ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିକୁଞ୍ଜ କୁମାର ଘୋଷ ଙ୍କ କବିତା ଶୀତୁଆ ସକାଳ 

ଶୀତୁଆ ସକାଳ 

ହେମନ୍ତର ଅନ୍ତେ ଶୀତ ଯେ ଆଗତେ 
            ନାନା ଅଳଙ୍କାର ନେଇ 
ରଙ୍ଗ ବେରଙ୍ଗର ଫୁଲର ମହକେ 
            ମନେ ଆନନ୍ଦ ମିଳଇ ।।
            
ପ୍ରାତରୁ ଟଗର ସ୍ୱାଗତ ଜଣାଏ 
           ପୌଷ ଓ ମାଘ ମାସକୁ 
ସଂଞ୍ଜ ସକାଳର ହାଡ ଭଙ୍ଗା ଶୀତ 
            ଆସଇ ମାସ ଶେଷକୁ ।।
ନିଇତି ଶୀତରେ ଦୀପାବଳି ଆସେ 
            ମନରେ ଉଲ୍ଲାସ ଭରି 
ଖୁସିର ଲହରୀ ଦିଶେ ଅଗଣାରେ 
          ନାନା ରଂଗେ ଦୀପ ଜାଳି ।।
           
ସୁରୁଜ ନଇଁଲେ ଗରମ ପୋଷାକ 
            ସଭିଙ୍କର ଲୋଡା ହୁଏ 
ଶୀତୁଆ ପବନେ ଜାକିଯୁକି ହୋଇ 
            ଦିନ ସବୁ ହଜି ଯାଏ ।।
ପୂଜା ଓ ପରବେ ବେଦ ଓ ମନ୍ତ୍ରାଦି    
          ସାଥେ ଶୁଭୁଥାଏ ଗୀତ 
ଖୁସି ମଉଜରେ ପରବକୁ ପାଳୁ
         ଶୀତଦେଶେ ଆମେ ମିତ ।।  
                
ଫୁଲ,ଫଳ ନାନା ପରିବା ପତର 
           ଆମକୁ ସେ ଦେଇଥାଏ 
ପାଚିଲା ଧାନର ହଳଦିଆ କ୍ଷେତ 
           ମନହାରି ନେଉଥାଏ ।।
ଚଷା ଭାଇ ଆମ ଶୀତକୁ ଜାବୁଡି 
            ବିଲ ଆଡେ ଯାଏ ମାଡି 
ଧାନ ଅମଳରେ ଲାଗିଥାଏ ସଦା 
            ଚାଦରକୁ ସାଥେ ଭିଡି ।।
            
ସୂର୍ଯ୍ୟଙ୍କର ତାପ ଧିରେ ଧିରେ ବଢେ 
           ମନେ ଉନ୍ମାଦନା ଭରେ 
ସମୟ ଚକ୍ରରେ ଉଭା ଋତୁ ରାଜ 
           ମାଘ ମାସ ଅନ୍ତ ପରେ ।।
         

ନିକୁଞ୍ଜ କୁମାର ଘୋଷ 

ସା-ମାଧବପୁର, ପୋ-ଲକ୍ଷ୍ମଣନାଥ,
ଥାନା-ଜଳେଶ୍ୱର, ଜିଲ୍ଲା-ବାଲେଶ୍ବର,
ଓଡିଶା ।ପିନ୍-756032 .

Related posts

ଆଶ୍ରମ ର ଅବହେଳା ଯୋଗୁ ଚିକିତ୍ସା ପାଇବାରେ ବିଳମ୍ବ , ଛାତ୍ରୀ ଙ୍କ ମୃତ୍ୟୁ ଅଭିଯୋଗ 

Sunil Chandra Nayak

ନନ୍ଦାହାଣ୍ଡି ବ୍ଲକ ସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର

Sunil Chandra Nayak

ମସୀହା ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଠିତ ପ୍ରତିଯୋଗିତା ରେ ଶ୍ରେଷ୍ଠ ବିବେଚିତ ହୋଇଥିବା ତୃପ୍ତି ରାଣୀ ପାତ୍ର ଙ୍କ କବିତା ମଣିଷ

Sunil Chandra Nayak

Leave a Comment

error: Content is protected !!