହାକୁ ରାଜପଥରେ ପରିଣତ କରାଗଲା । ସାଧାରଣ ଲୋକଙ୍କ ପାଇଁ ଏହା ଶୁକ୍ରବାରଠାରୁ ଖୋଲିବ । ଦିଲ୍ଲୀର ଇଣ୍ଡିଆ ଗେଟ ରୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ରାଜପଥର ଉଭୟ ପାଶ୍ୱର୍ କ୍ଷେତ୍ରକୁ ସେଂଟ୍ରାଲ ଭିଷ୍ଟା କୁହାଯାଉଛି । ଏହି ଅଂଚଳରେ ରାଷ୍ଟ୍ରପତି ଭବନ, ନର୍ଥ ବ୍ଲକ, ସାଉଥ୍ ବ୍ଲକ, ରେଳ ଭବନ, ସଂସଦ ଭବନ, କୃଷି ଭବନ, ନିର୍ମାଣ ଭବନ, ପ୍ରତିରକ୍ଷା ଭବନ ଓ ହାଇଦ୍ରାବାଦ ହାଉସ୍ ପରି ଅନେକ ସରକାରୀ କୋଠା ରହିଛି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡିଆ ଗେଟ୍ ନିକଟରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କର ପ୍ରତିମୂର୍ତିର ବି ଉଦ୍ଘାଟନ କରିଛନ୍ତି । ଚଳିତ ବର୍ଷ ଜାନୁଆରୀ ୨୩ରେ ସମାନ ସ୍ଥାନରେ ସୁଭାଷ ବୋଷଙ୍କର ଏକ ହଲମାର୍କ ମୂର୍ତି ଉନ୍ମୋଚନ କରିଥିଲେ ପ୍ରଧାନମନ୍ତ୍ରୀ । ଏବେ ଏହାକୁ ଗ୍ରାନାଇଟ୍ ଦ୍ୱାରା ନିର୍ମାଣ କରାଯାଇଛି । ଏହାର ଉଚ୍ଚତା ୨୮ ଫୁଟ ହୋଇଥିବା ବେଳେ ଓଜନ ୬୫ ମେଟ୍ରିକ୍ ଟନ୍ ରହିଛି । ଇଣ୍ଡିଆ ଗେଟ୍ ରୁ ରାଜପଥ ପର୍ଯ୍ୟନ୍ତ ଲମ୍ବିଥିବା ରାଜପଥକୁ ଏଣିକି କର୍ତ୍ତବ୍ୟ ପଥ କୁହାଯାଉଛି । ୧୦୧ ଏକରରେ ତିଆରି ହୋଇଛି ଏହି ଲନ୍ । ୧୬.୫ କିଲୋମିଟର ପାଦଚଲା ରାସ୍ତା ରହିଛି । ଏକା ସାଙ୍ଗରେ ୧୧୦୦ରୁ ଅଧିକ କାର, ୩୫ ବସ୍ ପାଇଁ ପାର୍କିଂର ବ୍ୟବସ୍ଥା ରହିଛି । ଆଉ ଏକା ସାଙ୍ଗରେ ୪୦୦ରୁ ଅଧିକ ବେଞ୍ଚ ରହିଛି । ଯେଉଁଠି ଲୋକ ଏକାଠି ବସି ମଜା ନେଇପାରିବେ । ଅଳିଆ ଆବର୍ଜନା ମୁକ୍ତ କରିବା ପାଇଁ ୧୫୦ ଡଷ୍ଟବିନର ବ୍ୟବସ୍ଥା ହୋଇଛି । ସେହିପରି ଦେଶର ବିଭିନ୍ନ ରାଜ୍ୟର ଥିବା ଖାଦ୍ୟ ଏଠାରେ ବିଭିନ୍ନ ଷ୍ଟଲରେ ଉପଲବ୍ଧ ହେବ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ମାହେଶ୍ଵରୀ ଗୋଶାଳାରେ ପବିତ୍ର ଗୋଷ୍ଠl ଅଷ୍ଟମୀ ଉତ୍ସବ ପାଳିତ

Sunil Chandra Nayak

ଦୁର୍ଘଟଣା ଗ୍ରସ୍ତ ମୃତ୍ୟୁ ନୁହେଁ ହତ୍ୟା କରାଯାଇଥିବା ଅଭିଯୋଗ କରି ରାସ୍ତାରୋକ

Sunil Chandra Nayak

ଶୌର୍ଯ୍ୟ ଦିବସ ରେ ସହିଦ୍ ଟୀକଚନ ଙ୍କୁ ଶ୍ରଦ୍ଧାଞ୍ଜଳି

Sunil Chandra Nayak

Leave a Comment

error: Content is protected !!