ଡାବୁଗାଁ, ୯/୧୦ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମା ସ୍ଥିତ ପଥ ପ୍ରାନ୍ତ ଠାରେ ଅମିନ ସଂଘ ର ଜିଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଜିଲା ସଂଘ ସଭାପତି ଧୀରେନ କୁମାର ନାୟକ ଙ୍କ ସଭାପତିତ୍ଵରେ ରବିବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ରାଜ୍ୟ ଅମିନ ସଂଘର ସଭାପତି ମନୋଜ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସଂଘର ବିଭିନ୍ନ ଦାବି ଓ ସମସ୍ୟା ଉପରେ ଆଲୋଚନା କରିଥିଲେ | ଦାବି ଗୁଡିକ ହେଲା :- ଅମିନ ମାନଙ୍କ ଗ୍ରେଡ ପେ ୧୮୦୦ ରୁ ୨୮୦୦ ଟଙ୍କା କୁ ବୃଦ୍ଧି କରିବା, “ଅମିନ” ପଦବୀକୁ ପରିବର୍ତ୍ତନ କରି “ଭୂ-ନିରିକ୍ଷକ” କରାଯାଉ , ମିୟୁଟେସନ, ଓଏଲଆର ତଥା ଅନ୍ୟାନ୍ୟ କାର୍ଯ୍ୟରେ କେବଳ ଅମିନ ମାନେ ହିଁ ଆରଓଆର ଅଫଲାଇନ ସଂଶୋଧନ କରୁଛନ୍ତି | ତେଣୁ ଅନଲାଇନ ସଂଶୋଧନକାର୍ଯ୍ୟ ରେକର୍ଡ କିପର ଆଇଡି ପରିବର୍ତ୍ତେ ଅମିନ ମାନଙ୍କୁ ସ୍ଵତନ୍ତ୍ର ଆଇଡି ଖୋଲି ଦିଆଯାଉ ଏବଂ ଭୂ-ନକ୍ସା ସଂଶୋଧନ ନିମନ୍ତେ ଅମିନ ମାନଙ୍କୁ ସ୍ଵତନ୍ତ୍ର ଆଇଡି କରାଯାଉ ଭଳି ବିଭିନ୍ନ ଦାବି ଉପରେ ଆଲୋଚନା ହୋଇଥିଲା | ଏଥିରେ ଜିଲା ସଂଘ ସମ୍ପାଦକ ଶିବନାଥ ମଣ୍ଡଳ, କୋଷାଧ୍ୟକ୍ଷ ପ୍ରଦୀପ କୁମାର ବିଶୋୟୀ, ହେମନ୍ତ କୁମାର ବିଶୋୟୀ, ଅଜୟ ମଣ୍ଡଳ, ଦେବ ମିସ୍ତ୍ରୀ ଓ ସଂଘ ର ସମସ୍ତ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ |
ପ୍ରଜ୍ଞାରଞ୍ଜନ ପରିଡା, ଡାବୁଗାଁ