ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜାତୀୟ ‘ହୋ’ ଯୁବକ ସମ୍ମିଳନୀ ୨୦୨୨ ନଭେମ୍ବର ୫ ଏବଂ ୬ ରେ ହେବା ନେଇ କେନ୍ଦ୍ରୀୟ କମିଟି ର ପ୍ରସ୍ତୁତି ବୈଠକ

ରାଉରକେଲା/ ଜାତୀୟ ‘ହୋ’ ଯୁବ ସମ୍ମିଳନୀ( ଦିସୁମ୍ ହୋ ଯୁଏନ୍ ଯୁମୁର-ଏନଏଚୱାଇଏନ) ଆସନ୍ତା ନଭେମ୍ବର ମାସ ୫ ଓ ୬ ତାରିଖରେ ରାଉରକେଲା ହୋ ଯୁବ ଗୋଷ୍ଠୀ ପକ୍ଷରୁ ଆୟୋଜନ ହେବ ବୋଲି ନିଷ୍ପତ୍ତି ହୋଇଛି। ରାଉରକେଲା ର ସେକ୍ଟର -୨ ଠାରେ ଏଥିପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଉରକେଲା, ଚକ୍ରଧର ପୂର , ଚାଇଁବସା , ଜାମସେଦପୁର , କଟକ, କେନ୍ଦୁଝର ଜିଲ୍ଲାର ଜାତୀୟ ହୋ ଯୁବ ସମ୍ମିଳନୀ ର କେନ୍ଦ୍ରୀୟ କମିଟି ସଦସ୍ୟ ସଦସ୍ୟା ମାନେ ଯୋଗଦେଇଥଲେ। ଏହି ସମ୍ମିଳନୀ ଟି କିପରି ସଫଳ ଆୟଜନ ହେଇ ପାରିବ ସେ ସଂପର୍କ ରେ କେନ୍ଦ୍ରୀୟ କମିଟି ର ସଦସ୍ୟ ବିଶ୍ୱଜିତ୍ ସିଂ ସୂଚନା ଦେଇ ଥିଲେ । ବିଗତ ବର୍ଷ ରେ ଏହା ଝାରଖଣ୍ଡ ଚାଇଁବାସା , ରାଞ୍ଚି , ଜାମସେଦପୁର , ଚକ୍ରଧରପୁର , ପଶ୍ଚିମବଙ୍ଗ ର ମେଦିନୀପୁର , ଓଡ଼ିଶା ର ଭୁବନେଶ୍ଵର, କେନ୍ଦୁଝର ଏବଂ ବେଙ୍ଗାଲୁରୁ ଠାରେ ଆୟୋଜିତ ହୋଉଛି ବୋଲି ରଘୁନାଥ ବଦ୍ରା ସୂଚନା ଦେଇଥିଲେ। ଚଳିତ ବର୍ଷ ନଭେମ୍ବର ରେ ଓଡ଼ିଶା ର ରାଉରକେଲା ସ୍ଥିତ ଗ୍ରୀନପାମ୍ – ଜେଲ୍ ରୋଡ ଠାରେ ଆୟୋଜନ କରିବାକୁ ବୈଠକରେ ସ୍ଥିର କରାଯାଇଛି। ଦେଶରେ ୪୫ ଲକ୍ଷରୁ ଉର୍ଦ୍ଧ୍ବ ‘ ହୋ ‘ ସଂପ୍ରଦାୟର ଲୋକ ବାସକରୁଛନ୍ତି। ସମ୍ମିଳନୀରେ ସେମାନଙ୍କ ବିକାଶ ସମ୍ପର୍କରେ ଆଲୋଚନା ସାଙ୍ଗକୁ ସଂସ୍କୃତିକ କାର୍ଯକ୍ରମ, ବିଭିନ୍ନ କ୍ଷେତ୍ରରେ ଉଲ୍ଲଖନୀୟ ଅବଦାନ ଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯିବ ବୋଲି କେନ୍ଦ୍ରୀୟ କମିଟିର ସଦସ୍ୟ ଚିନ୍ମୟ ସଏ କହିଛନ୍ତି । ପ୍ରତିବର୍ଷ ପରି ଏହି ବର୍ଷ ମଧ୍ୟ ଏକ ବିଷୟବସ୍ତୁକୁ ଆଧାର କରି “ହାୟମ୍ ରେୟା କୋରାଙ୍ଗ” ସ୍ଥିର କରାଯାଇଛି ବୋଲି ଆନୁଷ୍ଠାନିକ ଭାବେ ରାଉରକଲା କାରାଗାର ର ସ୍ଵତନ୍ତ୍ର ଅଧିକାରୀ ଜୀବନ ସିଂ ମୁଣ୍ଡା କହିଛନ୍ତି । ଆଜିର ବୈଠକ ରେ ଲଳିତ ବାରି , ସିକନ୍ଦର ସାମାଡ , ପୂଜା ତିରୀୟା , ଉଦୟ ପୂର୍ତ୍ତି , ଦେଶା ଉଲି କମିଟି ରାଉରକେଲାର ସଭାପତି ଲାଲସିଂ ବୁଲିଉଲି ମହୋନ ସିଜୁଇ , ଏବଂ ଭିଡିଓ କଫରେନ୍ସ ମାଧ୍ୟମରେ କଲିକତା ରୁ , ହିଟଲାର୍ ହେଶା , କେନ୍ଦୁଝର ରୁ ସତ୍ୟଜିତ ଲାଗୁରୀ , ପଦ୍ମ ଲୋଚନ ସଏ, କଟକ ରୁ ପିଙ୍କି ବଦ୍ରା, ଭୁବନେଶ୍ୱର ଅଖିଳ ଭାରତୀୟ ହୋ ଭାଷା କ୍ରିୟାନୁଷ୍ଠାନ କମିଟି ର ସଂପାଦକ ଲକ୍ଷ୍ମୀଧର ସିଂ ତିୟୁ , ବେଙ୍ଗାଲୁରୁ ରୁ ଜୁଲି ସୁମ୍ବୁରାଇ , ଯୋଗ ଦେଇ ସଫଳ ଆୟୋଜନ ପାଇଁ ମତ ରଖି ଥିଲେ। ଶେଷରେ ରାଉଲକେଲା କେନ୍ଦ୍ରୀୟ ହୋ ସମାଜ ର ସାଂସ୍କୃତିକ ସଭାପତି ଗଦାଦର ତିୟୁ ଧନ୍ୟବାଦ୍ ଅର୍ପଣ କରି ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ସାମ୍ବାଦିକ ଅ6ର୍ଦ୍ଦନ୍ଧୁ ଦାସ ଙ୍କୁ ଗିରଫ ର ପ୍ରତିବାଦ ସଭା, ରାଲି ଓ ଦାବୀ ପତ୍ର ପ୍ରଦାନ

ମସୀହା ର ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଟିତ ପ୍ରତିଯୋଗିତା ରେ ଶ୍ରେଷ୍ଟ ବିବେଚିତ କବି ନୃସିଂହ ପ୍ରସାଦ ଷଡ଼ଙ୍ଗୀ , ଟାଙ୍କୁଆ, ଜୟପୁର  ଙ୍କୁ ସୁନୀଲ ଚନ୍ଦ୍ର ନାୟକ,ସଂପାଦକ, ମସୀହା ଓ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ, ସଂଯୋଜକ,ସାହିତ୍ୟ ଅଗଣା ଙ୍କ ଦ୍ଵାରା ଡିଜିଟାଲ ମାନପତ୍ର ପ୍ରଦାନ

ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସମ୍ମିଳନୀ ଅନୁଷ୍ଠିତ

Leave a Comment

error: Content is protected !!