ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇରଙ୍ଗପୁରରେ ରୁଙ୍ଗୁଟା ମାଇନସର ଜମି ଅଧିଗ୍ରହଣ ନେଇ ବ୍ୟାପକ ପ୍ରସ୍ତୁତି

 ମୟୂରଭଞ୍ଜ ୨୬/୦୯/୨୩ (ମସିହା)  ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସହର କୁ ଲାଗି ରାଇରଙ୍ଗପୁର ବ୍ଳକର ପୁରୁଣା ପାଣି ପଞ୍ଚାୟତର ରାଜସ୍ବ ଗ୍ରାମ ଆନନ୍ଦପୁର,କଣ୍ଟାବଣିର କିଛି ଅଂଶ ଏବଂ ଦାଣ୍ଡବୋଷ ରାଜସ୍ବ ଗ୍ରାମର କିଛି ଅଂଶ ୭୫୦ ଏକରରୁ ଅଧିକ ଜମି ଅଧିଗ୍ରହଣ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଉଥିବା ଗ୍ରାମବାସୀ ଅଭିଯୋଗ କରୁଛନ୍ତି । ବିଶେଷତଃ ରାଇରଙ୍ଗପୁର -ବହଳଦା ଜାତୀୟ ରାଜପଥ ର ଡାହାଣ ପାର୍ଶ୍ଵର ଜମି ଗ୍ରହଣ କରିବ । ଏଥିପାଇଁ ଇଡକୋ ଜମି ଅଧିଗ୍ରହଣ ପାଇଁ ରାଜସ୍ବ ବିଭାଗ ପାଖରେ ଆବେଦନ କରୁଛି ।ଇଡକୋ ପାଖରୁ ରୁଙ୍ଗଟା ମାଇନ୍ସ ନେବ ବୋଲି ଗ୍ରାମବାସୀ କହୁଛନ୍ତି । ଏଥିପାଇଁ ରାଇରଙ୍ଗପୁର ତହସିଲ ପକ୍ଷରୁ ଜମି ଦଖଲ କରିଥିବା ସ୍ଥାୟୀ ଓ ଅସ୍ଥାୟୀ ମାଲିକ ମାନଙ୍କୁ ନୋଟିସ ପଠାଯାଇଛି । ନିଜର ପ୍ରକୃତ ଦଖଲ ଥିବା ଏହି ଠାରୁ ଅଧିକ ଦଖଲ କରିଥିବା ଜମିର ମଧ୍ୟ ଖଜଣା ପୈଠ ପାଇଁ ନୋଟିସ କରାଯାଇଛି । ସେଠାରେ ୨୫୦ ଏକରରୁ ଉର୍ଦ୍ଧ୍ବ ସରକାରୀ ଜମି ପଡି ରହିଛି । ସ୍ଥାୟୀ ଭାବରେ ରହୁଥିବା ବାସିନ୍ଦାଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି । ଯଦି ଶିଳ୍ପାୟନ ହୁଏ ସେମାନେ ବିସ୍ଥାପନ ହୋଇ କେଉଁଠିକୁ ଯିବେ । ନିରୀହ ବର୍ଷ ବର୍ଷ ଧରି ଭିଟାମାଟି ରେ ରହିଥିବା ଆଦିବାସୀମାନେ କହୁଛନ୍ତି ଆମେ ତ ଶିଡ୍ବିଲ ଜରିଆରେ ସମ୍ବିଧିନର ୨୪୪ ଧାରାରେ ରହିଛୁ । ଜଙ୍ଗଲ ,ଜମି,ଜଳ ଆମର । ବିନା ପଲ୍ଲୀ ସଭାରେ ଆମେ କାହିଁକି ଭିଟାମାଟି ଛାଡ଼ିବୁ ! କିଛି ବ୍ୟକ୍ତି କହୁଛନ୍ତି ଶିଳ୍ପାୟନକୁ ଆମେ ସ୍ବାଗତ କରୁଛୁ ।ହେଲେ ରାଇରଙ୍ଗପୁର ସହର ନିକଟରେ ନହୋଇ ଯେଉଁଠି ଜନବସତି ନାହିଁ ,ଶହ ଶହ ସରକାରୀ ଜମି ପଡି ରହିଛି ସେଠାରେ ହେଉ । ଏଠାରେ ହଶିଳ୍ପାୟନ ହେଲେ ପ୍ରଦୂଷଣ ବଢିବ । ବହୁ ମୂଲ୍ୟବାନ ଗଛ କଟାଯିବ ।ଜଙ୍ଗଲ କ୍ଷୟ ହେବ । ଏହା ମଧ୍ୟ ମହାମହିମ ରାଷ୍ଟ୍ରପତିଙ୍କ ଅଂଚଳ । ଆଇନ ଶୃଙ୍ଖଳା ମଧ୍ୟ ବ୍ୟାହତ ହେବ । ପରେ ଆମ ପାଖକୁ ସରକାରଙ୍କ ପାଖରୁ ଯଦି କିଛି ସୂଚନା ମିଳେ ତାହେଲେ ଉପରିସ୍ଥ ଅଧିକାରୀ ମାନେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଜଣାଇବେ ବୋଲି କହିଥିଲେ।ଭାରାକ୍ରାନ୍ତ ରାଇରଙ୍ଗପୁର ତହସିଲଦାରଙ୍କୁ ପଚାରିବାରୁ ସେ କହିଲେ ଆମେ ଜାଣିବାକୁ ଚାହୁଁଛୁ ସରକାରୀ ଜମି କେତେ ଅଛି ।ଆଉ ସରକାରଙ୍କ ପାଖରୁ କିଛି ଖବର ଆସିଲେ ଉପରିସ୍ଥ ଅଧିକାରୀଙ୍କଠାରୁ ଜାଣିବାକୁ ପାଇବେ !

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ବାଟଗାଁ ପଂଚାୟତ ରେ ରାଜନୈତିକ ହିଂସା କାଣ୍ଡ 

Sunil Chandra Nayak

ଜିଲ୍ଳା ଜଜ୍ ଙ୍କ ଅଦାଲତ ରେ କର୍ମରତ ଅଧିକାରୀ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

Sunil Chandra Nayak

ପ୍ରଶାସନ ର ଉଦ୍ୟମ ପରେ ତେଲେଙ୍ଗାନା ରୁ ଗାଁ କୁ ଫେରିଲେ ବନ୍ଧକ ଦାଦନ ଶ୍ରମିକ

Leave a Comment

error: Content is protected !!