ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାସୁଦେବପୁର ଜନକଲ୍ୟାଣ ପରିଷଦ ଆନୁକୂଲ୍ୟରେ ଜାତୀୟ କବି ବାଞ୍ଛାନିଧି ଜୟନ୍ତୀ ପାଳିତ

ରାଉରକେଲା /ରାଉରକେଲାର ଅଗ୍ରଣୀ ସାମାଜିକ- ସାଂସ୍କୃତିକ ଅନୁଷ୍ଠାନ ବାସୁଦେବପୁର ଜନକଲ୍ୟାଣ ପରିଷଦ ଆନୁକୂଲ୍ୟରେ ଛେଣ୍ଡ୍ କଲୋନୀ ସ୍ଥିତ ହୃଷିକେଶ ରାୟ ମହାବିଦ୍ୟାଳୟ ପରିସରରେ ଜାତୀୟ କବି ବାଞ୍ଛାନିଧି ମହାନ୍ତିଙ୍କ ୧୨୬ତମ ଜୟନ୍ତୀ ପାଳିତ ହୋଇଯାଇଛି। ସଭା ପ୍ରାରମ୍ଭରେ କବିଙ୍କ ତୈଳ ଚିତ୍ରରେ ମାଲ୍ୟାର୍ପଣ ଓ ଧୂପ ପ୍ରଜ୍ଜ୍ୱଳନ ପରେ ପରିଷଦର କାର୍ଯ୍ୟକାରୀ ସଭାପତି ହୃଷିକେଶ ରାୟ ମହାବିଦ୍ୟାଳୟର ଅଧ୍ୟକ୍ଷ ଭବେଶ ଚନ୍ଦ୍ର ସାହୁ ଅଧ୍ୟକ୍ଷତା କରି କବିଙ୍କ ଗରିମାମୟ ଜୀବନର ଅବତାରଣା କରିବା ସହ ନିଜର କାଳଜୟୀ ରଚନା ମାଧ୍ୟମରେ ସେସମୟର ଜନମାନସରେ ସେ କିପରି ଜାତୀୟତାର ଭାବନା ଜାଗ୍ରତ କରିପାରିଥିଲେ ବର୍ଣ୍ଣନା କରିଥିଲେ। ମୁଖ୍ୟ ବକ୍ତା ଅବସରପ୍ରାପ୍ତ ଶିକ୍ଷକ ବାଗ୍ମୀ ରାଜକୁମାର ମହାନ୍ତି ତାଙ୍କ ଅଭିଭାଷଣରେ କବିଙ୍କ ଜାତୀୟତା ଉଦ୍ରେକକାରୀ ସଙ୍ଗୀତ ରଚନା ଏବଂ ବିଭିନ୍ନ ସଭାସମିତିରେ ଏପରିକି ଯାତ୍ରା ମାନଙ୍କରେ ନିଜେ ହାରମୋନିୟମରେ ତାଳ ଦେଇ ଗାନ କରିବାଦ୍ୱାରା ସେସମୟର ନେତୃବୃନ୍ଦଙ୍କ ପ୍ରଶଂସାର ପାତ୍ର ହୋଇଥିଲେ ଉଦାହରଣ ସହ ବର୍ଣ୍ଣନା କରିଥିଲେ। ଅନ୍ୟତମ ବକ୍ତା ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷକ ଉଦୟ କୁମାର ସାହୁ କବିଙ୍କ ଜୀବନ ଦର୍ଶନ ବର୍ଣ୍ଣନା ସହ ତାଙ୍କ ଉପରେ ଲିଖିତ ଏକ କବିତା ପାଠ କରିଥିଲେ। ଅନ୍ୟତମ ବକ୍ତା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ପରିଷଦର କୋଷାଧ୍ୟକ୍ଷ ବିଶ୍ବନାଥ ସାହୁ ତଥା ପତ୍ରିକା ସଂପାଦକ ବଳରାମ ରାଉଳ କବିଙ୍କ ସ୍ମୃତି ଚାରଣ କରିଥିଲେ। ସାଧାରଣ ସଂପାଦକ ଲକ୍ଷ୍ମଣ ନାଥ ଦାସ ସ୍ବାଗତ ଭାଷଣ ପ୍ରଦାନ କରିଥିବାବେଳେ ଶରତ କୁମାର ଦାସ ମଞ୍ଚ ପରିଚାଳନା ଓ ଅଚ୍ୟୁତାନନ୍ଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ସନାତନ ପତି, କୃପାସିନ୍ଧୁ ବେହେରା, ଉଜ୍ଜ୍ୱଳ ପ୍ରଦୀପ ଦାସ ଏବଂ ଉପେନ୍ଦ୍ର ଦାଶ କାର୍ଯ୍ୟ କ୍ରମରେ ସହାୟତା କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ମୟୂରଭଂଜ – ମୋଦୀଜୀଙ୍କ ୮ ବର୍ଷ ସେବା, ସୁଶାସନ ଓ ଗରୀବ କଲ୍ୟାଣ ପର୍ବ ଉପଲକ୍ଷେ ପଶ୍ଚିମ ମୟୂରଭଞ୍ଜ ବିଜେପିର ଖବରଦାତା ସମ୍ମିଳନୀ

ଓଡ଼ିଶା ମୋ ପରିବାର’ଜୀବନ ବିନ୍ଦୁ ‘ଏବଂ ରାଇରଙ୍ଗପୁର କ୍ରିକେଟ କ୍ଲବ ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିର 

Sunil Chandra Nayak

ଆଇନଜିବିଙ୍କୁ ମରଣାତ୍ମକ ଆକ୍ରମଣରେ ପୋଲିସର ନିସ୍କ୍ରିୟତା ପ୍ରତିବାଦରେ କାମାକ୍ଷାନଗର ୧୨ ଘଣ୍ଟିଆ ବନ୍ଦ ଡାକରା: ଡାକରାରେ ୬ ଟି ସଂଘ ସମର୍ଥନ

Sunil Chandra Nayak

Leave a Comment

error: Content is protected !!