ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲାଠିକଟା ମହିଳା କୃଷକ ଉତ୍ପାଦକ ସଂଗଠନ ର ପଞ୍ଜିକରଣ ପ୍ରକ୍ରିୟା ଶେଷ.

ରାଉରକେଲା/ସ୍ବେଚ୍ଛାସେବୀ ସଂଗଠନ “ଲାଲ” ପକ୍ଷରୁ କେନ୍ଦ୍ରୀୟ ଯୋଜନା ଅଧୀନରେ ଥିବା ମହିଳା କୃଷକ ମାନଙ୍କୁ ନେଇ ଲାଠିକଟାରେ କୃଷକ ଉତ୍ପାଦକ ସଂଗଠନ ଗଠନ ର ପଞ୍ଜିକରଣ କାର୍ଯ୍ୟ ବ୍ଲକ ସମ୍ମିଳନୀ କକ୍ଷରେ ପଞ୍ଜିକରଣ କାର୍ଯ୍ୟ ଶେଷ ହୋଇଯାଇଛି l ଲାଠିକଟା ପଞ୍ଚାୟତ ସମିତି ଅଧୀନରେ ଥିବା ଜଲଦା, ହାତିବନ୍ଧା, ସିଉଡ଼ିହି, ଲାଠିକଟା ଓ ବଲାଣି ପରି ୫ ଟି ଗ୍ରାମ ପଞ୍ଚାୟତ ରେ ୧୦ ଜଣ ମହିଳା ନିର୍ଦ୍ଦେଶିକା ସମ୍ପୃକ୍ତ ଅଞ୍ଚଳର ମହିଳା ଚାଷୀ ମାନଙ୍କ ଦ୍ୱାରା ମନୋନୀତ କରାଯାଇଥିଲା l ମନୋନୀତ ନିର୍ଦ୍ଦେଶିକା ହେଲେ ସସ୍ମିତା ସିଂ, ମନ୍ଦାକିନୀ ମାହତୋ, ବିନିତା ଭୂମିଜ. ଜୋହାନି ସୂରିନ, କୌଶଲ୍ୟା ସିଂ ପ୍ରତିମା ରାଉତ, ସଂଚିତ ପୂରଣ, ମଞ୍ଜରୀ ରଣା ଓ ପଦ୍ମିନା ଅମାତ ପ୍ରମୁଖଙ୍କୁ କମ୍ପାନୀ ପଞ୍ଜିକରଣ ଆଇନ ଅନୁସାରେ ପଞ୍ଜିକୃତ କରାଯାଇ ଅଛି l ଏହି ଅବସରରେ ଲାଠିକଟା ବିଡ଼ିଓ ଶ୍ରୀମତୀ ମନସ୍ମିତା ଦାସ, ଅତିଥି ଭାବରେ ଯୋଗଦେଇଥିବା ବେଳେ ଜିଲ୍ଲା ସଂଯୋଜକ ଅରୁଣ କୁମାର ପରିଡା, କମ୍ପାନୀ ସେକ୍ରେଟାରୀ ସୁନୀଲ ସୋଭେନ ସାମନ୍ତରାୟ, ଓ ଅନୁଷ୍ଠାନର କୋଷାଧକ୍ଷ ଶୁଦ୍ଧିରଞ୍ଜନ ବାରିକ ଓ ବ୍ଳକ ସଂଯୋଜକ ମୋନାଲିସା ପରିଡା ପ୍ରମୁଖ ପଞ୍ଜିକରଣ କାର୍ଯ୍ୟରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ l ପ୍ରାରମ୍ଭରେ ନିର୍ଦ୍ଦେଶିକା ମାନଙ୍କର ଭୂମିକା ଓ କାର୍ଯ୍ୟ ଦକ୍ଷତା ସମ୍ୱନ୍ଧରେ ଆଲୋଚନ କରାଯାଇଥିଲା l ଆଗାମୀ ଦିନରେ କୃଷକ ଉତ୍ପାଦକ ସଂଗଠନ ଜରିଆରେ ମହିଳା କୃଷକ ମାନଙ୍କ ସାମାଜିକ, ବୈଷୟିକ ଓ ଅର୍ଥନୈତିକ କ୍ଷେତ୍ରରେ ବିକାଶ ଘଟାଇ ପାରିବ ବୋଲି ଏହି କାର୍ଯ୍ୟକ୍ରମରେ ମତପ୍ରକାଶ ପାଇଥିଲା l ଏହିଭଳି କୁତ୍ରା ବ୍ଲକ ଓ କୁଆଁରମୁଣ୍ଡା ବ୍ଲକ ରେ ୨ଟି ମହିଳା କୃଷକ ଉତ୍ପାଦନ ସଂଗଠନ ଓ ପଞ୍ଜିକରଣ କାର୍ଯ୍ୟକ୍ରମ ଶେଷ ହୋଇଯାଇଛି l

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

କୋକସରା ଅଞ୍ଚଳରେ ବୁଲା କୁକୁର ଆତଙ୍କ

Sunil Chandra Nayak

ବୁଢାଦେଓ ଉଚ୍ଚ ବିଦ୍ୟାଳୟ ଦାବ୍ରୀ ଠାରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଦାୟ କାଳିନ ଉତ୍ସବ ଅନୁଷ୍ଠିତ

Sunil Chandra Nayak

ପୂର୍ଣେଶ୍ବର ଶିବ ମନ୍ଦିରରେ ବାମନଘାଟୀ ବ୍ରାହ୍ମଣ ସମାଜ ପକ୍ଷରୁ ରୁଦ୍ରାଭିଷେକ

Sunil Chandra Nayak

Leave a Comment

error: Content is protected !!