ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜଣା ଅଜଣା… “ଲାଉଡ଼ ସ୍ପିକର”

ଯେକୌଣସି କାର୍ଯ୍ୟକ୍ରମ, ସମାବେଶ ଓ ବକ୍ତବ୍ୟ ରେ ଉଚ୍ଚ ସ୍ୱରରେ ଶୁଣିବା ପାଇଁ ଲାଉଡ଼ ସ୍ପିକର ବ୍ୟବହାର କରାଯାଇଥାଏ। ଲାଉଡ଼ ସ୍ପିକର ର ଉଦ୍ଭାବନ ୧୬୧ ବର୍ଷ ପୂର୍ବେ ଜୋହାନ ଫିଲିପ ରିସ ନାମକ ଜଣେ ବ୍ୟକ୍ତି କରିଥିଲେ।ଟେଲିଫୋନ ରେ ଭଲଭାବରେ ସ୍ୱର ଶୁଣିବା ପାଇଁ ସେଥିରେ ସେ ଏକ ଲାଉଡ଼ ସ୍ପିକର ଲଗାଇଥିଲେ। ୧୮୭୬ ମସିହାରେ ଟେଲିଫୋନ ନିର୍ମାତା ଗ୍ରାହାମ ବେଲ ଲାଉଡ଼ ସ୍ପିକର କୁ ପ୍ୟାଟେଣ୍ଡ କରିଥିଲେ।ଏହା ପରେ ଏହି ସ୍ପିକରର ଅନେକ ପରିବର୍ତ୍ତନ କରାଯାଇଥିଲା।ସ୍ପିକର କୁ ଏକ ଭିନ୍ନ ଲୁକ ଦେବା ପାଇଁ ଏଣ୍ଣଷ୍ଟ ସିମେନ୍ସ ନାମକ ଜଣେ ବ୍ୟକ୍ତି କାର୍ଯ୍ୟ ଆରମ୍ଭ କରିଥିଲେ।୧୯୨୪ ମସିହାରେ ରେଡ଼ିଓ ରେ ପ୍ରଥମ ଥର ପାଇଁ ଲାଉଡ଼ ସ୍ପିକର ଲଗାଯାଇଥିଲା। ସାଧାରଣତଃ ଲାଉଡ଼ ସ୍ପିକର ଭିତରେ ଏକ ଚୁମ୍ବକ ରହିଥାଏ ଏହି ଚୁମ୍ବକ ଚାରିପାଖରେ ଏକ ପତଳା ତମ୍ବା ତାର ଏବଂ ଏହି ତାରକୁ ଲାଗି ପରଦା ଟିଏ ମଧ୍ୟ ଥାଏ।ବୈଦୁତିକ ତରଙ୍ଗ ଚୁମ୍ବକ କୁ ସ୍ପର୍ଶ କଲାବେଳେ କମ୍ପନ ସୃଷ୍ଟି ହୁଏ ଏହା ଦ୍ୱାରା ପରଦା ହଳିବାକୁ ଲାଗିଥାଏ ଓ ଶବ୍ଦ ବାହାରକୁ ବାହାରିଥାଏ।ଏହା ସହିତ ଯେକୌଣସି ପ୍ରକାରର ଧ୍ୱନି ଶୁଣାଯାଇଥାଏ।ଏହା ବୈଦୁତିକ ତରଙ୍ଗ କୁ ଧ୍ୱନିରେ ପରିଣତ କରିବାର କାମ କରିଥାଏ।ଏହି କାରଣରୁ ଧ୍ୱନି ଧୀରେ ଓ ଉଚ୍ଚ ସ୍ୱରରେ ଶୁଣାଯାଇଥାଏ।

ଵିଦ୍ୟାଧର ସାହୁଙ୍କ ସଂଗୃହୀତ ତଥ୍ୟ….

Related posts

କୋଇଲାରି ପଞ୍ଚାୟତ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

Sunil Chandra Nayak

ଜ୍ଞାନ ବିଜ୍ଞାନ ମେଳାରେ ଚମକିଲେ ପାପଡାହାଣ୍ଡିର ଛାତ୍ର ଛାତ୍ରୀ

Sunil Chandra Nayak

ଭାରସାମ୍ୟ ହରାଇ ଓଲଟି ପଡିଲା ପ୍ଲାଏବାର୍ଡ ବଝେଇ ପିକ୍ଓପ୍ ଭେନ୍

Sunil Chandra Nayak

Leave a Comment

error: Content is protected !!