ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରା ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ଙ୍କ କାର୍ଯ୍ୟଭାର ଗ୍ରହଣ

କୋକସରା-୨୪/୦୩ – କଳାହାଣ୍ଡି ଜିଲ୍ଲା କୋକସରା ପଞ୍ଚାୟତ ସମିତି ର ନବ ନିର୍ବାଚିତ ବ୍ଲକ ଅଧ୍ୟକ୍ଷା ରୀତା ଅଗ୍ରୱାଲ ଓ ଉପାଧ୍ୟକ୍ଷ ରାଜିବ ଅଗ୍ରୱାଲ ଗୁରୁବାର ବ୍ଲକ ରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। କୋକସରା ବ୍ଲକ ର ମୁଖ୍ୟ କିରାଣୀ ଅଚ୍ୟୁତାନନ୍ଦ ନାଗ, ବ୍ଲକ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ନାରାୟଣ ଭୋଇ, ପିଇଓ ବିରଞ୍ଚି ଖର୍ସେଲ ଙ୍କ ଉପସ୍ଥିତି ରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହି ଅବସରରେ ବିଭିନ୍ନ ବର୍ଗର ଜନସାଧାରଣ ସମେତ କୋକସରା ବ୍ଲକ ପ୍ରିଣ୍ଟ ମିଡ଼ିଆ ର ସାମ୍ବାଦିକ ମାନେ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ଙ୍କୁ ଫୁଲତୋଡା ଦେଇ ସମ୍ବର୍ଦ୍ଧନା ଦେଇଥିଲେ। ଏହା ବ୍ୟତୀତ ବରିଷ୍ଠ କଂଗ୍ରେସ ନେତା ପୁରୁଷୋତ୍ତମ ଗୁପ୍ତା, ନବୀନ ନାଏକ,ରାଜେନ୍ଦ୍ର ନାଏକ,ତ୍ରିଭୁବନ ନାଏକ,ସୁଶିଳ ଅଗ୍ରୱାଲ,ବିଜେଡି ସଭାପତି ସୁଶାନ୍ତ ବେହେରା, ପ୍ରଣବ ବେହେରା, ରମେଶ ଶର୍ମା, ଲକ୍ଷ୍ମୀ ନାରାୟଣ ପ୍ରଧାନୀ, ସୋନୁ ଅଗ୍ରୱାଲ,ଅରୁଣ ଅଗ୍ରୱାଲ ସମେତ ବ୍ଲକ କର୍ମଚାରୀ ଉପସ୍ଥିତ ରହି ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ଙ୍କୁ ଶୁଭେଚ୍ଛା ଜଣାଇଥିଲେ। ମ ନି ସ 

Related posts

ଚୋରାଚାଲାଣ କେନ୍ଦୁ ପତ୍ର ବୋଝେଇ ଟ୍ରକ ଜବତ, ୨ ଗିରଫ

Sunil Chandra Nayak

କବିକମଳ ନରେନ୍ଦ୍ର ପ୍ରସାଦ ବେହେରା ଙ୍କ କବିତା ମୋ ବୋଉ

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!