ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗ୍ରାମ ପଞ୍ଚାୟତରେ ଡିବିଟି ମାଧ୍ୟମରେ ଭତ୍ତା ବଣ୍ଟନ

ନର୍ଲା (ମନିସ) ଜାତୀୟ ବାର୍ଦ୍ଧକ୍ୟ ଭତ୍ତାକୁ କେନ୍ଦ୍ର ସରକାର ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ସିଧା ସଳଖ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଫଳରେ ସିଧାସଳଖ ଭତ୍ତା ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟରେ ଜମା ହେଉଛି। ନର୍ଲା ବ୍ଳକ ଭୀମକେଲା ଗ୍ରାମ ପଞ୍ଚାୟତରେ ହିତାଧିକାରୀ ମାନଙ୍କୁ ଏଥିପାଇଁ ଡିବିଟି ମାଧ୍ୟମରେ ଭତ୍ତା ପ୍ରଦାନ କରାଯାଇଛି। ନର୍ଲା ବ୍ଳକ ବିଡ଼ିଓ ମାନସ ରଂଜନ ତ୍ରିପାଠୀଙ୍କ ଦ୍ଵାରା ବ୍ଳକ ପକ୍ଷରୁ ନିୟୋଜିତ ତଥା ଜନସେବା କେନ୍ଦ୍ରର ସରୋଜ କୁମାର ସାହୁ ହିତାଧିକାରୀଙ୍କ ଭତ୍ତା ଟଙ୍କା ଉଠାଇ ପ୍ରଦାନ କରିଥିଲେ। ୪୨୫ ଜଣ ହିତାଧିକାରୀଙ୍କ ୨୪୬୪୦୦ ଟଙ୍କା ବ୍ୟାଙ୍କ ଖାତା ମାଧ୍ୟମରେ ଜମା ହୋଇଥିବା ବେଳେ ପ୍ରଥମ ଦିନରେ ଭୀମକେଲା ଓ ପଲସାପଡା ଗ୍ରାମର କିଛି ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ଜାନକୀ ଗଉଡ, ପଞ୍ଚାୟତ କର୍ମଚାରୀ କର୍ଣ୍ଣ ମହାନନ୍ଦ,ଯୋଗାଣ ସହାୟକ ଵିକ୍ରମ ସାହୁ, ୱ।ର୍ଡ ସଭ୍ୟ ଜତିନ୍ଦ୍ର କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

ରାଇରଙ୍ଗପୁର ମହାବିଦ୍ୟାଳୟର +୩ ବିଜ୍ଞାନ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ପୋଲିସ ଦ୍ବାରା ଉଦ୍ଧାର

Sunil Chandra Nayak

କଳାହାଣ୍ଡିରେ ୧୦୦ଟି ରୂପାନ୍ତରିତ ବିଦ୍ୟାଳୟ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଡ୍ୟାନ୍ସ ରେ ପ୍ରଥମ ସ୍ଥାନ ଅଧିକାର କରି ୪୨ ଇଞ୍ଚ୍ ର ଏଲ ଇ ଡି ଟିଭି ପୁରସ୍କାର ପାଇଛନ୍ତି ଉମରକୋଟର ଝିଅ ପାୟଲ

Sunil Chandra Nayak

Leave a Comment

error: Content is protected !!