ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାବନ୍ଧ ଗ୍ରାମରେ ବାବାସାହେବ ଙ୍କ ମହାପରିନିର୍ବାଣ ଦିବସ ପାଳିତ

ଢେ଼ଙ୍କାନାଳ (ମସୀହା)୦୮/୧୨_ବିଶ୍ବ ବିସ୍ମୟ ଭାରତରତ୍ନ ବୋଧିସତ୍ତ୍ଵ ବାବା ସାହେବ ଡଃ ଭୀମରାଓ ଆମ୍ବେଦକରଙ୍କ ୬୬ତମ ମହାପରିନିର୍ବାଣ ଦିବସ ଆଜି ହିନ୍ଦୋଳ ବ୍ଲକ ବାବନ୍ଧ ଗ୍ରାମ ବାବା ବାଲୁଙ୍କେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ରୂପରେ ହିନ୍ଦୋଳ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତାରାଣୀ ନାୟକ ଯୋଗ ଦେଇଥିଲା ବେଳେ ମୁଖ୍ଯ ବକ୍ତା ଭାବରେ ଏମ୍ ଏସ ପି ଓଡିଶା ଶାଖା ର ସଭାପତି ଧିମନ୍ ଅଭିରାମ ମଲ୍ଲିକ ଯୋଗ ଦେଇଥିଲେ। ଏତଦବ୍ୟତୀତ ବିଶେଷ ଅତିଥି ରୂପରେ ଶିକ୍ଷାବିତ୍ ଲୋଚନ ମଙ୍ଗରାଜ,ସମ୍ମାନିତ ଅତିଥି ରୂପରେ ଶିକ୍ଷାବିତ୍ ପ୍ରଶାନ୍ତ ନାଏକ ସମ୍ମାନିତ ଅତିଥି ରୂପେ ଧୀମନ ଚିତରଞ୍ଜନ ଗୌତମ ଯୋଗ ଦେଇଥିଲେ।,ଏବଂ ଏହି ଅନୁଷ୍ଠାନର ଆବାହକ ରୂପରେ ଆଡଭୋକେଟ୍ କ୍ଷୀରୋଦ ଚନ୍ଦ୍ର ନାଏକ ଉପସ୍ଥିତ ରହି ବାବାସାହେବ ଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ଯ ଅର୍ପଣ ସହ ପ୍ରଦୀପ ପ୍ରଜ୍ବଳନ କରି ବାବାସାହେବଙ୍କ ସ୍ମୃତିଚାରଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ମହିଳା,ଯୁବକ ଓ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ଦ୍ରୌପଦୀ ମୁର୍ମୁ ଙ୍କ ବିଜୟୀ ପାଇଁ ବିଜେପି ର ପୂଜାର୍ଚନା

Sunil Chandra Nayak

ପାଞ୍ଚ ଗୋଟି ବାଲ୍ୟ ବିବାହ ଅଟକାଇଲା ଚାଇଲ୍ଡଲାଇନ ଓ ସମନିତ ଶିଶୁ ବିକାଶ ପ୍ରକଳ୍ପ

Sunil Chandra Nayak

ତାଏକ୍ୱାଣ୍ଡୋ କଲର୍ ବେଲ୍ଟ ଗ୍ରେଡ଼ିଂ ଟେଷ୍ଟିଂ ସଂପନ୍ନ

Sunil Chandra Nayak

Leave a Comment

error: Content is protected !!