Uncategorizedନିକୁଞ୍ଜ କୁମାର ଘୋଷ ଙ୍କ କବିତା ଶୀତୁଆ ସକାଳ by Sunil Chandra NayakNovember 29, 2022057 Share0 ଶୀତୁଆ ସକାଳ ହେମନ୍ତର ଅନ୍ତେ ଶୀତ ଯେ ଆଗତେ ନାନା ଅଳଙ୍କାର ନେଇ ରଙ୍ଗ ବେରଙ୍ଗର ଫୁଲର ମହକେ ମନେ ଆନନ୍ଦ ମିଳଇ ।। ପ୍ରାତରୁ ଟଗର ସ୍ୱାଗତ ଜଣାଏ ପୌଷ ଓ ମାଘ ମାସକୁ ସଂଞ୍ଜ ସକାଳର ହାଡ ଭଙ୍ଗା ଶୀତ ଆସଇ ମାସ ଶେଷକୁ ।। ନିଇତି ଶୀତରେ ଦୀପାବଳି ଆସେ ମନରେ ଉଲ୍ଲାସ ଭରି ଖୁସିର ଲହରୀ ଦିଶେ ଅଗଣାରେ ନାନା ରଂଗେ ଦୀପ ଜାଳି ।। ସୁରୁଜ ନଇଁଲେ ଗରମ ପୋଷାକ ସଭିଙ୍କର ଲୋଡା ହୁଏ ଶୀତୁଆ ପବନେ ଜାକିଯୁକି ହୋଇ ଦିନ ସବୁ ହଜି ଯାଏ ।। ପୂଜା ଓ ପରବେ ବେଦ ଓ ମନ୍ତ୍ରାଦି ସାଥେ ଶୁଭୁଥାଏ ଗୀତ ଖୁସି ମଉଜରେ ପରବକୁ ପାଳୁ ଶୀତଦେଶେ ଆମେ ମିତ ।। ଫୁଲ,ଫଳ ନାନା ପରିବା ପତର ଆମକୁ ସେ ଦେଇଥାଏ ପାଚିଲା ଧାନର ହଳଦିଆ କ୍ଷେତ ମନହାରି ନେଉଥାଏ ।। ଚଷା ଭାଇ ଆମ ଶୀତକୁ ଜାବୁଡି ବିଲ ଆଡେ ଯାଏ ମାଡି ଧାନ ଅମଳରେ ଲାଗିଥାଏ ସଦା ଚାଦରକୁ ସାଥେ ଭିଡି ।। ସୂର୍ଯ୍ୟଙ୍କର ତାପ ଧିରେ ଧିରେ ବଢେ ମନେ ଉନ୍ମାଦନା ଭରେ ସମୟ ଚକ୍ରରେ ଉଭା ଋତୁ ରାଜ ମାଘ ମାସ ଅନ୍ତ ପରେ ।। ନିକୁଞ୍ଜ କୁମାର ଘୋଷ ସା-ମାଧବପୁର, ପୋ-ଲକ୍ଷ୍ମଣନାଥ, ଥାନା-ଜଳେଶ୍ୱର, ଜିଲ୍ଲା-ବାଲେଶ୍ବର, ଓଡିଶା ।ପିନ୍-756032 .