ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ଭାତ

       ଭାତ 

ସାତ ଜନମକୁ ଅଗ୍ନି ସାକ୍ଷୀ ରଖି
ଧରିଥିଲି ତୁମ ହାତ
ଏହି ଜନମରେ ନିଜେ ରାନ୍ଧି ଖାଏ
ନିଜ ହାତେ ପୁଣି ଭାତ
ଧିକ ମୋ ଜୀବନ ସତ
ବାକି ଛଅ ଜନମ ତୁମ ସାଥେ ମୋର
ନହେଉ ଥରୁଟେ ଭେଟ 
ସାତ ଜନମକୁ………………..୧ 
ଜଗନ୍ନାଥ ତୁମେ ନୟନରେ ଦେଖ
ରାନ୍ଧି ମୁଁ ଖାଉଛି ଭାତ
ତୁମ ଭାରିଜାତ ତୁମ ପାଇଁ ରାନ୍ଧେ
ସ୍ଵାଦିଷ୍ଟ ବ୍ୟଞ୍ଜନ ଭାତ 
ମୋ ଦୁଃଖ କୁ ତୁମେ ବୁଝି ପାରି ବନି 
କି କଥା କହିବି ନାଥ 
ସାତ ଜନମକୁ………………..୨ 
ତୁମ ଭାରିଜାକୁ ତୁମେ ବୁଝାଇଲ
ରସଗୋଲା ଖୋଇ ଦେଇ
ଭାରିଜାଟା ମୋର ଜମା ବୁଝେ ନାହିଁ
ହୋଟେଲ ଜାଉଛି ଖାଇ
କାହାକୁ କହିବି କିଏ ସେ ସୁଣିବ
ଜୀବନ ହାରିବି ସତ 
ସାତ ଜନମକୁ ଅଗ୍ନି ସାକ୍ଷୀ ରଖି
ଧରିଥିଲି ତୁମ ହାତ………….୩

ସତ୍ୟରଞ୍ଜନ ସ୍ୱାଇଁ

ଅବଦଲପୁର, ଯାଜପୁର

Related posts

କର୍କଟ ରୋଗୀ ଙ୍କୁ ସହାୟତା ସହ ଚିକିତ୍ସା ପାଇଁ ହାତ ବଢ଼ାଇଲେ ମାରୱାଡି ଯୁବାମଞ୍ଚ କର୍ମକର୍ତ୍ତା

କଂଗ୍ରେସ ଅଧକ୍ଷ ପାର୍ଥି ପ୍ରଭାତ ଦାଶ ଙ୍କ ପ୍ରଚାର ଧୂଆଁଧାର

Sunil Chandra Nayak

ଆହୁରି ସଶକ୍ତ ହେବ ମିଶନ ଶକ୍ତି

Leave a Comment

error: Content is protected !!