ଧରମ ମାସ କାର୍ତ୍ତିକ
ଶ୍ରୀମତୀ କଲ୍ୟାଣୀ ନନ୍ଦ
ମାସ ତ ମାସ,
କାର୍ତ୍ତିକ ମାସ,ପୂଣ୍ୟର ମାସ,
ଶିଶିର ଭିଜା ନରମ ସକାଳ,
ଶଙ୍ଖ,ଘଣ୍ଟ ଧ୍ବନି ନିନାଦିତ,
ମନ୍ଦିର ପ୍ରାଙ୍ଗଣ,ଗଗନ,ପବନ,
ଝୁଣା,ଅଗୁରୁ ର ବାସ,
ମହକୁ ଥାଏ ପୂଣ୍ୟର ମାସ,
କାର୍ତ୍ତିକ ମାସ,ଧରମ ମାସ।
ପବିତ୍ର ମାସ, କାର୍ତ୍ତିକ ମାସ,
ନାଲି ,ନୀଳ, ହଳଦି ମୂରୁଜ,
ହବିଷ୍ୟାଳୀଙ୍କ ମୁରୂଜ ସଜ,
ତୁଳସୀ ଚଉରା ଆହା କି ସୁନ୍ଦର,
କାର୍ତ୍ତିକ ମାହାତ୍ମ୍ୟ ଗୀତ,
ମନ ପବିତ୍ର, କର୍ଣ୍ଣ ପବିତ୍ର,
ପବିତ୍ର ପଞ୍ଚୁକ,ହବିଷ ଅନ୍ନର ବାସ,
ମହକୁ ଥାଏ ଧରମ ମାସ,
ପୂଣ୍ୟର ମାସ, କାର୍ତ୍ତିକ ମାସ।
ଆ,କା,ମା,ବୈ ଗୀତ ,
ସାଧବ ପୁଅର ବେପାର, ବଣିଜ,
ଅତୀତ ସ୍ମୃତି,ବିଗତ ଗୈାରବ,
ବୋଇତ ଭସାଣ,କରାଏ ସ୍ମରଣ,
ବାଲିଯାତରା, ଓଡ଼ିଆ ଐତିହ୍ୟ,
ଆଜି ବି ଜୀବିତ,ଗାଥା ସେ ଯୁଗର,
ପବିତ୍ର ଆମ ଜଗନ୍ନାଥ ଧାମ,
ଧରମ ମାସ କାର୍ତ୍ତିକ ମାସ,
ଭଜୁ ଥା ରେ ମନ, ଜଗନ୍ନାଥ ନାମ।
ଜୟ ଜଗନ୍ନାଥ … ଜୟ ଜଗନ୍ନାଥ ..
ସମ୍ବଲପୁର