ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅଲେଖ ମହିମା ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅଧୀନ ଖୁଟବାଇ ଗ୍ରାମରେ ଚାଲିଥିବା ଅଲେଖ ମହିମା ଫୁଟବଲ ଟୁର୍ଣ୍ଣାମେଣ୍ଟଟ ଉଦଯାପିତ ହୋଇଯାଇଛି। ୫ ଦିନିଆ ଟୁର୍ଣ୍ଣାମେଣ୍ଟରେ ମୋଟ ୩୨ ଟି ଦଳ ଭାଗ ନେଇଥିଲେ। ପ୍ରଥମ ଫାଇନାଲ ମ୍ୟାଚ ଟି ପରସଲା ଓ ଦ୍ୱିତୀୟ ଫାଇନାଲ ମ୍ୟାଚ ତେଲକନାରି ତୃତୀୟ ଫାଇନାଲ ମ୍ୟାଚ କୁସୁମବନ୍ଧ ଚତୁର୍ଥ ଫାଇନାଲ ମ୍ୟାଚ ଟି ଘଇଯୋଡି ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପରସଲା ଦଳ ୪-୦ ଗୋଲରେ ତେଲକନାଡି ଦଳକୁ ହରାଇ ବିଜୟୀ ହୋଇଥିଲା। ଖେଳ ପରିଚାଳନା କରିଥିବା ଝରିଗାଁ ପ୍ରଥମ ଶ୍ରେଣୀୟ ରେଫରି ରଘୁନାଥ କଲାର ଖେଳ ପରିଚାଳନା କରିଥିବା ବେଳେ ଲାଇନ୍ ମ୍ୟାନ ଚୟନୁ ଓ ମଙ୍ଗନାତ ସହଯୋଗ କରିଥିଲେ । ଏଥିରେ ମୁଖ୍ୟ ଅତିଥି ମାନ୍ୟବର ସାଂସଦ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀ ପ୍ରଥମ ଟିମ୍ ପରସଲାକୁ ଟ୍ରପି ସହ ୯ ହଜାର ଟଙ୍କା ପ୍ରଦାନ କରିଥିଲେ। ଝରିଗାଁ ବିଧାୟକ ପ୍ରତିନିଧି ରାମଧର ମାଝୀ ଦ୍ଵିତୀୟ ଟିମ ତେଲକନାଡିକୁ ଟ୍ରଫି ସହ ୭ ହଜାର ଟଙ୍କା ସହ ପ୍ରଦାନ କରିଥିଲେ । ଧାମନାଗୁଡା ସରପଞ୍ଚ ଭଗତ ମାଝୀ ଦ୍ୱିତୀୟ ଟିମ୍ କସୁମବନ୍ଧକୁ ଟ୍ରଫି ସହ ୫ ହଜାର ଟଙ୍କା ପ୍ରଦାନ କରିଥିଲେ। ଖୁଟବାଇ ୱ‌।ଡମେମ୍ବର ଲାଇବାନ କଲାର, ଡମୁ ଭତ୍ରା, ଜଗଦିଶ ଭତ୍ରା, ପିତମ ଭତ୍ରା, ,ମନବଦ ଭତ୍ରା, ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲେ। ଖୁଟବାଇ ଗ୍ରାମର ଯୁବକ ସଂଘର ସଦସ୍ୟ ଓ କର୍ମକର୍ତ୍ତାମାନେ ପ୍ରତିଯୋଗିତାରେ ସହଯୋଗ କରିଥିଲେ, ରାଜମନ ବାବୁ ବହୁତ ସୁନ୍ଦର ଭାବରେ ଖେଳି ଥିବାରୁ ତାଙ୍କୁ ବେଷ୍ଟ ଖେଳାଳି ଭାବେ ମନୋନିତ ହୋଇ ଥିଲେ। ଟୁର୍ଣ୍ଣାମେଣ୍ଟ କୁ ଏହି ଖେଳର କମିଟି ବିଦ୍ୟାଧର,ତୁଲା,ମନସାୟ,ଶିବା,ରଘୁ, ଲବ,ବବୁଲୁ, ରାଜ,  ଟୁର୍ଣ୍ଣାମେଣ୍ଟ କୁ ସୁନ୍ଦରଭାବେ ପରିଚାଳନା କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍।

Related posts

କୂଅରେ ପଡିଥିବା ବିଲୁଆକୁ ଉଦ୍ଧାର କଲା ବନ ବିଭାଗ , ଚିକିସ୍ସା କରି ଜଙ୍ଗଲରେ ଛାଡିଲା 

Sunil Chandra Nayak

କେସିଙ୍ଗା ଉପଖଣ୍ଡ ଥାନା ତରଫରୁ ବିଶ୍ୱ ପରିବେଶ ଦିବସ ପାଳିତ

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଭିନ୍ନ ଏକ ରଜ

Sunil Chandra Nayak

Leave a Comment

error: Content is protected !!