ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୁନାଗଡ଼ରେ ୭୫.୨୬ ପ୍ରତିଶତ ମତଦାନ

ଜୁନାଗଡ଼,୨୪/୩(ନିପ୍ର) :ଜୁନାଗଡ଼ ପୋୖର ନିର୍ବାଚନ ରେ ୭୫.୨୬ ପ୍ରତିଶତ ମତଦାନ ହୋଇଥିବା ଜଣାଯାଇଛି।lଏହି ନିର୍ବାଚନ କଡ଼ା ସୁରକ୍ଷା ଏବଂ ଶାନ୍ତି ଶୃଙ୍ଖଳା ସହିତ ଅନୁଷ୍ଠିତ ହୋଇଥିଲା l ଏହି ପୌରାଞ୍ଚଳରେ ମୋଟ ୧୪୭୪୩ ଭୋଟର ଙ୍କ ମଧ୍ୟରୁ ୧୧୯୫ଜଣ ଭୋଟର ମତଦାନ କରିଛନ୍ତି l ସେଥି ମଧ୍ୟରୁ ୫୮୦୨ ପୁରୁଷ ବୋଟର ଓ ୫୨୯୩ମହିଳା ଭୋଟର ମତଦାନ କରିଛନ୍ତି l ଏଠାରେ ୧୨ଗୋଟି ୱାର୍ଡ ରେ ୧୮ଗୋଟି ବୁଥ ଥିବାବେଳେ ଗୋଟିଏ ପିଙ୍କ ବୁଥ ରହିଥିଲା lସମସ୍ତ ଇଭିଏମ ,ଏନଏସି ସ୍ଥିତ କଲ୍ୟାଣ ମଣ୍ଡପ ଷ୍ଟ୍ରଙ୍ଗ ରୁମ ରେ ପ୍ରାର୍ଥୀ ମାନଙ୍କ ଉପସ୍ଥିତି ରେ ସିଲ କରା ଯାଇଛି l ଏଠାରେ ୪ଗୋଟି ଅଧ୍ୟକ୍ଷ ଏବଂ ୩୫ଗୋଟି ୱାର୍ଡ ସଭ୍ୟ ପ୍ରତିଦ୍ବନ୍ଦ୍ବିତା କରିଛନ୍ତି l ଏଠାରେ ଥିବା ୨ ନମ୍ବର ୱାର୍ଡରେ ଥିବା ବୁଥ ରେ ମନ୍ତ୍ରୀ କେପଟେନ ଦିବ୍ୟଶଙ୍କର ମିଶ୍ର ଧାଡିରେ ଆସି ମତଦାନ କରିଥିବା ଦେଖିବାକୁ ମିଳିଥିଲା। ନରେନ୍ଦ୍ର ଖିତି ଙ୍କ ରିପୋର୍ଟ।

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ବିଭୂତି

ବରିଷ୍ଠ କଳାକାର ସଂଘ ତରଫରୁ ଗୁରୁ ଦିବସ ପାଳିତ

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ତୁଳସୀ ତୁଳସୀ ବାସେ

Sunil Chandra Nayak

Leave a Comment

error: Content is protected !!