ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତୁନଗାଁ ଓ କୁଟୁରୁ ରେ ଭୋଟ ବର୍ଜ୍ଜନ କଲେ ଗ୍ରାମବାସୀ

କୋକସରା,୨୦ା୨- କୋକସରା ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ତୃତୀୟ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ୨୨ ପଞ୍ଚାୟତ ର ୨୬୨ ବୁଥ ରେ ଅନୁଷ୍ଠିତ ହେବାକୁ ରହିଥିବାବେଳେ ୬ଟି ବୁଥ ରେ ସ୍ଥାନୀୟ ମୌଳିକ ସମସ୍ୟା ଅଣଦେଖା ଦାବିରେ ସ୍ଥାନୀୟ ଭୋଟର ନିର୍ବାଚନ ବର୍ଜ୍ଜନ କରିଛନ୍ତି । ବ୍ଲକ ର କନ୍ଦାବୁଟ୍ରା ପଞ୍ଚାୟତ ର ୫ ୱାର୍ଡ ଓ ଆମପାଣି ପଞ୍ଚାୟତ ର କୁଟୁରୁ ଗ୍ରାମ ୱାର୍ଡ ନଂ୬ ରେ ମୌଳିକ ସମସ୍ୟା କୁ ନେଇ ଭୋଟ ବର୍ଜନ କରିଛନ୍ତି । ସୂଚନା ଅନୁସାରେ, କନ୍ଦାବୁଟ୍ରା ପଞ୍ଚାୟତ ର ପଞ୍ଚାୟତ କାର୍ଯ୍ୟାଳୟ ତୁନଗାଁ ରେ ନିର୍ମାଣ ନେଇ ପୂର୍ବରୁ ଦୁଇ ଗ୍ରାମବାସୀ ଙ୍କ ମଧ୍ୟରେ ଏକ ଚୁକ୍ତିନାମା ହୋଇଥିଲା । ହେଲେ ଏହାକୁ ଅଣଦେଖା କରି ପଞ୍ଚାୟତ କାର୍ଯ୍ୟାଳୟ ତୁନଗାଁ ପରିବର୍ତ୍ତେ କନ୍ଦାବୁଟ୍ରା ରେ ନିର୍ମାଣ କୁ ବିରୋଧ କରି ପୂର୍ବରୁ ଅନେକ ସମୟରେ ଗ୍ରାମବାସୀ ପ୍ରତିବାଦ କରି ଆସୁଛନ୍ତି । ଏହି ମାମଲା ଏବେ କୋର୍ଟ ରେ ବିଚାରାଧୀନ ରହିଛି । ତେବେ ଆଜି ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନେଇ ନ ଥିବାରୁ ନିଜର ମୌଳିକ ଦାବି କୁ ନେଇ ତୁନଗାଁ ୱାର୍ଡ ୭ ରୁ ୧୧ ନମ୍ବର ୱାର୍ଡ ର ୧୨୨୮ ଜଣ ଭୋଟର ନିର୍ବାଚନ କୁ ପ୍ରତିବାଦ କରି ଭୋଟ ବର୍ଜ୍ଜନ କରିଛନ୍ତି । ସେହିପରି ଆମପାଣି ପଞ୍ଚାୟତ ର କୁଟୁରୁ ଗାଁ ରେ ପାନୀୟ ଜଳ ସମସ୍ୟା, ମୋବାଇଲ ନେଟୱାର୍କ, ସ୍ୱାସ୍ଥ୍ୟସେବା, ଗମନାଗମନ କୁ ନେଇ ୱାର୍ଡ ୬ ର ୧୯୪ ଜଣ ଭୋଟର ମତାଦାନ ରେ ଭାଗ ନେଇ ନଥିବା ସୁଚନା ରହିଛି । ଉଭୟ ଗାଁ ରେ ନିର୍ବାଚନ କରିବା ପାଇଁ ପୋଲିଂ କର୍ମଚାରୀ ପହଞ୍ଚି ଥିଲେ ମଧ୍ୟ ଗ୍ରାମବାସୀ ମାନେ ନିଜର ହକ କୁ ପ୍ରଶାସନ ନିକଟରେ ଜାହିର କରିବା ପାଇଁ ମତାଦାନ କରିନାହାନ୍ତି । ଭୋଟ ବର୍ଜ୍ଜନ ଖବର ପାଇ ତୁନଗାଁ ରେ କୌଣସି ଅପ୍ରୀତିକର ପରିସ୍ଥିତି ନ ଉପୁଜିବା ପାଇଁ ଏସ.ଡି.ପି.ଓ ଅବିନାଶ ସୋନକର ଙ୍କ ସମେତ କୋକସରା ଥାନା ଅଧିକାରୀ ପ୍ରସନ୍ନ ବେହେରା ଓ ପୋଲିସ କର୍ମଚାରୀ ପହଞ୍ଚି ଗ୍ରାମବାସୀ ଙ୍କ ସହ ଆଲୋଚନା କରି କୌଣସି ଅଶାନ୍ତିକର ପରିସ୍ଥିତି ସୃଷ୍ଟି ନ କରିବାକୁ ଅନୁରୋଧ କରି ଫେରିଥିଲେ । ତେବେ ଏହି ୬ ବୁଥ ରେ କୌଣସି ଭୋଟର ମତାଦାନ ପ୍ରକ୍ରିୟା ରେ ସାମିଲ ହୋଇ ନଥିବା ସୁଚନା ମିଲିଛି । ମ ନି ସ 

Related posts

ଖଡ଼ିଆଳ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ର ପରିସର ମଧ୍ୟରେ ଜାତୀୟ ଟିକାଦାନ ଦିବସ ପାଳିତ

Sunil Chandra Nayak

ଓବିଶି ଏସଟି ଏସ୍ସି ପଞ୍ଚାୟତ ସ୍ତରିୟ କମିଟି ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

ଚତୁର୍ଥ ଶ୍ରେଣୀ କର୍ମଚାରୀ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!