ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡି ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭିର ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରଥମ ପୁରସ୍କାର ପାଇଛି ମାଣ୍ଡେଲ ହାଇସ୍କୁଲ 

ରୁପ୍ରା , ୫/୧୧ (ମନୀଶ ) : ଭବାନୀପାଟଣା ସ୍ଥିତ ବ୍ରଜମୋହନ ହାଇସ୍କୁଲ୍ ପରିସରରେ କଳାହାଣ୍ଡି ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୨’ ତଥା କଳା ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି। ଡିଇଓ ଶ୍ରୀ ସୁଶାନ୍ତ ଚୋପଦାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାରୋହରେ ଜିଲ୍ଲାପାଳ ପି. ଅନ୍ୱେଷା ରେଡି ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ । ଏହି ଅବସରରେ ଅନୁଷ୍ଠିତ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ନର୍ଲା ବ୍ଲକ୍ ଅଧିନ ମାଣ୍ଡେଲ ସ୍ଥିତ ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠ ଜିଲ୍ଲା ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରି ବ୍ଳକକୁ ଗୌରବାନ୍ବିତ କରିଥିବାରୁ ନର୍ଲା ଗୋଷ୍ଠୀ ଶିକ୍ଷା ଅଧିକାରୀ ତପିମଣି ଯାନୀ ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଉକ୍ତ ବିଦ୍ୟାଳୟର ଶିକ୍ଷକ ତଥା ପଥ ପ୍ରଦର୍ଶକ ସର୍ବେଶ୍ବର ଭୋଇଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ଉକ୍ତ ଛାତ୍ରଛାତ୍ରୀ ମାନେ ରାଜ୍ୟ ସ୍ତରୀୟ ‘ସୁରଭି’ ଓ କଳା ଉତ୍ସବରେ ଅଂଶଗ୍ରହଣ କରିବେ ବୋଲି ସୂଚନା ମିଳିଛି।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ସାହିତ୍ୟ ଅଗଣା

Sunil Chandra Nayak

ଧର୍ମପରାୟଣା ମହିଳାଙ୍କ ବିୟୋଗ

Sunil Chandra Nayak

ରାଜ୍ୟରେ ପ୍ରତିଷ୍ଠା ହେବ ୩୪ଟି ନୂଆ କୋର୍ଟ; ଆଇନ୍‌ ମନ୍ତ୍ରୀ ପ୍ରତାପ ଜେନାଙ୍କ ସୂଚନା

Leave a Comment

error: Content is protected !!