ପାପଡାହାଣ୍ଡି ,30/11, ମନିସ :-ବନ୍ଧୁକ ମରାମତି ବେଳେ ଗୁଳି ଫୁଟି ଦେଶି ବନ୍ଧୁକ ମାଲିକ ସହ 5 ଜଣ ଆହତ ହୋଇଛନ୍ତି l ଆହତ ମାନେ ହେଲେ ପୂଜାରୀଗୁଡା ଗ୍ରାମର ବନ୍ଧୁକ ମାଲିକ ବୁଦୁ ମାଝୀ, ମୈଦଲପୁର ର ସବିତା ମାଳି, ବେତଝରଣ ର ଫୁଲରିଡା କଚିମ, ନୀଳାଦ୍ରିଗୁଡା ର ତୁଳସା ପୂଜାରୀ, ଡ଼ଙ୍ଗରିଗୁଡା ର ମୁକ୍ତା ଜାନି l ସମସ୍ତ ଙ୍କୁ ମୈଦଲପୁର ମେଡିକାଲ ରେ ଭର୍ତ୍ତି କରାଯାଇଛି l ଖବର ପାଇ ମୈଦଲପୁର ପୋଲିସ ପହଂଚି ତଦନ୍ତ କରୁଛି l ସୂଚନା ଅନୁସାରେ, ବୁଦୁ ଙ୍କ ଦେଶି ବନ୍ଧୁକ କୁ ମୈଦଲପୁର ବନ ବିଭାଗ 2012ମସିହା ରେ ବାରହା ମାରିବା ଅଭିଯୋଗ ରେ ଜବତ କରିଥିଲା l ଆଜି ସେ କୋର୍ଟ ରୁ ଅଡର ଆଣି ବନ୍ଧୁକ ଓ ଗୁଳି ଥିବା ମୁଣି ସାଙ୍ଗରେ ନେଇ ଥିଲେ l ଆଜି ମୈଦଲପୁର ସାପ୍ତାହିକ ହାଟ ଚାଲୁଥିବା ବେଳେ ହାଟ ରେ ଥିବା ଏକ ହୋଲ ୱୟେଡିଂ ଦୋକାନ ରେ ମରାମତି କରୁଥିବା ସମୟରେ ହଠାତ ବନ୍ଧୁକ ରୁ ଗୁଳି ଫୁଟି ବନ୍ଧୁକ ମାଲିକ ସହ 5 ଜଣ ଆହତ ହୋଇଥିଲେ |
ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ