ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଏକଲ ଅଭିଯାନ ପକ୍ଷରୁ ଗୋଲାମୁଣ୍ଡା ଶିବାଜୀ ଷ୍ଟାଡିୟମଠାରେ ଖେଳକୁଦ ପ୍ରତିଯୋଗୀତା ଅନୁଷ୍ଠିତ

ଗୋଲାମୁଣ୍ଡା,ତା.୨୬ା୯(ମ ନି ସ ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡାସ୍ଥିତ ଶିବାଜୀ ଷ୍ଟାଡିୟମଠାରେ ଏକଲ ଅଭିଯାନ ଅଭ୍ୟୁଦୟ ୟୁଥ କ୍ଲବ ଦ୍ୱାରା ଅଞ୍ଚଳ ସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସର୍ବମଙ୍ଗଳା ଯୁକ୍ତ ତିନି ମହାବିଦ୍ୟାଳୟର ଅଧ୍ୟକ୍ଷ ଜୟନ୍ତ କୁମାର ଜେନା ,ସମ୍ମାନୀତ ଅତିଥି ଭାବେ ବିଇଓ ନବ କିଶୋର ସାହୁ, ଗୋଲାମୁଣ୍ଡା ସରପଞ୍ଚ ପୁରୁଷୋତ୍ତମ ରାଉତ, ବ୍ଲକ ଏକଲ ଅଭିଯାନ ଅଞ୍ଚଳ ଅଧ୍ୟକ୍ଷ ପ୍ରକାଶ ଅଗ୍ରୱାଲ,ଗଗନ ମୁଣ୍ଡ,ଶ୍ୟାମ ସୁନ୍ଦର ଅଗ୍ରୱାଲ,ରଙ୍ଗା ମୁଣ୍ଡ,ଚତୂଭୂଜ ନାଏକ,ବିଭିଷଣ ରଣା,ଘନଶ୍ୟାମ ଭାଟିଙ୍କ ଉପସ୍ଥିତ ଉଦ୍‌ଘାଟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ କଳାହାଣ୍ଡି ଓ ନୂଆପଡା ଜିଲ୍ଲା ୧୪ ଗୋଟି ବ୍ଲକରେ ଚାଲୁଥିବା ଏକଲ ଅଭିଯାନର ୪୦୦ ଜଣ ଛାତ୍ରଛାତ୍ରୀମାନ ଅଂଶଗ୍ରହଣ କରିଥିଲେ । ଏହି ଖେଳକୁଦ କାର୍ଯ୍ୟକ୍ରମକୁ ସର୍ବମଙ୍ଗଳା କଲେଜର ପିଇିଟି ସନ୍ତୋଷ କୁମାର ବାରିକ,ସ୍ଥାନୀୟ ସରସ୍ୱତୀ ଶିଶୁ ମନ୍ଦିିରର ପ୍ରଧାନ ଆଚାର୍ଯ୍ୟ ବ୍ରହ୍ମା ପ୍ରସାଦ କାଣ୍ଡ ଓ ସହଯୋଗୀ ଅଶ୍ୱିନ ମଲ୍ଲିକ ସହଯୋଗରେ ପରିଚାଳନା କରିଥିଲେ । ଉଦଯାପନି ଉତ୍ସବରେ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ,ସିନାପାଲି ବିଡିଓ ସର୍ବେଶ୍ୱର ଜାଲ, ଓଡିଶା ପଶ୍ଚିମ ଭାଗ ଭବାନୀପାଟଣା ସଂପାଦକ ନାରାୟଣ ମହାପାତ୍ର, ଧର୍ମଗଡ ସଂକୁଳ ସଂରକ୍ଷକ ତୁଲସି ରାମ ମେହେର,ଗଗନ ବିହାରୀ ମୁଣ୍ଡ, ରାଜେଶ କୁମାର ଅଗ୍ରୱାଲ,ହୃଦାନନ୍ଦ ସା,ସୁରେନ୍ଦ୍ର କୁମାର ମୁଣ୍ଡ,ମୋତିଲାଲ ନାଏକ,ସୁବ୍ରତ ରାଉତ,ଅମର ନାଏକ,ରମେଶ ବନ୍ଦିଛୋଡଙ୍କ ଉପସ୍ଥିତିରେ ଏହି ଖେଳକୁଦ କାର୍ଯ୍ୟକ୍ରମରେ କୃତିତ୍ୱ ଲାଭ କରିଥିବା ୮୪ ଜଣ ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ । ଏକଲ ଅଭିଯାନ ପକ୍ଷରୁ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ,ସିନାପାଲି ବିଡିଓ ସର୍ବେଶ୍ୱର ଜାଲ, ଗଣମାଧ୍ୟମ ପ୍ରତିନିଧି ସୁଶାନ୍ତ କୁମାର ଦଳେଇ,ସୁଧିର ପ୍ରସାଦ ସାହୁ,ସୌମ୍ୟ ରଂଜନ ଅଗସ୍ତି,ଶ୍ୟାମ ସୁନ୍ଦର ଅଗ୍ରୱାଲ ତଥା ଅଞ୍ଚଳର ସମାଜସେବୀ,ବିଦ୍ଧିଜିବୀ,କାର୍ଯ୍ୟକର୍ତ୍ତାଙ୍କୁ ମାନପତ୍ର ଓ ଔପଢୋକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକର୍ତ୍ତା ଭାଗ ଅଭିଯାନ ପ୍ରମୁଖ ବିଭିଷଣ ରଣା,ଘନଶ୍ୟାମ ଭାଟି,ଟିକେଶ୍ୱର ମାଝୀ,ସୁରେନ୍ଦ୍ର ପଧାନ,ଡମ୍ବରୁ ମାଝୀ,ସୁରେନ୍ଦ୍ର ରାଉତ,ହେମନ୍ତ ବଗର୍ତ୍ତି,ଚଉବନ ମାଝୀ,ଧନୁର୍ଯ୍ୟୟ ବନ୍ଦିଛୋଡ,ନିର୍ମଲ ରଣା,ଅଞ୍ଜନ କୁମାର ପାତ୍ର,କୃଷ୍ଣଚନ୍ଦ୍ର ନିଆଲ,ଢେକମନ ଭୋଇ ପ୍ରଭାତ ରାଉତ ପ୍ରମୁଖ ସଂଚ ସେବାବ୍ରତି ଓ ଆଚାର୍ଯ୍ୟ ଉପସ୍ଥିତ ଥିଲେ ।

ଦାମୋଦର ଦାସ ଙ୍କ ରିପୋର୍ଟ 

Related posts

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ ପ୍ରବନ୍ଧ ଉତ୍କଳ ଗୌରବ ମଧୁସୂଦନ ଦାସ

Sunil Chandra Nayak

ପ୍ରଧାନ ଶିକ୍ଷକଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା

କର୍କଟ ରୋଗୀ ଙ୍କୁ ସହାୟତା ସହ ଚିକିତ୍ସା ପାଇଁ ହାତ ବଢ଼ାଇଲେ ମାରୱାଡି ଯୁବାମଞ୍ଚ କର୍ମକର୍ତ୍ତା

Leave a Comment

error: Content is protected !!