ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମଧୁମିତା ମିଶ୍ର ଙ୍କ କବିତା ଆତ୍ମାର ଆତ୍ମକଥା..

ଆତ୍ମାର ଆତ୍ମକଥା..

ଶୁଣିବାକୁ ନିଶ୍ଚୟ ନିଆରା ଲାଗୁଥିବ…!
କେବେ କଣ ଆତ୍ମା ତା’ କଥା ଯେ ନିଜେ କହିବ…!!
କିନ୍ତୁ ଆଜି କହିବି ମୋ ମନର ଅକୁହା କାହାଣୀ…!
ମୁଁ ଆତ୍ମା..ଅବିନାଶୀ.. ଅଶରିରୀ.. ମୁଁ ଚିର ସତ୍ୟ ସନ୍ଧାନୀ…!!
୧….
ଶରୀର ପ୍ରାପ୍ତି ସୂଚାଇ ଦେଲା..କର୍ତ୍ତବ୍ୟରେ ଛନ୍ଦି ଦେଲା…
ଜନ୍ମର ମିଥ୍ୟା ଆବରଣକୁ ମୃତ୍ୟୁର ସତ୍ୟ ଖୋଲିଥିଲା…
ସମ୍ପୂର୍ଣ୍ଣ ପୂର୍ଣ୍ଣାଙ୍ଗ ଜୀବନ..ପାରିବାରିକ ମୋହ ଆକର୍ଷଣ…
ବନ୍ଧୁ ପରିଜନ ସଖା ସଂଗୀ..ଦୈହିକ ମାନସିକ ସୁଖ ସାଧନ..!!??
୨…
ଅଜନ୍ମା ଭ୍ରୁଣର ଆତ୍ମ ଅଭିମାନ…
ମାତୃ ଗର୍ଭରେ ନିହିତ ଥିଲା ନିର୍ବାଣ…
ଚିହ୍ନାଇ ଥିଲା ଏ ସଂସାର କାରାବନ୍ଧନ…
ଦୈନିକ ଏଠି କେବଳ କ୍ରନ୍ଦନ..ଦହନ…ଶୋଷଣ…!!??
୩…
ସ୍ବପ୍ନ ଅପରିସୀମ..ବୁକୁ ପୂର୍ଣ୍ଣ କରି…
ଆଗେଇ ଥିଲି ମୁଁ ନଭେ ମୁକ୍ତ ବିହଙ୍ଗ ପରି…
ଅକାଳ ମୃତ୍ୟୁ ଅଚାନକ କରିଥିଲା ଚକିତ…
ଭାଗ୍ୟ ହାତେ ଡୋରି..ଏହା ହିଁ କି ଅନ୍ତିମ ସତ୍ୟ…!!??
୪….
ଜୀବନ ସାରା ଦହଗଞ୍ଜ ହେଲା ପରେ…
ଲୋଳିତ ଚର୍ମ ସହ ଶିର୍ଣ୍ଣ ଅବଶ ଅବୟବରେ…
ରୋଗ ଶଯ୍ୟାରେ ପଡି ଥିଲା କେବଳ ମୃତ୍ୟୁର କାମନା…
ଦେଖିଥିଲି ଆତ୍ମୀୟଙ୍କ ହୃଦେ ଘୃଣା ଭରା ସମବେଦନା….!!??
୫….
ଧନ ଯୌବନ ଗର୍ବରେ ମଦମତ୍ତ ହୋଇ…
ଧରାକୁ ସରା ଭାବି ଉନ୍ମାଦ ପରି ରହି…
ବିତିଲା ଜୀବନ ଯେବେ ମୃତ୍ୟୁ କଲା ଆଲିଙ୍ଗନ…
ଦେଖିଲି ଶୂନ୍ୟ ଥିଲା ହସ୍ତ ପଦ..ନ ଥିଲା ବସ୍ତ୍ରାଭୂଷଣ…!!??
୬…
ହେଉଥିଲି କୀଟ ପତଙ୍ଗ..ପଶୁ ପୁଣି ବିହଙ୍ଗ…
ଶରୀର ମୋହରେ କେତେ ଥିଲେ ପର କେତେ ଅନ୍ତରଙ୍ଗ…
ଯାତ୍ରା ମୋ ଥିଲା ଅନନ୍ତ.. ଅବିରାମ…ପରିବ୍ୟାପ୍ତ..ଅସମାପ୍ତ…
ଲକ୍ଷ୍ୟ ମୋ ବିଭୁ ପଦସେବା…ନକରି ଆଜି ମୁଁ ଅଶାନ୍ତ..
ଅନୂତପ୍ତ..!!??

©ମଧୁମିତା ମିଶ୍ର

      ଭୁବନେଶ୍ୱର

Related posts

କେନାଲ ପରିଦର୍ଶନ କଲେ ଜଳସେଚନ ବିଭାଗ ଅତିରିକ୍ତ ସଚିବ

Sunil Chandra Nayak

ଡାକ୍ତର ଋତୁପୂର୍ଣ୍ଣା ଶିବାନୀ ଦଣ୍ଡସେନା ଙ୍କ ପ୍ରୟାସ ରେ 20 ଜଣ ଛାତ୍ରୀ ଙ୍କୁ ସୋଲାର ଲାଇଟ ବଣ୍ଟନ

ଭାରତର ଅଗ୍ରଣୀ ଓଡିଆ ମନୋରଂଜନ ଚ୍ୟାନେଲ – ଜୀ ସାର୍ଥକ ତାର ସମ୍ପୂର୍ଣ୍ଣ ନୂଆ ବ୍ରାଣ୍ଡ ପରିଚୟ ଉପସ୍ଥାପନ କରୁଛି

Sunil Chandra Nayak

Leave a Comment

error: Content is protected !!