Uncategorizedଅବିନାଶ ମହାପାତ୍ର ଙ୍କ କବିତା ମୁଁ ଏକା ତୁମର by Sunil Chandra NayakOctober 24, 20220222 Share0 ମୁଁ ଏକା ତୁମର ଅବିନାଶ ମହାପାତ୍ର ବାଟ ଚାହିଁ ଆଜି ବସିଛି ମୋ ପ୍ରିୟା ଫୁଲରେ ସଜେଇ ହୋଇ ପାଟ ଶାଢ଼ୀ ସଙ୍ଗେ ପାଦରେ ଅଳତା ହାତରେ ମେହେନ୍ଦି ନାଇ l(0) ଆସି ବକି ତାର ପ୍ରାଣ ପ୍ରିୟତମ ସପନ ରାଇଜ ରଜା ପୁରି ଯିବ ସବୁ ଆଶା ଅଭିଳାଷ ବାଜିବ ମହୁରୀ ବାଜା l(1) କିଏ ହେବ ତାର କାହାର ସେ ଭାଗ୍ୟ କପାଳରେ ଲେଖା ଯାହା ଆସୁ ଝଡଝଞ୍ଜା କାଳର ବୈଶାଖୀ କଥା ଦେଲି ହେବି ବାହା l(2) ଖୋଲା ରଖିଛିସେ ମୋପାଇଁ ଦୁଆର ଚାହିଁଛି ସେ ମୋର ବାଟ ସପନରେ ଯିବି ସୌଦାଗର ସାଜି ତା ସାଥେ କରିବି ଭେଟ l(3) ରାଜଯୋଗ ସଙ୍ଗେ ମଙ୍ଗଳ ଲଗନେ ହାତଗଣ୍ଠି ଦେଇ ହାତେ ବେଦୀ ହୋମ ନିଆଁ ଦଶ ଦିଗପାଳ ସାକ୍ଷୀ ରହିଥିବେ ସତେ l(4) କୁଆଁରୀ ଜୀବନ ଭୁଲିବ ସେଦିନ ସାଜିବ ସେ ନବବଧୂ ସବୁ ସୁଖ ଦୁଃଖ ସାଥିରେ ବାଣ୍ଟିବ ସତେକି ଝରିବ ମଧୁ l(5) ସଜ ଶେଫାଳିର ପସରା ମେଲାଇ ଚୁପି ଚୁପି ଆସି ପାଶେ ଚିବୁକରେ ଆଙ୍କି ଓଠରେ ଚୁମ୍ବନ ବାନ୍ଧିଦେଇ ପ୍ରେମ ଫାଶେ l (6) ବୟାଙ୍ଗଡ଼ିହି, ଧାମନଗର, ଭଦ୍ରକ