ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ଭାତ

       ଭାତ 

ସାତ ଜନମକୁ ଅଗ୍ନି ସାକ୍ଷୀ ରଖି
ଧରିଥିଲି ତୁମ ହାତ
ଏହି ଜନମରେ ନିଜେ ରାନ୍ଧି ଖାଏ
ନିଜ ହାତେ ପୁଣି ଭାତ
ଧିକ ମୋ ଜୀବନ ସତ
ବାକି ଛଅ ଜନମ ତୁମ ସାଥେ ମୋର
ନହେଉ ଥରୁଟେ ଭେଟ 
ସାତ ଜନମକୁ………………..୧ 
ଜଗନ୍ନାଥ ତୁମେ ନୟନରେ ଦେଖ
ରାନ୍ଧି ମୁଁ ଖାଉଛି ଭାତ
ତୁମ ଭାରିଜାତ ତୁମ ପାଇଁ ରାନ୍ଧେ
ସ୍ଵାଦିଷ୍ଟ ବ୍ୟଞ୍ଜନ ଭାତ 
ମୋ ଦୁଃଖ କୁ ତୁମେ ବୁଝି ପାରି ବନି 
କି କଥା କହିବି ନାଥ 
ସାତ ଜନମକୁ………………..୨ 
ତୁମ ଭାରିଜାକୁ ତୁମେ ବୁଝାଇଲ
ରସଗୋଲା ଖୋଇ ଦେଇ
ଭାରିଜାଟା ମୋର ଜମା ବୁଝେ ନାହିଁ
ହୋଟେଲ ଜାଉଛି ଖାଇ
କାହାକୁ କହିବି କିଏ ସେ ସୁଣିବ
ଜୀବନ ହାରିବି ସତ 
ସାତ ଜନମକୁ ଅଗ୍ନି ସାକ୍ଷୀ ରଖି
ଧରିଥିଲି ତୁମ ହାତ………….୩

ସତ୍ୟରଞ୍ଜନ ସ୍ୱାଇଁ

ଅବଦଲପୁର, ଯାଜପୁର

Related posts

ମିଳିତ ଏନପିଏସ୍ କର୍ମଚାରୀ ସମନ୍ବୟ ସମିତି ବ୍ଳକ ସ୍ତରୀୟ ସାମ୍ବିଧାନିକ ସଭା

Sunil Chandra Nayak

ଆଧୁନିକ କଳାଶିଳ୍ସୀ ସୁରେନ୍ଦ୍ର ମହାନ୍ତିଙ୍କ ଶତବାର୍ଷିକୀ ଜୟନ୍ତୀ ପାଳିତ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!